Posted inଖେଳ

ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ଭାନ୍‌ ଡିକ୍‌, ରୋନାଲ୍ଡୋ, ମେସି

ରୋମ୍‌, ୨ା୯ (ଏଏଫ୍‌ପି)-ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କରାଯାଇଥିବା ସଂକ୍ଷିପ୍ତ ତାଲିକାରେ ଲିଭରପୁଲ୍‌ ସେଣ୍ଟର ବ୍ୟାକ୍‌ ଭର୍ଗିଲ ଭାନ୍‌ ଡିକ୍‌ ସ୍ଥାନ ପାଇଛନ୍ତି। ଏହି ଖେଳାଳି ଜଣକ ନିକଟରେ ୟୁନିୟନ ଅଫ୍‌୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ(ୟୁଫା)ର ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିସାରିଛନ୍ତି। ନେଦରଲାଣ୍ଡ୍ସର ଏହି ଅନ୍ତର୍ଜାତୀୟ ଖେଳାଳି ଗତ ସପ୍ତାହରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ଲିଓନେଲ ମେସିଙ୍କୁ ପଛରେ ପକାଇ ୟୁରୋପିଆନ ଟାଇଟଲ ଜିତିଥିଲେ। ବର୍ତ୍ତମାନ ଏହି ୩ଜଣ ପୁଣି ସମ୍ମାନଜନକ ଫିଫା ପୁରସ୍କାର ଦୌଡ଼ରେ ଅଛନ୍ତି। ଲିଭରପୁଲ୍‌ର ଚାମ୍ପିୟନ୍ସ ଲିଗ୍‌ ଅଭିଯାନରେ ଭାନ୍‌ ଡିକ୍‌ ବିଶେଷ ଭୂମିକା ଗ୍ରହଣ କରିଥିଲେ। ସେହିପରି ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ସଂକ୍ଷିପ୍ତ ତାଲିକାରେ ଇଂଲଣ୍ଡର ଫୁଲ୍‌-ବ୍ୟାକ୍‌ ଲୁସି ବ୍ରୋଞ୍ଜ୍‌ ରହିଛନ୍ତି, ଯିଏକି ୟୁଫାର ମହିଳା ପୁରସ୍କାର ଜିତି ସାରିଛନ୍ତି। ତାଲିକାରେ ବିଶ୍ୱକପ୍‌ ବିଜୟୀ ଆମେରିକା ଦଳର ଦୁଇ ଖେଳାଳି ମେଗାନ୍‌ ରାପିନୋ ଏବଂ ଆଲେକ୍ସ ମୋର୍ଗାନ ଅଛନ୍ତି। ସେହିପରି ଶ୍ରେଷ୍ଠ ଶ୍ରେଷ୍ଠ ପୁରୁଷ କୋଚ୍‌ ଦୌଡ଼ରେ ମାଞ୍ଚେଷ୍ଟର ସିଟି ମୁଖ୍ୟ ପେପ୍‌ ଗର୍ଡିିଓଲା, ଲିଭରପୁଲ୍‌ର ଜର୍ଜେନ କ୍ଲୋପ୍‌ ଏବଂ ମୌରିକୋ ପୋଚେଟିନୋ ରହିଛନ୍ତି। ସେହିପରି ମହିଳା କୋଚ୍‌ ସଂକ୍ଷିପ୍ତ ତାଲିକାରେ ଇଂଲଣ୍ଡକୁ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରାଇଥିବା ଫିଲ୍‌ ନେଭିଲ୍‌, ଆମେରିକାର ଜିଲ୍‌ ଏଲିସ୍‌ ଏବଂ ୟୁରୋପିଆନ ଚାମ୍ପିୟନ ନେଦରଲାଣ୍ଡ୍ସକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଥିବା ସାରିନା ଓ୍ବେମ୍ୟାନ।
ସଂକ୍ଷିପ୍ତ ତାଲିକା
ପୁରୁଷ ଖେଳାଳି: କ୍ରିଷ୍ଟିଆନୋ ରୋନାଲ୍‌ଡୋ (ଜୁଭେଣ୍ଟସ/ପର୍ତ୍ତୁଗାଲ), ଲିଓନେଲ ମେସି (ବାର୍ସିଲୋନା/ଆର୍ଜେଣ୍ଟିନା), ଭିଜିଲ ଭାନ୍‌ ଡିକ୍‌(ଲିଭରପୁଲ/ନେଦରଲାଣ୍ଡ୍ସ),
ମହିଳା ଖେଳାଳି: ଲୁସି ବ୍ରୋଞ୍ଜ(ଲିଅନ୍‌/ଇଂଲଣ୍ଡ), ଆଲେକ୍ସ ମୋର୍ଗାନ (ଓର୍ଲାଣ୍ଡୋ ପ୍ରାଇଡ୍‌/ଆମେରିକା), ମେଗାନ ରାପିନୋ (ରେନ୍‌ ଏଫ୍‌ସି/ଆମେରିକା)।
ପୁରୁଷ କୋଚ୍‌: ପେପ୍‌ ଗର୍ଡିଓଲା (ମାଞ୍ଚେଷ୍ଟର ସିଟି), ଜର୍ଜେନ କ୍ଲୋପ୍‌ (ଲିଭରପୁଲ୍‌), ମୋରିସିଓ ପୋଚେଟିନୋ (ଟୋଟେନହାମ୍‌)।
ମହିଳା କୋଚ୍‌: ଜିଲ୍‌ ଏଲିସି (ଆମେରିକା),ଫିଲ୍‌ ନେଭିଲ (ଇଂଲଣ୍ଡ), ସାରିନା ଓ୍ବେମ୍ୟାନ(ନେଦରଲାଣ୍ଡ୍ସ)।
ମହିଳା ଗୋଲକିପର: କ୍ରିଷ୍ଟିନେ ଏଣ୍ଡ୍‌ଲର (ପ୍ୟାରିସ ସେଣ୍ଟ ଜର୍ମେନ/ଚିଲି), ହେଡ୍‌ଭିଜ୍‌ ଲିଣ୍ଡାଲ (ଓଫ୍ସବର୍ଗ/ ସ୍ବିଡେନ), ସାରି ଭାନ୍‌ ଭିନେଡାଲ (ଆଟଲେଟିକୋ ମାଡ୍ରିଡ/ନେଦରଲାଣ୍ଡ୍ସ)।
ପୁରୁଷ ଗୋଲକିପର: ଆଲିସନ (ଲିଭରପୁଲ୍‌/ବ୍ରାଜିଲ), ଇଡେରସନ (ମାଞ୍ଚେଷ୍ଟର ସିଟି/ବ୍ରାଜିଲ), ମାର୍କ ଆଣ୍ଡ୍ରେଟର ଷ୍ଟିଜେନ(ବାର୍ସିଲୋନା/ଜର୍ମାନୀ)।
ପୁସ୍କାସ ପୁରସ୍କାର (ଶ୍ରେଷ୍ଠ ଗୋଲ ପାଇଁ): ଲିଓନେଲ ମେସି (ବାର୍ସିଲୋନା ବନାମ ରିୟଲ ବେଟିସ୍‌), ଜୁଆନ କ୍ୱିଣ୍ଟେରୋ(ରିଭର ପ୍ଲେଟ ବନାମ ରେସିଂ କ୍ଲବ), ଡାନିଏଲ ଜେସୋରି (ଡେବ୍ରେସେନ୍‌ ବନାମ ଫରେଙ୍କଭାରୋସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri