ଫେଲ୍‌ ଏଟିଏମ୍‌-ଡିଜିଟାଲ ଟ୍ରାଞ୍ଜାକ୍‌ଶନ;ବ୍ୟାଙ୍କ-ପେମେଣ୍ଟ ଓ୍ବାଲେଟ କମ୍ପାନୀ ଗଣିବେ ଦୈନିକ ୧୦୦ ଟଙ୍କା

ମୁମ୍ବାଇ,୨୨-୯: ଅନ୍‌ଲାଇନରେ ଡିଜିଟାଲ ଟ୍ରାଞ୍ଜାକସନ ବିଫଳ ହେଲେ ଏବଂ ଗୋଟିଏ ଦିନ ଭିତରେ ବିବାଦର ସମାଧାନ କରା ନ ଗଲେ ସମ୍ପୃକ୍ତ ବ୍ୟାଙ୍କ/ପେମେଣ୍ଟ ଓ୍ବାଲେଟ କମ୍ପାନୀ ନିଜ ଗ୍ରାହକଙ୍କୁ ଦୈନିକ ୧୦୦ ଟଙ୍କା ଲେଖାଏ ଜରିିମାନା ବାବଦରେ ଫେରାଇବେ।
ନୂଆ ନିୟମ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ୍‌(ୟୁପିଆଇ), ଇମିଡିଏଟ ପେମେଣ୍ଟ ସିଷ୍ଟମ(ଆଇଏମ୍‌ପିଏସ୍‌), ଇ-ଓ୍ବାଲେଟ୍ସ, କାର୍ଡ ଟୁ କାର୍ଡ ପେମେଣ୍ଟ, ନ୍ୟାଶନାଲ ଅଟୋମେଟେଡ କ୍ଲିୟରାନ୍ସ ହାଉସ(ଏନ୍‌ଏସିଏଚ୍‌) ଉପରେ ଲାଗୁ ହେବ। ଆର୍‌ବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କ, ଅପରେଟର ଓ ଅଧିକୃତ ପେମେଣ୍ଟ ସିଷ୍ଟମ୍ସକୁ ସର୍କୁଲାର ଜାରି କରି କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଷ୍ଟେକ୍‌ହୋଲ୍ଡର୍ସଙ୍କ ସହ ଆଲୋଚନା କରାଯିବା ପରେ ବିଫଳ ଟ୍ରାଞ୍ଜାକ୍‌ଶନର ଟଙ୍କା ଆକାଉଣ୍ଟଧାରୀଙ୍କ ଖାତାରେ ନ ପହଞ୍ଚତ୍ବା ନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଓ ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ଯୋଗୁ ଗ୍ରାହକଙ୍କର ବ୍ୟାଙ୍କ ଉପରେ ଭରସା ବଢ଼ିବ। ଏଥିସହିତ ବିଫଳ ନେଣଦେଣର ପ୍ରକ୍ରିୟାକୁ ଏକୀକରଣ କରାଯାଇପାରିବ। ତେବେ ବିଫଳ ନେଣଦେଣ କାହାକୁ କୁହାଯିବ, ତାହା ମଧ୍ୟ ଆର୍‌ବିଆଇ ସର୍କୁଲାରରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଯୋଗାଯୋଗ ସଂଯୋଗ, ଏଟିଏମ୍‌ରେ ନଗଦ ଅଭାବ, ଟାଇମ୍‌ ଆଉଟ୍‌ ସେସନ୍ସ, ହିତାଧିକାରୀଙ୍କ ଆକାଉଣ୍ଟକୁ କ୍ରେଡିଟ ନ ଯିବା ଆଦିକୁ ବିଫଳତା ବୋଲି ଧରାଯିବ।
ସେହିପରି ଡିଜିଟାଲ ନେଣଦେଣ ବ୍ୟତୀତ ଆର୍‌ବିଆଇ ଅଣ ଡିଜିଟାଲ କାରବାର ଲାଗି ମଧ୍ୟ ସମୟସୀମା ଧାର୍ଯ୍ୟ କରିଛି। ଏଟିଏମ୍‌ ଓ ମାଇକ୍ରୋ ଏଟିଏମ୍‌ରେ ଟ୍ରାଞ୍ଜାକଶନ ଫେଲ୍‌ ହେଲେ ବିବାଦର ସମାଧାନ ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ୫ ଦିନ ସମୟ ମିଳିବ। ନିର୍ଦ୍ଧାରିତ ସମୟ ଭିତରେ ସମାଧାନ ନ ହେଲେ ସମ୍ପୃକ୍ତ ବ୍ୟାଙ୍କ ଦୈନିକ ୧୦୦ ଟଙ୍କା ଲେଖାଏ ଜରିମାନା ଭରଣା କରିବେ। ସେହିପରି ପଏଣ୍ଟ ଅଫ୍‌ ସେଲ୍ସ(କାର୍ଡ ସ୍ବାଇପ୍‌ ମେଶିନ) ଏବଂ ଅନ୍‌ଲାଇନ ପେମେଣ୍ଟସ କ୍ଷେତ୍ରରେ ମଧ୍ୟ ୫ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ଗ୍ରାହକଙ୍କୁ ଆର୍ଥିକ କ୍ଷତିପୂରଣ ଯଥାଶୀଘ୍ର ମିଳିଯିବା ଉଚିତ୍‌। ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ଆର୍‌ବିଆଇ ଦର୍ଶାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାଦର ସମାଧାନ ହୋଇ ନ ପାରିଲେ ସମ୍ପୃକ୍ତ ଗ୍ରାହକ ଆର୍‌ବିଆଇର ବ୍ୟାଙ୍କିଙ୍ଗ୍‌ ଅମ୍ବୁସମ୍ୟାନଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ସର୍କୁଲାରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri