Posted inଖେଳ

ଫର୍ମୁଲା ଓ୍ବାନ୍‌ ସୁପରଷ୍ଟାର

ଲୁଇସ୍‌ ହାମିଲଟନ ଷଷ୍ଠଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରି ମାଇକେଲ ସୁମାକରଙ୍କଠାରୁ ଗୋଟିଏ ପାଦ ଦୂରରେ
ରହିଛନ୍ତି। ୩୪ ବର୍ଷରେ ପଦାର୍ପଣ କରିଥିବାରୁ ଆଗକୁ ସେ ଆହୁରି କେତୋଟି ବିଶ୍ୱ ଟାଇଟଲ ଜିତି ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା- ୧ ଡ୍ରାଇଭର ଭାବେ ପ୍ରତିଷ୍ଠା କରାଇବେ
ବୋଲି ଆଶା କରାଯାଉଛି…

ବ୍ରିଟେନର ଲୁଇସ୍‌ ହାମିଲଟନ ଏବେ ଫର୍ମୁଲା ଓ୍ବାନର ଗ୍ଲୋବାଲ ସୁପରଷ୍ଟାର ବନିଯାଇଛନ୍ତି। ଜଣେ ସାଧାରଣ ଯୁବ ରେସରରୁ ସେ ଫର୍ମୁଲା-୧ ତାରକା ବନିଯାଇଛନ୍ତି। ମାତ୍ର ୧୨ ବର୍ଷ ମଧ୍ୟରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଓ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫର୍ମୁଲା-୧ ଡ୍ରାଇଭର ମାନ୍ୟତା ପାଇଛନ୍ତି।
ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଗ୍ରାଁ ପ୍ରିରେ ଦ୍ୱିତୀୟ ସ୍ଥାନରେ ରହି ରନର୍ସଅପ ହେବା ସହ ମର୍ସିଡିଜ ଡ୍ରାଇଭର ହାମିଲଟନ ଆଉଏକ ବିଶ୍ୱ ଟାଇଟଲ ଜିତିିଛନ୍ତି। ସେ ଇତିହାସର ଦ୍ୱିତୀୟ ଡ୍ରାଇଭର ଭାବେ ୬ଟି ବିଶ୍ୱ ଟାଇଟଲ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ୫୦ ଦଶକର ଲିଜେଣ୍ଡ ଡ୍ରାଇଭର ଆର୍ଜେଣ୍ଟିନାର ଜୁଆନ ମାନୁଏଲ ଫାଙ୍ଗିଓଙ୍କୁ ପଛରେ ପକାଇଛନ୍ତି। ସେ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା-୧ ଡ୍ରାଇଭର ମାଇକେଲ ସୁମାକରଙ୍କଠାରୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଆଉ ଗୋଟିଏ ଟାଇଟଲ ଜିତିଲେ ସୁମାକରଙ୍କ ସମକକ୍ଷ ହେବେ ହାମିଲଟନ। ୨୦୦୮ରେ ସେ ମ୍ୟାକଲରେନ୍‌ ସହ କ୍ୟାରିୟରର ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ଏହାପରେ ସେ ମର୍ସିଡିଜ ସହ ଜଡିତ ରହି ଗୋଟିଏ ପରେ ଗୋଟିଏ ଟାଇଟଲ ଜିତିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଏହି ବିଜୟଧାରା ୨୦୧୪ରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲୁ ରହିଛି। ୨୦୧୭, ୨୦୧୮ ଓ ୨୦୧୯ରେ କ୍ରମାଗତ ଭାବେ ବିଜୟୀ ହୋଇ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିଥିଲେ। କ୍ୟାରିୟରରେ ମୋଟ ଉପରେ ୮୩ଟି ଟାଇଟଲ ହାସଲ କରି ସେ ସର୍ବ କାଳୀନ ଦ୍ୱିତୀୟ ଶ୍ରେଷ୍ଠ ଡ୍ରାଇଭର ବିବେଚିତ ହୋଇଛନ୍ତି। ବର୍ତ୍ତମାନ ସେ ୩ଟି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ସର୍ବକାଳୀନ କ୍ୟାରିୟର ପଏଣ୍ଟ (୩୩୯୯), ସର୍ବକାଳୀନ ସର୍ବାଧିକ ପୋଲ ପୋଜିଶନ (୮୭) ଓ ଗୋଟିଏ ସେସନରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ଅର୍ଜନ କରିଛନ୍ତି। ଏବେକାର କୌଣସି ଡ୍ରାଇଭର ତାଙ୍କ ପାଖରେ ନାହାନ୍ତି।
ବ୍ରିଟେନର ହର୍ଟଫେର୍ଡସାୟାରରେ ଜନ୍ମିତ ହାମିଲଟନ ପିଲାଟିବେଳୁ ରେସିଂକୁ ନେଇ ବେଶ୍‌ ଉତ୍ସାହିତ ରହିଥିଲେ। ମାତ୍ର ୬ ବର୍ଷ ବୟସରେ ତାଙ୍କ ବାପା ଏକ ରେଡିଓ ନିୟନ୍ତ୍ରିତ କାର ଉପହାର ସ୍ବରୂପ ପ୍ରଦାନ କରିଥିଲେ। ୧୯୯୮ରେ ସେ ମ୍ୟାକଲରେନ ୟଙ୍ଗ ଡ୍ରାଇଭର ସପୋର୍ଟ ପ୍ରୋଗ୍ରାମ୍‌ ସହିତ ଜଡିତ ରହିଥିଲେ ଓ ଏହା ସହ ସ୍ବାକ୍ଷର କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ବ୍ରିଟିଶ ଫର୍ମୁଲା ରିନଲ୍ଟ, ଫର୍ମୁଲା ୩ ୟୁରୋ ସିରିଜ ଓ ଜିପି-୨ ଚାମ୍ପିୟନଶିପ୍‌ ଜିତି ଯୁବ ଡ୍ରାଇଭର ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶେଷରେ ଦୀର୍ଘଦିନର ସଂଘର୍ଷ ପରେ ସେ ୨୦୦୭ରେ ଫର୍ମୁଲା- ୧ ରେସ୍‌ରେ ପଦାର୍ପଣ କରି ମ୍ୟାକଲରେନ ପାଇଁ ରେସ୍‌ରେ ଅବତୀର୍ଣ୍ଣ ହୋଇଥିଲେ।
ଏକ ମିଶ୍ରିତ ପୃଷ୍ଠଭୂମିରୁ ଆସିଥିବା ହାମିଲଟନଙ୍କ ପିତା ଜଣେ କୃଷ୍ଣକାୟ ହୋଇଥିବା ବେଳେ ମା’ ଜଣେ ଗୋରା ମହିଳା। ଫର୍ମୁଲା-୧ ରେସ୍‌ରେ ସେ ପ୍ରଥମ ଓ ଏକମାତ୍ର କୃଷ୍ଣକାୟ ଡ୍ରାଇଭର ଭାବେ ଯାତ୍ରା ଜାରି ରଖିଛନ୍ତି। ଫର୍ମୁଲା-୧ରେ ନିଜର ପ୍ରଥମ ସେସନରେ ସେ ଏକାଧିକ ରେକର୍ଡ ସ୍ଥାପନ କରିଥିଲେ। ୨୦୦୭ ସେସନରେ ମାତ୍ର ଗୋଟିଏ ପଏଣ୍ଟ ପାଇଁ କିମି ରାଇକୋନେନଙ୍କ ପଛରେ ରହି ରନର୍ସ ହୋଇଥିଲେ। ପଦାର୍ପଣ ସେସନରେ ସେ ସର୍ବାଧିକ ୯ ଥର ପୋଡିୟମ ଫିନିଶ୍‌ କରିଥିଲେ। ପଦାର୍ପଣ ସେସନରେ ସେ ଯୁଗ୍ମଭାବେ ସର୍ବାଧିକ ୪ଟି ଟାଇଟଲ ହାସଲ କରିଥିଲେ ଓ ସର୍ବାଧିକ ୧୦୯ ପଏଣ୍ଟ ହାସଲ କରିଥିଲେ। ସେ ମଧ୍ୟ ସେତେବେଳେ ଇତିହାସର ସର୍ବକନିଷ୍ଠ ଡ୍ରାଇଭର ଭାବେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ମ୍ୟାକଲରେନଙ୍କ ସହ ୪ ବର୍ଷ ଜଡିତ ରହିବା ପରେ ସେ ୨୦୧୩ରେ ମର୍ସିଡିଜ ସହ ଚୁକ୍ତି କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଅନ୍ୟ ବିଶ୍ୱସ୍ତରୀୟ ଡ୍ରାଇଭରଙ୍କୁ ପଛରେ ପକାଇଥିଲେ। ଜଣେ କୃଷ୍ଣକାୟ ଡ୍ରାଇଭର ହୋଇଥିବାରୁ ସେ ତାଙ୍କ କ୍ୟାରିୟର ସାରା ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇ ଆସିଛନ୍ତି। ଏହା ଦ୍ୱାରା ସେ ଆହତ ହୋଇଥିଲେ ମଧ୍ୟ କେବେ ପଛକୁ ହଟିନାହାନ୍ତି। ବରଂ ଏଥିରେ ସେ ଆହୁରି ଦୃଢ଼ ଭାବେ ନିଜକୁ ଗଢ଼ି ତୋଳିବାରେ ସକ୍ଷମ ହୋଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡ୍ରାଇଭର ନିକୋ ରସବର୍ଗ ଓ ଫର୍ନାଣ୍ଡୋ ଆଲୋନ୍ସୋଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ବେଶ୍‌ ଆଲୋଚନା ତଥା ଚର୍ଚ୍ଚା ସୃଷ୍ଟି କରିଥିଲା। ବ୍ୟକ୍ତିଗତ ଜୀବନରେ ସେ ବେଶ୍‌ ରୋମାଣ୍ଟିକ ରହିଆସିଛନ୍ତି। ଏକାଧିକ ହାଇପ୍ରୋଫାଇଲ ମହିଳାଙ୍କ ସହ ସେ ବନ୍ଧ୍ବତ୍ୱ ସ୍ଥାପନ କରି ବେଶ୍‌ ଚର୍ଚ୍ଚିତ ରହି ଆସିଛନ୍ତି। ୨୦୦୭ରେ ସେ ଆମେରିକୀୟ ମହିଳା ଗାୟିକା ନିକୋଲ ସେର୍ଜିଙ୍ଗରଙ୍କ ସହ ଡେଟିଂ କରୁଥିଲେ। ୨୦୧୫ରେ ସେ ବ୍ରିଟେନର ସବୁଠାରୁ ଧନୀ କ୍ରୀଡ଼ାବିତ୍‌ ବିବେଚିତ ହୋଇଥିଲେ। ଆଗକୁ ସେ ଆହୁରି କେତୋଟି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବେ ଓ ସୁମାକରଙ୍କୁ ପଛରେ ପକାଇ ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା- ୧ ଡ୍ରାଇଭର ଭାବେ ନିଜକୁ ପ୍ରତିଷ୍ଠା କରାଇବେ।

ସଂକ୍ଷେପରେ…
ପୂରା ନାମ: ଲୁଇସ୍‌ କାର୍ଲ ଡେଭିଡସନ ହାମିଲଟନ
ଜନ୍ମ: ୧୯୮୫ ଜାନୁୟାରୀ ୭
ବୟସ: ୩୪
ଦେଶ: ୟୁନାଇଟେଡ କିଙ୍ଗ୍‌ଡମ୍‌
୨୦୧୯ ଟିମ: ମର୍ସିଡିଜ୍‌
ବିଶ୍ୱ ଚାମ୍ପିୟନ: ୬ (୨୦୦୮, ୨୦୧୪, ୨୦୧୫, ୨୦୧୭, ୨୦୧୮, ୨୦୧୯)
ବିଜୟ: ୮୩
ପୋଡିୟମ: ୧୫୦
କ୍ୟାରିୟର ପଏଣ୍ଟ: ୩୩୯୯
ପୋଲ ପୋଜିଶନ: ୮୭
ପ୍ରଥମ ଏଣ୍ଟ୍ରି : ୨୦୦୭ ଅଷ୍ଟ୍ରେଲିଆ ଗ୍ରାଁ ପ୍ରି
ପ୍ରଥମ ବିଜୟ: ୨୦୦୭ କାନାଡିଆନ ଗ୍ରାଁ ପ୍ରି
ଶେଷ ବିଜୟ: ୨୦୧୯ ମେକ୍ସିକାନ ଗ୍ରାଁ ପ୍ରି
ଶେଷ ଏଣ୍ଟ୍ରି: ୨୦୧୯ ୟୁଏସ୍‌ ଗ୍ରାଁ ପ୍ରି


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri