ଫୋରେନ୍‌ସିକ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାଟି ଖୋଳି ବାହାର କରାଗଲା ମହିଳାଙ୍କ କଙ୍କାଳ

ଚାନ୍ଦବାଲି,୨୦।୮ (ଡି.ଏନ.ଏ.) – ମୃତ୍ୟୁର ୫ ବର୍ଷ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ଶ୍ମଶାନରୁ ମାଟି ଖୋଳି ଅସ୍ଥି, କଙ୍କାଳ ବାହାର କରାଯାଇଛି। ସୋମବାର ଏଭଳି ଘଟଣା ଭଦ୍ରକ ଜିଲା ଧାମରା ନିକଟସ୍ଥ ନରସିଂହପ୍ରସାଦ ଗ୍ରାମରେ ଦେଖିବାକୁ ମିଳିଛି।
ଉଲ୍ଲେଖନୀୟ ଯେ, ଏହି ଗଁାର ବୃନ୍ଦାବନ ମହାନ୍ତିଙ୍କ ସ୍ତ୍ରୀ ଶକୁନ୍ତଳା(୫୦)ଙ୍କର ୨୦୧୪ରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରା ନ ଯାଇ ଗଁା ଶ୍ମଶାନରେ ପୋତି ଦିଆଯାଇଥିଲା। ବୃନ୍ଦାବନ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ କରିବା ସହ ୨୦୧୬ରେ ହାଇକୋର୍ଟରେ ଏକ ମାମଲା (ନଂ.୧୪୮୩/୨୦୧୬) ଦାଏର କରିଥିଲେ। ଶକୁନ୍ତଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ସେ ଆବେଦନ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଏ ନେଇ ୨୦୧୮ରେ ବାଂଶଡ଼ା ଥାନାରେ ଏତଲା ଦେବା ପରେ ମାମଲା(ନଂ.୧୭୧/୧୮) ରୁଜୁ ହୋଇଥିଲା। ଶକୁନ୍ତଳାଙ୍କୁ ତାଙ୍କ ବୋହୂ ମାରି ଦେଇଥିବା ବୃନ୍ଦାବନ ଏତଲାରେ ଦର୍ଶାଇଥିଲେ। ହାଇକୋର୍ଟ ବୃନ୍ଦାବନଙ୍କ ଆବେଦନକୁ ବିଚାରକୁ ନେଇ ଶକୁନ୍ତଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ମାଜିଷ୍ଟ୍ରେଟ, ପୋଲିସ ଓ ଗ୍ରାମବାସୀ ତଥା କେତେକ ସାକ୍ଷୀଙ୍କ ଉପସ୍ଥିତିରେ ସୋମବାର ଶ୍ମଶାନରୁ ମାଟି ଖୋଳାଯାଇ ନମୁନା ସଂଗ୍ରହ କରି ଫୋରେନ୍‌ସିକ ପରୀକ୍ଷା ଲାଗି ପଠାଯିବାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri