ଫେକ୍‌ ଆପ୍‌, ଫ୍ରି ଓ୍ବାଇଫାଇ ପ୍ରତି ସାବଧାନ: ଅପରାଧୀଙ୍କ ଟାର୍ଗେଟରେ ମହିଳା, ଛାତ୍ର ଓ ବୟସ୍କ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆପଣ ସ୍ପାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି କି? ସତର୍କ ନ ହେଲେ ନିମିଷକରେ ସାଇବର ଅପରାଧୀମାନେ ଆପଣଙ୍କ ମୋବାଇଲ୍‌ରୁ ତଥ୍ୟ ଚୋରିକରି ଟଙ୍କା ଲୁଟିନେବେ। କେବଳ ପ୍ଲେ ଷ୍ଟୋର୍‌ରୁ ହିଁ ଆବଶ୍ୟକୀୟ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ। ଫେକ୍‌ ଆପ୍‌ ଡାଉନ୍‌ ଲୋଡ଼୍‌ କରି ଇନଷ୍ଟଲ କଲେ ଆପଣଙ୍କର ମୋବାଇଲରେ ଥିବା ସବୁ ତଥ୍ୟ ଚୋରି ହୋଇଯିବ। ଯେଉଁ ଆପ୍‌ଟି କମ୍‌ ଏମ୍‌ବିର ରହିଥିବ ତାହା ସାଇବର ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଇପାରେ। ଆଇଆଇଆଇଟି କ୍ୟାମ୍ପସରେ ଅନୁଷ୍ଠିତ ସାଇବର ଅପରାଧ ସଂକ୍ରାନ୍ତ କର୍ମଶାଳାରେ ସାଇବର ବିଶେଷଜ୍ଞମାନେ ଏଭଳି ପରାମର୍ଶ ଦେଇଛନ୍ତି। ବିଶେଷକରି ପର୍ନ ସାଇଟ୍‌ ଓ ଲଟେରି ବିଜେତା ହୋଇଥିବା ନେଇ ମୋବାଇଲ୍‌କୁ ଆସୁଥିବା ଲିଙ୍କ୍‌କୁ ଖୋଲିବାକୁ ବିଶେଷଜ୍ଞମାନେ ମନା କରିଛନ୍ତି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର କହିଲେ, ସାଇବର ଅପରାଧୀମାନେ ମହିଳା, ଛାତ୍ର ଓ ବୟସ୍କଙ୍କୁ ଟାର୍ଗେଟ କରୁଛନ୍ତି। ମୋବାଇଲ୍‌ ଫେକ୍‌ କଲ୍‌ ପ୍ରତି ସର୍ବାଧିକ ସତର୍କ ରହିବା ଦରକାର। ସାଇବର ଅପରାଧୀ ବିଶ୍ୱର ଯେ କୌଣସି ସ୍ଥାନରେ ବସି ଅନ୍ୟ ଜଣଙ୍କ ମୋବାଇଲ୍‌ ଫୋନ୍‌କୁ ହ୍ୟାକ୍‌ କରି ସେହି ନମ୍ବରରେ ଅନ୍ୟ ଜଣଙ୍କୁ କଲ୍‌ କରିଥାନ୍ତି। ଟଙ୍କା ଲୁଟିବା ସହ ନାନା ଅପରାଧ ଘଟାନ୍ତି। ଏଯାଏ ଏପରି ଫେକ୍‌ କଲ ରୋକିବା ପାଇଁ ସେଭଳି କିଛି ବ୍ୟବସ୍ଥା ହୋଇପାରିନି। କେବଳ ସର୍ତକତା ଅବଲମ୍ବନ କଲେ ଏଭଳି ଅପରାଧରୁ ରକ୍ଷା ପାଇପାରିବା। ସେହିଭଳି ସର୍ବସାଧାରଣ ସ୍ଥାନରେ ଫୋନ୍‌ ଚାର୍ଜ କଲେ ଡାଟା ଚୋରିର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ନିଜ ମୋବାଇଲ୍‌କୁ ବନ୍ଦ ରଖନ୍ତୁ। ଫ୍ରି ଓ୍ବାଇଫାଇ ସଂଯୋଗବେଳେ ଅନେକ ସମୟରେ ଓଟିପି ଦେବାକୁ ପଡିଥାଏ। ଡାଟା ଚୋରି ପାଇଁ ସାଇବର ଅପରାଧୀମାନେ ଅନେକ ସ୍ଥାନରେ ମାଗଣା ଓ୍ବାଇଫାଇ ବ୍ୟବସ୍ଥା କରିଥାନ୍ତି, ଯାହା ସାଧାରଣ ଲୋକେ ଜାଣିପାରନ୍ତି ନାହିଁ। ଏହାସହ ମାଗଣାରେ ମିଳୁଥିବା ପେନ୍‌ ଡ୍ରାଇଭ୍‌, ମୋବାଇଲ୍‌, ହାର୍ଡଡିକ୍ସ ଓ ଅନ୍ୟ ଇଲେଟ୍ରୋନିକ୍ସ ସାମଗ୍ରୀ ବ୍ୟବହାରବେଳେ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି।

ଆସନ୍ତା ଜାନୁୟାରୀ ୬ରୁ ୧୧ ଆଇଟି ସପ୍ତାହ ପାଳନ ହେବ। ଏହି ଅବସରରେ ସାଇବର ଅପରାଧ ରୋକିବା ପାଇଁ ଗଣଶିକ୍ଷା ବିଭାଗ, ପୋଲିସ ବିଭାଗ ଓ ଆଇଆଇଆଇଟି ପକ୍ଷରୁ ସ୍କୁଲ, କଲେଜ ଏବଂ ସରକାରୀ ଅଫିସରେ ସଚେତନତା କରାଯିବ। ଏହାସହ ପୋଲିସକୁ ମଧ୍ୟ ସାଇବର ଅପରାଧ ସମ୍ପର୍କରେ ଶିକ୍ଷା ଦିଆଯିବ ବୋଲି ଆଇଆଇଆଇଟି ଡିନ୍‌ ପ୍ରଫେସର ଦେବାଶିଷ ଜେନା କହିଛନ୍ତି। କାର୍ଯ୍ୟକ୍ରମରେ ଆଇଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଡା. ଗୋପାଳ କୃଷ୍ଣ ନାୟକ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri