Posted inଫୁରସତ

ଫୋନ୍‌ରେ ଫେସ୍‌ ଲକ୍‌ ପକାଇ ସ୍ବାମୀ ହେଲେ ହଟହଟା

ଆଜିକାଲି ସ୍ମାର୍ଟଫୋନ୍‌ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି। ଏଇ ଯେମିତି ଏହି ଫୋନ୍‌ ପାଇଁ କିଏ ଆତ୍ମହତ୍ୟା କଲାଣି ତ ଆଉ କାହାର ଘରୋଇ କଳିଝଗଡ଼ା ଚରମ ସୀମାରେ ପହଞ୍ଚିଲାଣି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଆରମ୍ଭରେ ଦେଖିବେ ମହିଳା ଜଣକ ଜଣେ ପୁରୁଷଙ୍କୁ ଗୋଡ଼ାଉଛନ୍ତି। ମାତ୍ର ପୁରୁଷଜଣକ ଧରା ଦେଉନାହାନ୍ତି। କାରଣ ବି ବେଶ୍‌ ମଜାଳିଆ। ପୁରୁଷ ଜଣକ ତାଙ୍କ ଫୋନ୍‌ରେ ଲକ୍‌ ପକାଇ ଦେଇଛନ୍ତି। ଯେଉଁ ମହିଳା ତାଙ୍କୁ ଗୋଡ଼ାଉଛନ୍ତି ସେ ତାଙ୍କ ସ୍ତ୍ରୀ। ତେଣୁ ସେ ଚାହଁୁଛନ୍ତି ତାଙ୍କ ସ୍ବାମୀଙ୍କ ଫୋନ୍‌ ଦେଖିବେ। ମାତ୍ର ସ୍ବାମୀ ଜଣକ ଧରାଛୁଆଁ ଦେଉନାହାନ୍ତି। ଅସଲ କଥା ହେଲା ଫୋନ୍‌ରେ ସ୍ବାମୀ ଫେସ୍‌ ଲକ୍‌ ପକାଇ ଦେଇଛନ୍ତି। ତେଣୁ ସ୍ବାମୀ ତାଙ୍କୁ କାହିଁକି ଏସବୁ ଲୁଚାଉଛନ୍ତି ସତ୍ୟତା ଜାଣିବା ପାଇଁ ଅନ୍‌ଲକ୍‌ କରିବାକୁ ଚାହୁଁଛନ୍ତି ସ୍ତ୍ରୀ। ଶେଷରେ ମହିଳା ଜଣକ ଫେସ୍‌ ଲକ୍‌ ଖୋଲିବାରେ ସଫଳ ହୋଇଛନ୍ତି। ଆଉ ସେହି ସ୍ଥାନରୁ ଫୋନ୍‌ଟିକୁ ନେଇ ଦୌଡ଼ି ପଳାଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ଏପରି ହଟହଟା ତଥା ମଜାଳିଆ ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ଲୋକ ଦେଖିସାରିଲେଣି। ୩୪ ହଜାରରୁ ଅଧିକ ଲାଇକ୍‌ ମଧ୍ୟ ହୋଇଛି।

ଜାଣନ୍ତୁ ଫେସ୍‌ ଲକ୍‌ କ’ଣ ?
ଫୋନ୍‌ ସୁରକ୍ଷିତ ରଖିବା ପାଇଁ ଲକ୍‌ କରାଯାଇଥାଏ। ଏଥିପାଇଁ ପାର୍ଟନ, ନମ୍ବର ପାସ୍‌ଓ୍ବାର୍ଡ, ଫିଙ୍ଗର ପ୍ରିଣ୍ଟ୍‌ ଆଦି ବ୍ୟବହାର କରାଯାଇଥାଏ। ସେହିପରି ଫୋନ୍‌କୁ ସୁରକ୍ଷିତ ରଖିବା ପାଇଁ ଫେସ୍‌ ଆଇଡିର ବ୍ୟବହାର ହୋଇଥାଏ। ମୁହଁ ପାଖରେ ଫୋନ୍‌ ଦେଖାଇଲେ ଉକ୍ତ ବ୍ୟକ୍ତିଙ୍କ ଚେହେରା ଚିହ୍ନି ଫୋନ୍‌ ଅନ୍‌ଲକ୍‌ ହୋଇଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri