ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର ଫୁଡ୍ ଡେଲିଭରି ସେବା ଆରମ୍ଭ କରିପାରେ। ଏଥିପାଇଁ କମ୍ପାନୀ ସହରର ଅନେକ ରେଷ୍ଟୁରାଣ୍ଟକୁ ନିଜ ପ୍ଲାଟଫର୍ମ ସହ ଯୋଡିବା ମଧ୍ୟ ଆରମ୍ଭ କରିଦେଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ଲିପକାର୍ଟର ଏହି ପ୍ରବେଶ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତୀୟ ଫୁଡ୍ ଡେଲିଭରି ବଜାରରେ ଏପର୍ଯ୍ୟନ୍ତ ‘ଜୋମାଟୋ’ (Zomato) ଏବଂ ‘ସ୍ୱିଗୀ’ (Swiggy) ର ପ୍ରଭାବ ରହିଆସିଛି । ତଥାପି, ସାମ୍ପ୍ରତିକ ମାସଗୁଡ଼ିକରେ ‘ରାପିଡୋ’ (Rapido) ମଧ୍ୟ ନିଜର ଫୁଡ୍ ଡେଲିଭରି ପ୍ଲାଟଫର୍ମ ‘Ownly’ ଜରିଆରେ ଏହି ବଜାରରେ ହଲଚଲ ସୃଷ୍ଟି କରିଛି। ରେଷ୍ଟୁରାଣ୍ଟଗୁଡ଼ିକୁ ଆକର୍ଷିତ କରିବା ପାଇଁ ଫ୍ଲିପକାର୍ଟ ଏକ ବଡ଼ ପଦକ୍ଷେପ ନେଉଛି। କମ୍ପାନୀ ସେମାନଙ୍କଠାରୁ ମାତ୍ର ପ୍ରାୟ ୧୦ ପ୍ରତିଶତ କମିଶନ୍ ନେବାକୁ ଯୋଜନା କରୁଛି । ବର୍ତ୍ତମାନ ଜୋମାଟୋ ଏବଂ ସ୍ୱିଗୀ ସାଧାରଣତଃ ରେଷ୍ଟୁରାଣ୍ଟଗୁଡ଼ିକଠାରୁ ୧୬% ରୁ ୩୦% ପର୍ଯ୍ୟନ୍ତ କମିଶନ୍ ନେଇଥାନ୍ତି। ଏଭଳି ପରିସ୍ଥିତିରେ ଫ୍ଲିପକାର୍ଟର କମ୍ କମିଶନ୍ ମଡେଲ୍ ଛୋଟ ଏବଂ ବଡ଼ ଉଭୟ ପ୍ରକାରର ରେଷ୍ଟୁରାଣ୍ଟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରିବ।

ଫ୍ଲିପକାର୍ଟ ଏହି ବ୍ୟବସାୟରେ ପାରମ୍ପରିକ ମଡେଲ୍ ପରିବର୍ତ୍ତେ ‘ଓପନ୍ ନେଟୱାର୍କ ଫର ଡିଜିଟାଲ କମର୍ସ’ (ONDC) ର ବ୍ୟବହାର କରିବ। ONDC ହେଉଛି ସରକାରଙ୍କ ଏକ ପଦକ୍ଷେପ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ବାଣିଜ୍ୟକୁ ଅଧିକ ଖୋଲା ଏବଂ ପ୍ରତିଯୋଗିତାମୂଳକ କରିବା। ଏହାଦ୍ୱାରା ଫ୍ଲିପକାର୍ଟକୁ ଆରମ୍ଭରୁ ଏକ ସମ୍ପୂର୍ଣ୍ଣ ନେଟୱାର୍କ ପ୍ରସ୍ତୁତ କରିବାକୁ ପଡ଼ିବ ନାହିଁ ଏବଂ ସେ ଦ୍ରୁତ ଗତିରେ ନିଜର ସେବା ଆରମ୍ଭ କରିପାରିବ। ମିଳିଥିବା ସୂଚନା ମୁତାବକ, ପ୍ରାରମ୍ଭିକ ପର୍ଯ୍ୟାୟରେ ଖାଦ୍ୟ ବିତରଣ ସେବା କେବଳ ବାଙ୍ଗାଲୋର ମଧ୍ୟରେ ସୀମିତ ରହିବ। କମ୍ପାନୀ ପ୍ରଥମେ କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ସହିତ ଏହି ସେବାର ପରୀକ୍ଷା କରିବ। ଗ୍ରାହକଙ୍କ ପ୍ରତିକ୍ରିୟା ଏବଂ ସେବାରେ ଆବଶ୍ୟକୀୟ ସୁଧାର ଆଣିବା ପରେ ଏହାକୁ ଅନ୍ୟ ସହରଗୁଡ଼ିକରେ ମଧ୍ୟ ଆରମ୍ଭ କରାଯିବ। ଗ୍ରାହକମାନେ ଫ୍ଲିପକାର୍ଟର ଫୁଡ୍ ଡେଲିଭରି ସେବାର ବ୍ୟବହାର ମୁଖ୍ୟ ଫ୍ଲିପକାର୍ଟ ଆପ୍ ସହିତ ଏକ ସ୍ୱତନ୍ତ୍ର ଫୁଡ୍ ଡେଲିଭରି ଆପ୍ ଜରିଆରେ ମଧ୍ୟ କରିପାରିବେ।

ଯଦି ଫ୍ଲିପକାର୍ଟ ଏହି କମ୍ କମିଶନ୍ ମଡେଲ୍‌କୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସଫଳ ହୁଏ, ତେବେ ରେଷ୍ଟୁରାଣ୍ଟଗୁଡ଼ିକର ଖର୍ଚ୍ଚ ହ୍ରାସ ପାଇପାରିବ। ଏହାର ଲାଭ ଗ୍ରାହକମାନଙ୍କୁ ଉତ୍ତମ ଅଫର୍, କମ୍ ଡେଲିଭରି ଚାର୍ଜ ଏବଂ ଅଧିକ ଡିସକାଉଣ୍ଟ ମିଳିପାରିବ। ଅନ୍ୟପକ୍ଷରେ, ଜୋମାଟୋ ଏବଂ ସ୍ୱିଗୀକୁ ମଧ୍ୟ ବଜାରରେ ନିଜର ଅଂଶଦାରୀ ବଜାୟ ରଖିବା ପାଇଁ ସେମାନଙ୍କର କମିଶନ୍ ନୀତି ଏବଂ ବ୍ୟବସାୟ ମଡେଲରେ ପରିବର୍ତ୍ତନ କରିବାକୁ ପଡିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?