ବଜାର ନିୟନ୍ତ୍ରଣ କମିଟିର ଚଞ୍ଚକତା ଅଭିଯୋଗ: ଟ୍ୟାକ୍ସ ଫାଙ୍କୁଛନ୍ତି ବାହାର ବ୍ୟବସାୟୀ

ଦାରିଙ୍ଗବାଡ଼ି,୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ କାର୍ଯ୍ୟ କରୁଥିବା ନିୟନ୍ତ୍ରିତ ବଜାର କମିଟି (ରାଇକିଆ) ପକ୍ଷରୁ ଅଞ୍ଚଳରେ ଚଞ୍ଚକତା କରାଯାଉଥିବା ଶନିବାର ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ବଜାର କମିଟି ପକ୍ଷରୁ ହଳଦୀ, ଚାଉଳ ଆଦି ଟ୍ରକ ଏବଂ ଗୋଦାମରୁ ମାର୍କେଟିଂ (ରାଜସ୍ବ) ଆଦାୟ କରାଯାଉଛି । ମାତ୍ର ଜିଲା ବାହାରୁ ଦାରିଙ୍ଗବାଡ଼ିକୁ ଆସୁଥିବା କିଛି ଟ୍ରକରୁ ରାଜସ୍ବ ଆଦାୟ ବଦଳରେ ତାଙ୍କଠାରୁ କିଛି ଉତ୍କଚ ନେଇ ଛାଡ଼ିଦିଆଯାଉଥିବା ଅଭିଯୋଗରେ ଦର୍ଶାଯାଇଛି।
ଶୁକ୍ରବାର ବୌଦ୍ଧ ଜିଲାରୁ ଏକ ୧୫ଟନ୍‌ ଚାଉଳ ବୋଝେଇ ଟ୍ରକ ସମେତ ଏକ ମିନି ଟ୍ରକ ସୋରଡ଼ାରୁ ଆସିଥିବା ୪ଟନ୍‌ ଚାଉଳର ରାଜସ୍ବ ଆଦାୟ ନ କରି ତାଙ୍କଠାରୁ ଚଞ୍ଚକତା କରି କିଛି ଉତ୍କଚ ନେଇ ଜଣେ କର୍ମଚାରୀ ଛାଡ଼ିଦେଇଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତିା ଏଭଳି ହେଲେ ଦାରିଙ୍ଗବାଡ଼ି ବ୍ୟବସାୟୀମାନେ ବଜାର ନିୟନ୍ତ୍ରଣ କମିଟିର ଅଧ୍ୟକ୍ଷଙ୍କୁ ଜଣାଇବୁ ବୋଲି ସେମାନେ କହିଛନ୍ତି ।
ଏ ନେଇ ଦାରିଙ୍ଗବାଡ଼ି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କରାଯାଇଥିବା ଭେଣ୍ଡି ଜୋନର ଦାୟିତ୍ୱରେ ରହିଥିବା ଅଧିକାରୀ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତିଯେ, ବୌଦ୍ଧ ଜିଲାରୁ ଯେଉଁ ଚାଉଳ ବୋଝେଇ ଟ୍ରକ ଶୁକ୍ରବାର ଆସିଥିଲା ସେମାନେ ଧାନ କିଣା ବେଳେ ସେଠାରେ ରାଜସ୍ବ ପ୍ରଦାନ କରିଥିଲେ ତେବେ ସେମାନେ କୌଣସି ରସିଦ ଦେଖେଇ ନ ଥିଲେ ମଧ୍ୟ ଆସନ୍ତା ଦିନରେ ରସିଦ ଦେଖେଇବା ପାଇଁ କୁହାଯାଇ ଛଡ଼ାଯାଇଥିବା କହିଛନ୍ତି । ଏଥି ସହ ସୋରଡ଼ା ଅଞ୍ଚଳରୁ କୌଣସି ଚାଉଳ ଟ୍ରକ ଆସିଥିବା ତାଙ୍କ ନଜରକୁ ଆସି ନ ଥିବା କହିଛନ୍ତି । ଏ ନେଇ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ବୌଦ୍ଧ ଜିଲାରୁ ଟ୍ରକରେ ଚାଉଳ ଆସିଥିବା ଖବର ରହିଥିବା ସ୍ବୀକାର କରିବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri