Posted inରାଜ୍ୟ

ଫେରି ଯିବ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଅନୁଦାନ : ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ

ନୂଆଗାଁ,୧।୭(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଜୀବନ କଚ୍ଚା ଚାଳ ଘରେ ବିତୁଥିବାବେଳେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଆବାସ ଯୋଜନାର ସଫଳ ରୂପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାସ୍ତବ ହିତାଧିକାରୀମାନେ ପକ୍କାଘର ପାଇବା ପାଇଁ ବିକଳ ହେଉଥିବାବେଳେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରୁ ଫେରିଯିବାକୁ ବସିଛି ପ୍ରାୟ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଗୃହ। ସମସ୍ତଙ୍କୁ ପକ୍କା ଘରଟିଏ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବାବେଳେ ଯୋଜନାରୁ ଅନେକ ହିତାଧିକାରୀ ଏବେ ବାଦ ପଡ଼ିବାକୁ ଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ନୂଆଗାଁ ବ୍ଲକରୁ ପ୍ରାପ୍ତ ତଥ୍ୟ ଅନୁସାରେ, ୨୦୧୧ ମସିହା ସର୍ଭେ ଅନୁସାରେ ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ପାଇଁ ୨୮୨୯ ଗୋଟି ଆବାସ ଗୃହ ଯୋଗାଇ ଦିଆଯାଇଛି । ଏହା ଜାଣିବା ପରେ ଗୃହହୀନ ଲୋକେ ଘର ପାଇବା ନେଇ ଅନେକ ଆଶା ବାନ୍ଧିଥିଲେ । କିନ୍ତୁୁ ସେଥିରୁ ପ୍ରାୟ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଅନୁଦାନ ଫେରିଯିବ ବୋଲି ଶୁଣିବା ପରେ ସେମାନଙ୍କ ଆଶା ମଉଳିଯାଇଛି । ହରିଜନଙ୍କ ପାଇଁ ୯୨୨, ଆଦିବାସୀଙ୍କ ପାଇଁ ୬୫୦ ଓ ସାଧାରଣବର୍ଗଙ୍କ ପାଇଁ ୧୨୫୭ ଆବାସ ସଂରକ୍ଷିତ ରହିଛି । ବର୍ତ୍ତମାନ ଏହି ବ୍ଲକରେ ସାଧାରଣ ବର୍ଗ ଅପେକ୍ଷା ଦଳିତ ଓ ଆଦିବାସୀମାନେ ଅଧିକ ଗୃହହୀନ ଥିବାବେଳେ ସେମାନଙ୍କ ପାଇଁ କମ୍‌ ଆବାସ ଗୃହ ସଂରକ୍ଷିତ ରହିଛି । ୨୦୧୧ ମସିହାର ସର୍ଭେ ଅନୁସାରେ ଦଳିତ ଓ ଆଦିବାସୀ ଲୋକଙ୍କୁ ଗୃହହୀନ ଦର୍ଶାଯାଇ ନ ଥିବାରୁ ବର୍ତ୍ତମାନର ଏହି ଗୃହହୀନ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିବା ସମ୍ଭବ ହେଉ ନ ଥିବା କହିଛନ୍ତି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ। ସର୍ଭେ ରିପୋର୍ଟରେ ଆବଶ୍ୟକ ସଂଖ୍ୟକ ହିତାଧିକାରୀ ନ ଥିବାରୁ କାର୍ଯ୍ୟାଦେଶ ଫେରିଯିବାକୁ ବସିଛି। ଏହି ବ୍ଲକର ବହୁ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ହୋଇଥିବାବେଳେ ଅନେକ ଗୃହହୀନ ଗରିବ ଅଛନ୍ତି । ସେ ହେଲେ କାପ୍ତାପଲ୍ଲୀ ପଞ୍ଚାୟତସ୍ଥ ବାମୁରି ଗ୍ରାମର ବିଶ୍ୱନାଥ ଜାନି। ବିଶ୍ୱନାଥ ସ୍ତ୍ରୀ କମଳା, ବିବାହିତା ଝିଅ ରାଜଲକ୍ଷ୍ମୀ ଓ ନାତୁଣୀକୁ ଧରି ଏକ କଚ୍ଚା ଘରେ ରହୁଥିବା ସତ୍ତ୍ୱେ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତିି। ସେହିପରି ଶାବୁରୀ ଜାନି, ଚନ୍ଦ୍ରମଣୀ ଜାନି ମଧ୍ୟ ବାସ୍ତବରେ ପକ୍କାଗୃହ ପାଇବା ଯୋଗ୍ୟ ହେବା ସତ୍ତ୍ୱେ ହିତାଧିକାରୀ ତାଲିକାରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ତାଲିକାରେ ନାମ ଥିବା ଦଳିତ, ଆଦିବାସୀଙ୍କ ପାଇଁ ଆବାସ ଗୃହର ନିଅଣ୍ଟ ହେଲେ ନୂଆଗାଁ ବ୍ଲକସ୍ଥ ପଞ୍ଚାୟତସ୍ତରୀୟ ସଂରକ୍ଷିତ ଆବାସକୁ ଅବଳବଦଳ କରାଯାଇ ପାରିବ ବୋଲି ବିଡିଓ ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri