ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା

ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ସୁବର୍ଣ୍ଣପୁର ଜିଲାର ୧୧ହଜାର ୮୮ଜଣ ବାହାର ରାଜ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୫୮୮ଜଣ ନିଜ ଘରକୁ ଫେରିବାକୁ ଚାହୁଁଥିବା ସର୍ଭେରୁ ଜଣାପଡିଛି। ସର୍ବାଧିକ ୭୦୪୩ଜଣ ତାମିଲନାଡୁରେ ଓ ଦ୍ୱିତୀୟ ସର୍ବାଧିକ ୯୫୯ଜଣ ଆନ୍ଧ୍ରପ୍ରଦେଶରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରୀନ୍‌ ଜୋନରେ ରହିଛି ସୁବର୍ଣ୍ଣପୁର। ବହିରାଗତଙ୍କ ଆଗମନ ପରେ ଏହା ଜିଲା ପାଇଁ ବିପଦ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ଥିବା ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି। ଲକ୍‌ଡାଉନ୍‌ ପରେ ଅନ୍ୟ ରାଜ୍ୟରୁ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସରକାର ବାଧ୍ୟତାମୂଳକ କରିଛନ୍ତି। ଫର୍ମ ପୂରଣ କରି ପଞ୍ଜୀକରଣ ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଅଫିସରଙ୍କ ପାଇଁ ୟୁଜର ଆଇଡି ସୃଷ୍ଟି ହୋଇଛି। ଜିଲାର ୧୦୯ପଞ୍ଚାୟତ, ୩ଟି ସହରର ୪୯ଟି ଓ୍ବାର୍ଡ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ବ୍ଲକସ୍ତରରେ ବିଡିଓ ଓ ମ୍ୟୁନିସିପାଲିଟି/ଏନଏସିରେ ସମ୍ପୃକ୍ତ ନିର୍ବାହୀ ଅଧିକାରୀ ନୋଡାଲ ଅଫିସର ଅଛନ୍ତି। ଜିଲାସ୍ତରରେ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ନୋଡାଲ ଅଫିସର ରହିଛନ୍ତି। ଲକ୍‌ଡାଉନ ପରେ ବାହାରୁ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯିବ। ସମସ୍ତ ଖର୍ଚ୍ଚ ସରକାର ବୁଝିବେ । ୩ଟି ସହରରେ ଲୋକମାନଙ୍କ ରହିବା ପାଇଁ ୧୨ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଯଥେଷ୍ଟ ହେବ। ତେବେ ଗ୍ରାମାଞ୍ଚଳରେ ଏତେ ସଂଖ୍ୟକ ଲୋକଙ୍କୁ ୧୫୦ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ସଙ୍ଗରୋଧ କରି ରଖିବା ସମ୍ଭବ ନୁହଁ। କାରଣ ବର୍ତ୍ତମାନ ସୁଦ୍ଧା ମାତ୍ର ୪ହଜାର ଶଯ୍ୟାର ସମସ୍ତ ବ୍ୟବସ୍ଥା ହୋଇପାରିଛି । ଯଦି ସମସ୍ତଙ୍କୁ ଏକକାଳୀନ ଫେରାଇ ଅଣାଯାଏ ତେବେ ତାହା ଆଗାମୀ ଦିନରେ ଜିଲାବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ତଥା ଜିଲାସ୍ତରୀୟ ନୋଡାଲ ଅଫିସର ଶରତ ଚନ୍ଦ୍ର ପଣ୍ଡା କୁହନ୍ତି, ଅସ୍ଥାୟୀ ଶିବିରରେ ୮ହଜାର ଲୋକ ସଙ୍ଗରୋଧରେ ରହିବା ପାଇଁ ସ୍ଥାନ ଅଛି। ଏଥିପାଇଁ ଆଉ ୪ ହଜାର ଶଯ୍ୟା କିଣାଯିବ। ଆବଶ୍ୟକ ପଡିଲେ ଶିବିରର କକ୍ଷ ସଂଖ୍ୟା ବୃଦ୍ଧି କରାଯିବ। ଏହି ଜିଲା ଏକ ଦାଦନ ପ୍ରବଣ ଅଞ୍ଚଳ। ଶ୍ରମିକମାନେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡରେ ଇଟାଭାଟିରେ କାମ କରନ୍ତି। ସେହିପରି ଶିକ୍ଷିତ ବେକାରୀମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେମାନେ କରୋନା ସଂକ୍ରମିତ ରାଜ୍ୟ ମାନଙ୍କରୁ ଫେରିଲେ ସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ସରକାର ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ମାତ୍ର ଅଧିକାଂଶ ସରପଞ୍ଚ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ ନୁହନ୍ତି । ଏଭଳି ସ୍ଥିତିରେ ଠିକ୍‌ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?