ଫିଲ୍ମରେ ଓଡ଼ିଶାର ସୌନ୍ଦର୍ଯ୍ୟ ଦେଖାଇବେ ନୀଳମାଧବ

ଭୁବନେଶ୍ୱର,୭ା୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଏକୁଟିଆପଣ, ଭୟ ଏବଂ ଭଲପାଇବାକୁ ନେଇ ଏକ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ଓଡ଼ିଶା ଜନ୍ମିତ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମନିର୍ମାତା ନୀଳମାଧବ ପଣ୍ଡା। ‘ବିଶ୍ୱ’ ନାମକ ଏହି ଫିଲ୍ମ ଜଣେ ପିତା ଓ ତାଙ୍କ ଦୃଷ୍ଟିହୀନ ପୁଅର କାହାଣୀ ଉପରେ ପର୍ଯ୍ୟବସିତ ହୋଇଛି। ପ୍ରତିଥର ଭଳି ଏଥର ମଧ୍ୟ ନିଜ ଫିଲ୍ମ ମାଧ୍ୟମରେ ସାମାଜିକ ବାର୍ତ୍ତା ଦେବାର ପ୍ରୟାସ କରିଛନ୍ତି ନୀଳମାଧବ। ଅନ୍ଧତ୍ୱକୁ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ଦେଖିବା ପାଇଁ ଏହି ଚଳଚ୍ଚିତ୍ରରେ ନୀଳମାଧବ ପ୍ରୟାସ କରିଛନ୍ତି। ଫିଲ୍ମଟି ସମ୍ପୂର୍ଣ୍ଣଭାବେ ଓଡ଼ିଶାର ଆବିଷ୍କୃତ ହୋଇ ନ ଥିବା ସୌନ୍ଦର୍ଯ୍ୟମୟ ସ୍ଥାନଗୁଡ଼ିକରେ ଶୁଟ୍‌ ହୋଇଛି। ଫିଲ୍ମ ଟୁରିଜିମ୍‌ ମାଧ୍ୟମରେ ସମଗ୍ର ବିଶ୍ୱକୁ ଓଡ଼ିଶାର ଅନାଲୋଚିତ ପର୍ଯ୍ୟଟନସ୍ଥଳୀ ଏବଂ ଉତ୍କୃଷ୍ଟ ସୌନ୍ଦର୍ଯ୍ୟ ସମ୍ପର୍କରେ ଅବଗତ କରାଇବାକୁ ନୀଳମାଧବ ପ୍ରୟାସ କରିଛନ୍ତି।
ନୀଳମାଧବଙ୍କ ସହଯୋଗୀ ତଥା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅନୁଜ ତ୍ୟାଗୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଷ୍ଟାର୍‌କାଷ୍ଟରେ ଲୋକପ୍ର୍ରିୟ କଳାକାର ବିନୟ ପାଠକ, ମରାଠୀ ଚଳଚ୍ଚିତ୍ର ‘ଦାଗ’ ପାଇଁ ଜାତୀୟ ପୁରସ୍କାର ବିଜେତା ଉଷା ଯାଦବ, ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ସ୍ଲମଡଗ୍‌ ମିଲେନେୟାର’ ଏବଂ ହିନ୍ଦୀ ଫିଲ୍ମ ‘ଯବ୍‌ ତକ ହୈ ଜାନ’ ପାଇଁ ଜଣାଶୁଣା ସରିବ୍‌ ହାସ୍‌ମୀ, ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ନିଜ କାର୍ଯ୍ୟ ପାଇଁ ଜଣାଶୁଣା ଜ୍ୟୋତି ସୁବାସ ପ୍ରମୁଖ ରହିଛନ୍ତି। ଏହାବ୍ୟତୀତ ବହୁ ଓଡ଼ିଆ କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ବୋଲି ନୀଳମାଧବ କହିଛନ୍ତି। ଅନ୍ୟପକ୍ଷରେ ଏହି ଫିଲ୍ମକୁ ସେ ବିଶ୍ୱସ୍ତରରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ଏହା ରିଲିଜ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri