ବଙ୍ଗରଦୁଆ ଘାଟିରେ କାଠ ଗାର୍ଡ଼ ୱାଲ୍‌: ବିପଦପୂର୍ଣ୍ଣ ଘାଟିର ସ୍ଥାୟୀ ସମାଧାନ ନେଇ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟି ଏବେ ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡିଛି। ରାସ୍ତା ପାଶ୍ୱର ମାଟି ଅତଡ଼ା ଖସିବା ସହ ପାହାଡ଼ ଉପରୁ ଗଛ ନଇଁ ପଡ଼ି ରାସ୍ତା ଅବରୋଧ କରୁଛି । ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ବିପଦପୁର୍ଣ୍ଣ ଭାବେ ଘାଟି ପାର ହେଉଛନ୍ତି ।ବର୍ତ୍ତମାନ ପୁର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ଗାର୍ଡୱାଲ କରାଯିବା ବଦଳରେ ମାତ୍ର ୫୦ ହଜାର ଟଙ୍କା ଖର୍ଚ୍ଚ ବିନିମୟରେ କାଠ ବାଡ଼ କରାଯାଇଛି। କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ଥ ହେଲେ ଉକ୍ତ କାଠବାଡ଼ କୌଣସି ପ୍ରକାର ସୁରକ୍ଷାରେ ଦେବ ନାହିଁ । କେବଳ ନିଜର କାର୍ଯ୍ୟ ସାରିଦେବା ପାଇଁ ପୁର୍ତ୍ତ ବିଭାଗ ଏଭଳି କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଭଳି କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇ ପକ୍କା ରାସ୍ତା ଏବଂ ସୁରକ୍ଷା ପାଇଁ ଗାର୍ଡୱାଲ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି ।
ଏନେଇ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ବ୍ରଜକିଶୋର ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବିଭାଗ ଉକ୍ତ ଘାଟିକୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାର ଆରମ୍ଭ କରିଛି । ଉକ୍ତ ରାସ୍ତାର ୨୦ କି.ମି ରାସ୍ତାକୁ ପୁଣି ଓସାରିଆ କରାଯାଇ ୨୪ ଫୁଟ କରାଯିବ । ଏଥି ଲାଗି ୩୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯିବା ସହ ଟେଣ୍ଡର ପ୍ରକ୍ରୀୟା ଶେଷ ହୋଇସାରିଛି । ଖୁବ୍‌ ଶିଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବା ସହ ବଙ୍ଗରଦୁଆ ଘାଟିରେ ପକ୍କା ଗାର୍ଡ ୱାଲ କରାଯିବ। ବର୍ତ୍ତମାନ ମାଟିଅତଡ଼ା ଖସିବାରୁ ଅସ୍ଥାୟୀ ଭାବେ କାର୍ଯ୍ୟ କରାଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri