ଫଳକରେ ଅଟକିଛି ଉନ୍ନୟନ କାର୍ଯ୍ୟ

ବାରିପଦା ଅଫିସ, ୧୮ା୩- ବାରିପଦାର ସହରରେ ଥିବା ୭ଟି ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୨ ଫେବୃୟାରୀ ୨୦୧୯ରେ ଭିିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। ଭିତ୍ତିପ୍ରସ୍ଥର ସ୍ଥାପନ ହେବାର ବର୍ଷେ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାଣିଚାଏ କାମ ହୋଇ ପାରି ନାହିଁ।

ଉଲ୍ଲେଖଯୋଗ୍ୟ, ସହରରେ ଥିବା ଝିଞ୍ଜିିରି ବନ୍ଧ, ବଡ଼ ପୋଖରୀ, ଚାପଲପୋଖରୀ, ହେମସାଗର ପୋଖରୀ, ଷ୍ଟେଶନ ବନ୍ଧ, ମାତା ପୋଖରୀ, ୧୫ ନମ୍ବର ୱାର୍ଡ଼ର ଏକ ପୋଖରୀ ଆଦି ୭ଟି ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଶିଳାନ୍ୟାସ ହୋଇଥିଲା। ତତ୍କାଳୀନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ସମେତ ବାରିପଦା ପୌରପରିଷଦର ପାରିଷଦମାନେ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ। ତେବେ ଶିଳାନ୍ୟାସର ବର୍ଷେ ପରେ ମଧ୍ୟ କାର୍ଯ୍ୟ ନ ହେବା ପଛରେ ରାଜନୀତିର ବାସ୍ନା ବାରି ହୋଇ ପଡ଼ୁଛି। ଚର୍ଚ୍ଚା ହେଉଛି ଯେ, ୧୨ ତାରିଖରେ ପୌରପରିଷଦର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକଳାପର ଶେଷ ଦିବସ ଥିବାରୁ ତରବରିଆ ଭାବେ ଏହି ଉନ୍ନୟନ କାର୍ଯ୍ୟଗୁଡିକର ଶିଳାନ୍ୟାସ ହୋଇଥିଲା। ସେହିଭଳି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସହରର ଭୋଟରମାନଙ୍କୁ ମନେଇବା ପାଇଁ ଏପରି କରାଯାଇଥିଲା। ହେଲେ ଏବେ ଏହିି କାର୍ଯ୍ୟ ପାଇଁ କେହି ମନ ଦେଉ ନାହାନ୍ତିି। ଅନ୍ୟପକ୍ଷେ ପୌର ପରିଷଦ ଭାଙ୍ଗିବା ପୂର୍ବରୁ ଉକ୍ତ କାର୍ଯ୍ୟର ପ୍ରସ୍ତାବ ଓ ଡିପିଆର (ଡିଟେଲ ପ୍ରୋଜେକ୍ଟ୍ର ରିପୋର୍ଟ) ବିଭାଗକୁ ଦିଆଯାଇଥିଲା। ଅର୍ଥ ମଧ୍ୟ ମଞ୍ଜୁର ହୋଇଛି, ହେଲେ ପୌରପରିଷଦ କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ପୌରପରିଷଦ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ କାମ ମଞ୍ଜୁର ହୋଇଛି। ବର୍ତ୍ତମାନ ଟଙ୍କା ଯୋଗାଡ଼ ଚାଲିଛି, ଟଙ୍କା ହେଲେ ଟେଣ୍ଡର ଡକାଯାଇ କାମ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri