ବଜାରରେ ଡିଜାଇନ୍‌ ପାଇନ ଟ୍ରି

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):ଆରମ୍ଭ ହୋଇଯାଇଛି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉମାତ୍ର କିଛିଦିନ ବାକି ରହିଥିବାବେଳେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି। ସହରର ଛକ, ବଜାରରେ କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ସାମଗ୍ରୀକୁ ନେଇ ଖୋଲିଲାଣି ଏକାଧିକ ସିଜିନ ସେଣ୍ଟର। ସେହିପରି ବଡ଼ ବଡ଼ ସପିଂ ମଲ୍‌ମାନଙ୍କରେ କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ଉପହାର ସାମଗ୍ରୀ, ଦାମୀ ଚକୋଲେଟ୍‌ ଆଦି ଉପଲବ୍ଧ ହେଲାଣି। ଏହାସହ ବଜାରରେ ଉପଲବ୍ଧ ଭଳିକି ଭଳି କ୍ରିସ୍‌ମାସ କେକ୍‌ ଗ୍ରାହକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।
ବିଭିନ୍ନ ଡିଜାଇନ୍‌ର କ୍ରିସ୍‌ମାସ କାର୍ଡ ସହ କ୍ୟାଣ୍ଡେଲ, ସାଣ୍ଟା ଟୟ, ସ୍ନୋ ମ୍ୟାନ୍‌, କ୍ରିସ୍‌ମାସ ଲ୍ୟାମ୍ପ, କ୍ରିସ୍‌ମାସ ବେଲ୍‌, କ୍ରିସ୍‌ମାସ ଟ୍ରି ଗ୍ରାହକଙ୍କ ପାଇଁ ଆକର୍ଷଣ ସାଜୁଛି। କ୍ରିସ୍‌ମାସକୁ ନେଇ ରାଜଧାନୀରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଥିବା ବେଳେ ୟୁନିଟ୍‌-୧ ମାର୍କେଟ, ଜୟଦେବ ବିହାର ରୋଡ୍‌ ଓ ସତ୍ୟନଗର ଚର୍ଚ୍ଚ ନିକଟରେ ଖୋଲିଥିବା କ୍ରିସ୍‌ମାସ ସିଜିନ ସେଣ୍ଟରଗୁଡିକରେ ଏବେଠାରୁ ପ୍ରବଳ ଭିଡ଼ ଦେଖାଯାଉଛି। ଚଳିତବର୍ଷ କ୍ରିସ୍‌ମାସ ଟ୍ରି ପ୍ରସ୍ତୁତ କରିବା ପାଇଁ ଭଳିକି ଭଳି ପେପର ଅର୍ନାମେଣ୍ଟ ସହ ଆର୍ଟିଫିସିଆଲ ପାଇନ ଟ୍ରି, ହ୍ୟାଙ୍ଗିଙ୍ଗ ଲ୍ୟାମ୍ପ୍‌, ଗୋଲ୍ଡେନ ବଲ୍‌ବ, ରଙ୍ଗିନ ତାରାର ଅଧିକ ଡିମାଣ୍ଡ ରହିଛି। ଏଥର ପ୍ଲାଷ୍ଟିକ୍‌ ଉପରେ କଟକଣା ଲାଗିଥିବାରୁ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌କୁ ନେଇ ଟ୍ରି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଆଗରୁ ବଜାରରେ ସାଧାରଣ ସାଣ୍ଟାକ୍ଲଜ୍‌ କଣ୍ଡେଇ ମିଳୁଥିବା ବେଳେ ଏବେ ବ୍ୟାଟେରୀ ଚାଳିତ ଅତ୍ୟାଧୁନିକ ସାଣ୍ଟାକ୍ଲଜ୍‌ ଆସୁଛି। ବ୍ୟାଟେରୀ ଚାଳିତ ଡ୍ୟାନ୍‌ସିଂ ସାଣ୍ଟା, ତାଇୱାନ୍‌ କ୍ରିସ୍‌ମାସ ଟ୍ରି, ସାଣ୍ଟା ଲ୍ୟାଡର, କ୍ରିସ୍‌ମାସ କୁସନ୍‌ ଏବଂ ସେନ୍‌ସର କ୍ୟାଣ୍ଡେଲ ଭଳି ଭିନ୍ନ ଧରଣର ଉପହାର ନେବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି। ସେହିଭଳି ଏଥର କ୍ରିସ୍‌ମାସ ଗିଫ୍ଟରେ ରହିଛି ଡ୍ରାଏଫ୍ରୁଟ୍‌ସ, ଚକୋଲେଟ୍‌, ଫ୍ରୁଟ୍‌ସ ଭଳି ବିଭିନ୍ନ ସ୍ବାସ୍ଥ୍ୟକର ଖାଦ୍ୟକୁ ନେଇ ପ୍ରସ୍ତୁତ ସ୍ବତନ୍ତ୍ର ବାସ୍କେଟ୍‌। ଲୋକେ ନିଜ ପସନ୍ଦ ମୁତାବକ ଏହି ବାସ୍କେଟକୁ କଷ୍ଟମାଇଜ୍‌ଡ କରି ନିଜ ବନ୍ଧୁ ପରିଜନଙ୍କୁ ଉପହାର ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri