ହାଉଡି ମୋଦି ପରେ ବାଣିଜ୍ୟ ଚୁକ୍ତି କରିପାରନ୍ତି ଟ୍ରମ୍ପ-ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨-୯: ଆମେରିକାର ହ୍ୟୁଷ୍ଟନରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ପରେ ଜାତିସଂଘ ସାଧାରଣ ପରିଷଦ ବୈଠକ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ସୀମିତ ବାଣିଜ୍ୟ ଚୁକ୍ତି ହୋଇପାରେ। ଦୁଇ ଦେଶ ମଧ୍ୟରେ ଏନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ଆମେରିକା ନିର୍ବାଚନ ପୂର୍ବରୁ ଚାଇନା ସହ ବାଣିଜ୍ୟ ଚୁକ୍ତି ପାଇଁ ଟ୍ରମ୍ପ ଆଗ୍ରହ ପ୍ରକାଶ କରିଥିଲେ। ଏଥିନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ହେବ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଆସନ୍ତା ସପ୍ତାହରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଟ୍ରମ୍ପ ଏଭଳି ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛନ୍ତି। ଫଳରେ ଜାପାନୀ ଉତ୍ପାଦ ଉପରେ ଆମେରିକା ଶୁଳ୍କ ହ୍ରାସ କରିବ। ଅଧିକାରୀଙ୍କ କହିବାନୁଯାୟୀ, ଭାରତ ସହିତ ସୀମିତ ବାଣିଜ୍ୟ ଚୁକ୍ତି ହେବା ପରେ ଆମେରିକାର କେତେକ ଉତ୍ପାଦ ଉପରେ ଭାରତ ଶୁଳ୍କ ହ୍ରାସ କରିବ। ସେହିପରି କେତେକ ଭାରତୀୟ ଉତ୍ପାଦ ଉପରେ ଆମେରିକା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ୍‌(ଜିଏସ୍‌ପି)କୁ ପୁନର୍ବାର ଲାଗୁ କରିବ। ସୂଚନାଥାଉ କି, ହାର୍ଲେ ଡାଭିଡସନ ବାଇକ୍‌ ଉପରେ ଭାରତ ଅଧିକ ଟାରିଫ୍‌ ଆଦାୟ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରି ଏହାକୁ ୫୦%କୁ ହ୍ରାସ କରିବା ଲାଗି ସେ ଦାବି କରୁଛନ୍ତି। ସେହିଭଳି ଭାରତ ପକ୍ଷରୁ ଜାରି କରାଯାଇଥିବା ନୂଆ ଇ-କମର୍ସ ନିୟମକୁ ନେଇ ମଧ୍ୟ ଭାରତ ସହ ଆମେରିକାର ମତବିରୋଧ ରହିଛି। ଆମାଜନ, ଓ୍ବାଲମାର୍ଟ ଭଳି କମ୍ପାନୀଙ୍କ ସ୍ବାର୍ଥକୁ ଭାରତୀୟ ଇ-କମର୍ସ ନିୟମ ବିରୋଧାଚରଣ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। ସୂଚନାଥାଉ କି, ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଥିଲେ ଯେ, ବାଣିଜ୍ୟ ବିବାଦର ସମାଧାନ ନେଇ ଆମେିରକା ସହ ଆଲୋଚନା ଚାଲିଛି। କେତେକ ବିବାଦ ଏପରି ରହିଛି ଯାହାର ସମାଧାନ ନିକଟରେ ହୋଇପାରିବ ବୋଲି ତାଙ୍କର ଆଶା ଥିବା ଜୟଶଙ୍କର କହିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଭାରତ ଠାରୁ ଆମେରିକାର ଶୀର୍ଷ କମ୍ପାନୀଙ୍କ ଲାଗି ଏକ ଉନ୍ନତ ବାଣିଜ୍ୟ ସର୍ତ୍ତ ଚାହୁଁଛନ୍ତି। ଭାରତ ସହ ପୂର୍ବର ଚୁକ୍ତି ଯୋଗୁ ଆମେରିକାର ବିିନିର୍ମାଣ କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ଚାଲିଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ସୂଚନାଥାଉ କି, ଗତବର୍ଷ ଆମେରିକା ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମାତ୍ର ୧୪୨ ବିଲିୟନ ଡଲାର ଥିଲା, ଯାହା କି ଏହାର ଚାଇନା ସହ ୭୩୭ ବିଲିୟନ ଡଲାରର ଏକ ଛୋଟ ଅଂଶବିଶେଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri