Posted inଜାତୀୟ

ଫୋନ୍‌ରୁ ୫୨ଚାଇନା ଆପ୍‌ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌

ଲକ୍ଷ୍ନୌ, ୧୯।୬: ଉତ୍ତରପ୍ରଦେଶର ସ୍ପେଶିଆଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଶୁକ୍ରବାର ଏକ ଗୋପନୀୟ ଲେଟର ଜାରି କରିଛି। ଏଥିରେ ଏସ୍‌ଟିଏଫ୍‌ର ସମସ୍ତ କର୍ମଚାରୀଙ୍କୁ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ଫୋନ୍‌ରେ ଥିବା ସମସ୍ତ ୫୨ଟି ଚାଇନା ଆପ୍‌କୁ ତୁରନ୍ତ ଅନ୍‌ଇନ୍‌ଷ୍ଟୋଲ କରିବାକୁ କୁହାଯାଇଥିବା ଜଣାପଡ଼ିଛି। କାରଣ ଏଥିରୁ ଡାଟା ଚୋରି ହେବାର ସମ୍ଭାବନା ରହିଛି। ଏନେଇ ଏସ୍‌ଟିଏଫ୍‌ର ଆଇଜି ଅମିତାଭ ୟଶ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏସ୍‌ଟିଏଫ୍‌ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ଏହି ଆପ୍‌ ଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ପରେ ଏସ୍‌ଟିଏଫ୍‌ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଆପ୍‌ ଦ୍ୱାରା ବ୍ୟକ୍ତିଗତ ଓ ଅନ୍ୟ ଡାଟା ଚୋରି ହେବାର ଆଶଙ୍କା କରାଯାଇଛି ବୋଲି ଆଇଜି ଅମିତାଭ କହିଛନ୍ତି। ସୂଚନା ମୁତାବକ ଚାଇନା ସହ ଜଡ଼ିତ ୫୨ଟି ଆପ୍‌ର ଏକ ତାଲିକାକୁ ସରକାରଙ୍କୁ ଭାରତୀୟ ଗୋଇନ୍ଦା ବିଭାଗ ଦେଇଥିଲା। ଏହି ତାଲିକାକୁ ଏପ୍ରିଲରେ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ବ୍ଲକ କରିବାକୁ ଦାବି କରାଯାଇଥିଲା। ତେବେ ଏହି ତାଲିକାରେ ଟିକ୍‌ଟକ୍‌, ଜୁମ୍‌ ଆପ୍‌, ୟୁସି ବ୍ରାଉଜର, କ୍ଲିନ୍‌ ମାଷ୍ଟର, ଲିଙ୍ଗ ଓ ସେୟାର ଚାଟ ଭଳି ଲୋକପ୍ରିୟ ଆପ୍‌ ସାମିଲ ରହିଥିବା ଜଣାପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଆପ୍‌ଗୁଡ଼ିକୁ ବ୍ଲକ କିମ୍ବା ବ୍ୟବାହାର ନ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ବୟାନ ଜାରି କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri