ଫୁଲବାଣୀ ଅଫିସ, ୨୬ା୯- ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ଋଣ ପ୍ରଦାନରେ ଜାଲିଆତି ଘଟଣାରେ ୟୁନାଇଟେଡ୍ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳିକା ସାଗରିକା ନାୟକ ମଙ୍ଗଳବାର ଜେଲ ଯାଇଛନ୍ତି। ବୁଧବାର ବିଭାଗୀୟ ତଦନ୍ତ କରାଯାଇ ସାଗରିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ବ୍ୟାଙ୍କ ଶାଖା ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି ା ସାଗରିକା ଗିରଫ ହୋଇ ଜେଲଯିବା ପରେ ୨ଦିନ ଧରି ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ବଲପୁର ଜୋନ ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ଅଭିଯୋଗ ସମ୍ପର୍କରେ ବ୍ୟାଙ୍କ କର୍ମଚାରୀ, ଠକେଇର ଶୀକାର ହୋଇଥିବା କେତେଜଣ ହିତାଧିକାରୀଙ୍କୁ ପଚରାଉଚୁରା କରିଥିଲେ ା ଏହାପରେ ନିଲମ୍ବନ ସମ୍ପର୍କିତ ଚିଠି ସାଗରିକାଙ୍କ ଟେବୁଲ ଉପରେ ରଖିବା ସହ ବ୍ୟାଙ୍କର ସୁପରିଚାଳନା ପାଇଁ ଅନ୍ୟ ଜଣଙ୍କୁ ଶାଖା ପରିଚାଳକ ଦାୟିତ୍ୱ ଦେଇଥିଲେ ା ସୂଚନାଯୋଗ୍ୟ, ବ୍ୟାଙ୍କ ଶାଖା ପରିଚାଳିକା ସାଗରିକା ଟଙ୍କା ନେଇ ଚାଷୀଙ୍କ ଋଣ କରାଉଥିଲେ। ପ୍ରଥମ ପର୍ଯ୍ୟାୟରେ ଋଣ ଟଙ୍କା ଦେବା ପୂର୍ବରୁ ଗ୍ରାହକଙ୍କ ଏଟିଏମ୍ ମାଗି ନେଉଥିଲେ। ନିଜେ ଟଙ୍କା ଉଠାଇ ନେଇ ବାକି ଟଙ୍କା ଦିଆଯିବ ବୋଲି ଗ୍ରାହକଙ୍କୁ କହୁଥିଲେ ମଧ୍ୟ ପରେ ଦେଉ ନ ଥିଲେ। ଏ ନେଇ ଅସନ୍ତୁଷ୍ଟ ଚାଷୀମାନେ ଫୁଲବାଣୀ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିଲେ ା ଏହି ଘଟଣାର ତଦନ୍ତ କରି ପୋଲିସ ସାଗରିକା ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ା ଘଟଣାରେ ସଂଶ୍ଳିଷ୍ଟ ଜଣେ ମଧ୍ୟସ୍ଥଙ୍କୁ ପୋଲିସ ମୁଖ୍ୟ ସାକ୍ଷୀ କରିଥିବା ଜଣାପଡିଛି ା
ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ
ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…
ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ
ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…
ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ
ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…
ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଆଉ ତା’ ପରେ…
ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…
ବ୍ରାହ୍ମଣୀଗାଁରେ ବିଏସ୍ଏନ୍ଏଲ୍ ନେଟ୍ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…
ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍ଏନ୍ଏଲ ନେଟ୍ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ
ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…
ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ
ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…
Archives

