Posted inଖେଳ

ଫୋଗତ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହେବ

ନୂଆଦିଲ୍ଲୀ, ୧ା୬ (ପି.ଟି.):ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଭିନେଶ ଫୋଗତ୍‌ଙ୍କ ନାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯିବ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଆସିଷ୍ଟାଣ୍ଟ ସେକ୍ରେଟାରି ବିନୋଦ ତୋମାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ ବ୍ରୋଞ୍ଜ ବିଜୟିନୀ ସାକ୍ଷୀ ମଲିକ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ଲାଭ କରିସାରିଥିଲେ ମଧ୍ୟ ଏଥର ଅର୍ଜୁନ ପୁରସ୍କାର ପାଇଁ ପ୍ରାର୍ଥୀ ହେବେ। ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଭିନେଶ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ରେସ୍‌ଲର। ସେ ଗତବର୍ଷ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କୁ ପଛରେ ପକାଇ ବଜରଙ୍ଗ ପୁନିଆ ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଜିତିଥିଲେ। ଭିନେଶ ଗତ ୩ ବର୍ଷ ହେଲା ସ୍ଥିର ପ୍ରଦର୍ଶନ କରି ଆସୁଛନ୍ତି। ଜାକର୍ତ୍ତାରେ ସେ ଏସିଆନ ଗେମ୍ସ ସ୍ବର୍ଣ୍ଣ ଜିତିଛନ୍ତି। ୨୦୧୯ରେ ନୁର୍‌ ସୁଲତାନଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ହାସଲ କରିଛନ୍ତି। ଚଳିତବର୍ଷ ପ୍ରଥମ ଭାଗରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସେ ଏକ ବ୍ରୋଞ୍ଜ ଜିତିଥିଲେ। ତୋମାର କହିଛନ୍ତି, ଆମେ ସୋମବାର ଖେଳରତ୍ନ ପୁରସ୍କାର ପାଇଁ ଭିନେଶଙ୍କ ଦରଖାସ୍ତ ପଠାଇବୁ। ପୁରସ୍କାର ପାଇଁ ସେ ଅନ୍ୟତମ ପ୍ରମୁଖ ଦାବିଦାର। କିନ୍ତୁ ଅର୍ଜୁନ ପୁରସ୍କାର ପାଇଁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନାହୁଁ। କେଉଁ ଆବେଦନକାରୀଙ୍କ ନାମ ସୁପାରିସ ହେବ ତାହା ଡବ୍ଲ୍ୟୁଏଫ୍‌ଆଇ ସଭାପତି ସ୍ଥିର କରିବେ। ଆମ ପାଖରେ ଜୁନ୍‌ ୩ ପର୍ଯ୍ୟନ୍ତ ସମୟ ରହିଛି। ହେଲେ ଅଧିକାଂଶଙ୍କ ନାମ ସୋମବାର ପଠାଇଦିଆଯିବ ବୋଲି ସେ କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ସୂତ୍ରରୁ ପ୍ରକାଶ ସାକ୍ଷୀ ଏବେ ଫର୍ମ ଫେରିପାଇବାକୁ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିଛନ୍ତି। ସେ ୨୦୧୬ରେ ଜିମ୍ନାଷ୍ଟ ଦୀପା କର୍ମାକାର ଓ ଶୁଟର ଜିତୁ ରାୟଙ୍କ ସହିତ ଖେଳରତ୍ନ ପୁରସ୍କାର ଲାଭ କରିଥିଲେ। ନିକଟରେ ସେ ସ୍ବଳ୍ପ ବୟସ୍କା ରେସ୍‌ଲର ସୋନମ ମଲିକଙ୍କଠାରୁ ଦୁଇ ଥର ପରାଜିତ ହେବା ଦ୍ୱାରା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନଥିଲେ। ଏଥର ଅର୍ଜୁନ ପୁରସ୍କାର ପାଇଁ ୨୦୧୯ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ରୌପ୍ୟ ହାସଲ କରିଥିବା ଦୀପକ ପୁନିଆ(୮୬କେଜି) ଓ ପ୍ରତିଭା ସମ୍ପନ୍ନ ରାହୁଲ ଆଓ୍ବାରେ (୬୧କେଜି, ଅଣ-ଅଲିମ୍ପିକ କାଟେଗୋରୀ) ଡବ୍ଲ୍ୟୁଏଫ୍‌ଆଇ୍‌ ଦରଖାସ୍ତ କରିଥିବାରୁ ଡବ୍ଲ୍ୟୁଏଫ୍‌ଆଇ ସାକ୍ଷୀଙ୍କ ନାମ ସୁପାରିସ କରୁଛି କି ନା ଲକ୍ଷ୍ୟ କରିବା କଥା। ରିଓ ଗେମ୍ସ ପୂର୍ବରୁ ସାକ୍ଷୀ କୌଣସି ଉଲ୍ଲେଖନୀୟ ସଫଳତା ହାସଲ କରି ନ ଥିଲେ। ତେଣୁ ତାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇ ନ ଥିଲା। ମାତ୍ର ସେ ରିଓରେ ଏକ ବ୍ରୋଞ୍ଜ ଜିତିବାରୁ ସେ ସମୟରେ ସିଧାସଳଖ ଖେଳରତ୍ନ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri