ଫୁଲବାଣୀ ଅଫିସ, ୨୨ା୧୨- ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କଲୋନୀରେ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ନିଜ ଜିନିଷପତ୍ର ନେଇ ଯିବା ପାଇଁ ବିଡିଓ ଜବରଦଖଲକାରୀଙ୍କୁ କହିବା ପରେ ସେମାନେ ଏଥିରେ ରାଜି ହୋଇଥିଲେ। ସୂଚନା ଅନୁଯାୟୀ, ବ୍ଲକ କଲୋନୀରେ ସରକାରୀ କ୍ୱାଟର୍ସ ରହିଛି। ବହୁବର୍ଷ ହେବ କ୍ୱାର୍ଟର ପଛପଟେ ୬ଟି ପରିବାର ଜବରଦଖଲ କରି ରହୁଥିଲେ। ଏ ନେଇ ବାରମ୍ବାର ଅଭିଯୋଗପରେ ତହସିଲଦାର ଏବଂ ବିଡିଓ ପୋଲିସ ସହ ଶନିବାର ଯାଇ ଜବରଦଖଲକାରୀଙ୍କୁ ବୁଝାସୁଝା କରିବାରୁ ସେମାନେ ଚାଲି ଯାଇଥିଲେ। ଏ ନେଇ ବିଡିଓ ସୁବ୍ରତ କୁମାର ଜେନା କୁହନ୍ତି, ଆମେ ଜବରଦଖଲ ଉଚ୍ଛେଦ କରିଛୁ। ସେମାନଙ୍କୁ ତହସିଲଦାର ଥଇଥାନ ପାଇଁ ସ୍ଥାନ ଦେଇଛନ୍ତି। ଯେଉଁମାନଙ୍କ ଜାଗା ନାହିଁ, ଭୂମିହୀନ ଥଇଥାନ ଯୋଜନାରେ ସାମିଲ କରାଯିବ। ଉଚ୍ଛେଦବେଳେ ତହସିଲଦାର ଆଲୋକ ପ୍ରଧାନ, ଥାନାଧିକାରୀ ନରେଶ ସାହୁ ସଦଳବଳ ଉପସ୍ଥିତ ଥିଲେ।
ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା
ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…
ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ
ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…
ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ
ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…
ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍ ସ୍କୁଲ,…
ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!
ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…
ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ
ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…
ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…
ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
Archives

