ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ: ୧୦ ସୁଦ୍ଧା ଦାଖଲ କଲେ ହିଁ ଛାଡ଼ହେବ ବିଳମ୍ବ ଶୁଳ୍କ

କଟକ ଅଫିସ,୫।୧: ଜିଏସ୍‌ଟି ଆଇନ ପ୍ରଣୟନ ପରଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି। ଗତ ଜିଏସ୍‌ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୦୨୦ ଜାନୁୟାରୀ ୧୦ ମଧ୍ୟରେ ଯଦି ଏହି ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ କରାଯାଏ ତେବେ ବିଳମ୍ବ ଶୁଳ୍କ ଛାଡ଼ ମିଳିବ। ତେଣୁ ଜାନୁୟାରୀ ୧୦ ସୁଦ୍ଧା ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ କରି ଟିକସଦାତାମାନେ ଏହି ସୁବିଧା ହାସଲ କରିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଯେକୌଣସି ଦୁଇଟି ଟିକସ ଅବଧି (ମାସିକ କିମ୍ବା ତ୍ରୈମାସିକ) ପାଇଁ ୨୦୨୦ ଜାନୁୟାରୀ ୧୦ ପରେ ଯେଉଁ ଟିକସଦାତାମାନେ ଜିଏସ୍‌ଟିଆର୍‌-୧ ଦାଖଲ କରିବାରେ ବିଫଳ ହେବେ ସେମାନଙ୍କୁ ଇ-ୱେବିଲ୍‌ ବାହାର କରିବାର ସୁବିଧା ବନ୍ଦ କରିଦିଆଯିବ ବୋଲି ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚିତ କରାଯାଇଛି। ସମ୍ପ୍ରତି ୨୦୧୯ ଅକ୍ଟୋବର ଓ ନଭେମ୍ବର ଟିକସ ଅବଧି ପାଇଁ ଜିଏସ୍‌ଟିଆର୍‌-୩ ରିଟର୍ନ ଦାଖଲରେ ଖିଲାପ ଯୋଗୁ ୩୮,୦୨୬ ଟିକସଦାତାଙ୍କ ଇ-ୱେବିଲ୍‌ ବାହାର କରିବା ବ୍ୟବସ୍ଥା ବନ୍ଦ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬୪୭ ଜଣ ଟିକସଦାତା ସେମାନଙ୍କ ବକେୟା ରିଟର୍ନ ଦାଖଲ କରିଛନ୍ତି ଏବଂ ତଦନୁଯାୟୀ ସେମାନଙ୍କ ଇ-ୱେବିଲ୍‌ ବାହାର କରିବାର ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରାଯାଇଛି। ନିଜ ବ୍ୟବସାୟର ସୁପରିଚାଳନା ନିମନ୍ତେ ଟିକସଦାତାମାନେ ଏହି ଏକକାଳୀନ ବିଳମ୍ବ ଶୁଳ୍କ ଛାଡ଼ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ୨୦୧୭ ଜୁଲାଇଠାରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନଗୁଡ଼ିକୁ ୧୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀରେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ଖଡ଼ି ଛୁଇଁଲେ ଛାତ୍ରୀଛାତ୍ର: ତୁମୁଡିବନ୍ଧରେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ବିଦ୍ୟା ବନ୍ତ ବିଦ୍ୟାର୍ଥୀ’ ସଚେତନତା ରଥ…

ତୁମୁଡିବନ୍ଧ, ୪ା୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ପ୍ରବେଶ ଉତ୍ସବ’ ବା ‘ଖଡ଼ି ଛୁଆଁ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri