ଫସଲ ବି ଉଜାଡ଼ିଲା କରୋନା ବିପତ୍ତି

ତେଲକୋଇ,୨୬ା୩(ଡ଼ି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ଏଥର ୫ହଜାରରୁ ଅଧିକ ଚାଷୀ ପ୍ରାୟ ୨୦ହଜାର ହେକ୍ଟର ଜମିରେ ତରଭୁଜ ଚାଷ କରିଛନ୍ତି। ଅମଳ ପରେ ସେମାନେ ରାଜ୍ୟ ବାହାର ସମେତ ବିଭିନ୍ନ ସ୍ଥାନକୁ ଏହାକୁ ପଠାଇଥାନ୍ତି। ସମ୍ପ୍ରତି କରୋନା କଟକଣା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହେବାରୁ ସେମାନେ ରାଜ୍ୟ ବାହାରକୁ ତରଭୂଜ ପଠାଇ ନ ପାରୁ ନ ଥିବା କ୍ଷତିରେ ପଡ଼ିବା ନେଇ ଚିନ୍ତାରେ ରହିଛନ୍ତି। ଆଉ ୫ରୁ ୬ ଦିନ ମଧ୍ୟରେ ବିକ୍ରି ନ ହେଲେ ତରଭୁଜ ଜମିରେ ପଚିଯିବା ସାର ହେବ। ଏ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ବୁଧବାର ସ୍ଥାନୀୟ ବିଡିଓ, ତହସିଲଦାରଙ୍କୁ ଭେଟି ସେମାନଙ୍କ ଜରିଆରେ ଜିଲାପାଳଙ୍କ ନିକଟକୁ ଏହି ମର୍ମରେ ଅଭିଯୋଗପତ୍ର ପଠାଇଛନ୍ତି।
ପ୍ରଶାସନକୁ ଭେଟିବାକୁ ଆସିଥିବା ଦୁଃଖବନ୍ଧୁ ମହାକୁଡ, ଦୁଷ୍ମନ୍ତ ସାମଲ, ଯୁଗୋଳ କିଶୋର ସାହୁ, ପ୍ରଭାତ ସାହୁ, ମଳୟ କୁମାର ସାମଲଙ୍କ ସମେତ ଶତାଧିକ ଚାଷୀ କହିଛନ୍ତି ଯେ, ତେଲକୋଇ ଅଞ୍ଚଳର ଦୋବଲାପାଳ, ଛାମୁଣ୍ଡା, ସିରିଆବାହାଳ, ଡିମିରିଆ, ଜଟ, ହାଲପୋଡି, ଆକୁଳ, ଦୁଲଭପୁର, ଭୀମକାଣ୍ଡ, ଉଦୟଗିରି, ଦେଉଳଡିହା, କରଦାଙ୍ଗି, ସରେଇ, କାଣ୍ଡପଶି ଆଦି ସ୍ଥାନରେ ଅନ୍ୟବର୍ଷ ଭଳି ଏଥର ବ୍ୟାପକ ତରଭୁଜ ଚାଷ ହୋଇଛି। ଚଳିତ ମାସରେ ଏହାକୁ ତୋଳାଯାଇ କଲିକତା, ପାଟଣା, ଝାଡ଼ଖଣ୍ଡ ଓ ପୁଣେ ସମେତ ଓଡ଼ିଶାର ବିଭିନ୍ନ ବଜାର ଅଞ୍ଚଳକୁ ପଠାଯାଇଥାନ୍ତା। ଚାଷୀ ଅନ୍ତଯର୍‌ୟାମୀ ସାହୁ କହିଥିଲେ, ଏହି ଚାଷ କାର୍ଯ୍ୟ ଲାଗି ସେମାନେ ଧାର କରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତରଭୂଜ ମଞ୍ଜି କିଲୋ ପ୍ରତି ୩୫ଶହ ଟଙ୍କା ଦେଇ ଖରିଦ କରିଥିଲେ। ସାର, ଔଷଧ ଓ ଶ୍ରମିକଙ୍କୁ ମଜୁରି ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ତରଭୁଜ ବିକ୍ରି ନ ହେଲେ କରଜ ଶୁଝିବା ସମ୍ଭବ ହେବ ନାହିଁ । ଏଥିଲାଗି ସେମାନେ ପ୍ରଶାସନକୁ ନିବେଦନ କରିବାକୁ ଆସ ଥିବା କହିଥିଲେ। ଏସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ କହିଲେ, ବାହାର ରାଜ୍ୟକୁ ତରଭୁଜ ପଠାଇବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ଦରକାର। କିନ୍ତୁ ରାଜ୍ୟ ଭିତରେ ବିକ୍ରୟ ପାଇଁ ଅସୁବିଧା ହେବ ନାହିଁ ି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri