ବଜ୍ରପାତରୁ ସୁରକ୍ଷା ଦେବ ‘ମିଶନ ତାଳ’

କପ୍ତିପଦା,୨୬ା୮(ଡି.ଏନ୍‌.ଏ.)- ‘ମିଶନ ତାଳ’ର ଉଦ୍‌ଘାଟନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁରସ୍କୃତ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ମୟୂରଭଞ୍ଜ ଜିଲା କପ୍ତିପଦା ମଣ୍ଡଳ ଶିକ୍ଷାଧିକାରୀ ଶଶୀଧର ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।
ଆଗରୁ ସବୁ ଗାଁରେ ଅନେକ ତାଳଗଛ ଥିଲା। ଏବେ ଏହି ଗଛ ଆଉ ଦେଖିବାକୁ ମିଳୁ ନାହିଁ ା ଏହା ବଜ୍ରପାତରୁ ସମସ୍ତଙ୍କୁ ସୁରକ୍ଷା ଦେଉଥିଲା। ସମ୍ପ୍ରତି ବିଶ୍ୱ ତାପନ ସମସ୍ୟା ଯୋଗୁ ବଜ୍ରପାତ ଜନିତ ଦୁର୍ଘଟଣା ବଢିବାରେ ଲାଗିଛି ା ଆଗକୁ ଏହାର ପ୍ରଭାବ ଅଧିକ ରହିବ ବୋଲି ପରିବେଶବିତମାନେ ମତ ଦେଉଛନ୍ତି ା ଯଦି ବିଭିନ୍ନ ଅଞ୍ଚଳରେ ତାଳଗଛ ରୋପଣ କରାଯିବ, ତେବେ ପ୍ରାକୃତିକ ଉପାୟରେ ବଜ୍ରପାତ ବିପତ୍ତିରୁ ରକ୍ଷା ପାଇ ହେବ ବୋଲି ଉତ୍ସବରେ ବକ୍ତା ଓ ଅତିଥି କହିଥିଲେ। ତାଳ ଗଛର ଅନେକ ଉପକାରୀ ଗୁଣ ରହିଛି। ତାଳୁରୁ ତଳିପା ଯାଏ ଏହି ଗଛ ଚାଷୀଙ୍କ ଉପକାରରେ ଲାଗେ । ବୈଜ୍ଞାନିକ ଦୃଷ୍ଟିକୋଣ ଅନୁଯାୟୀ ତାଳଗଛ ବିଜୁଳିକୁ ଆକର୍ଷିତ କରି ମୃତ୍ତିକାକୁ ଛାଡ଼ିଥାଏ। ଏହା ଦ୍ୱାରା ବଜ୍ରପାତଠାରୁ ପ୍ରାଣୀକୁଳ ସୁରକ୍ଷା ପାଆନ୍ତି। ଏହାଦ୍ୱାରା ପରିବେଶ ମଧ୍ୟ ସନ୍ତୁଳିତ ରହେ। ଏଣୁ ବିଭିନ୍ନ ଅଞ୍ଚଳରେ ତାଳଗଛ ଚାରା ରୋପଣ ଉପରେ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ କପ୍ତିପଦା ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଜରିଆରେ ଚାରା ରୋପଣ ଲାଗି ରଖାଯାଇଥିବା ଲକ୍ଷ୍ୟ ସମ୍ପର୍କରେ ଶିକ୍ଷାଧିକାରୀ ସୂଚନା ଦେବା ସହ ତାଳଗଛର ଉପକାରିତା ସମ୍ପର୍କରେ ଅଧିକ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ତାଳ ମିଶନକୁ ଅଧିକ ପ୍ରସାରିତ କରିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରାଯିବ ବୋଲି ସଭାରେ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri