ଫନୀ ମୁକାବିଲା ନେଇ ଓଡ଼ିଶାର ପ୍ରସ୍ତୁତିକୁ ଅମିତ୍‌ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ପ୍ରସ୍ତୁତି ଉତ୍ତମ ବୋଲି ମାନିଛନ୍ତି। ଫନୀ ବାତ୍ୟା ପରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଫନୀ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଗୁରୁବାର ନାଗପୁରଠାରେ ଜାତୀୟ ଅଗ୍ନିଶମ ସେବା କଲେଜ(ଏନ୍‌ଏଫ୍‌ଏସ୍‌ସି)ର ନୂଆ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ୧୯୯୯ରେ ଓଡିଶାର ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ନିକଟରେ ହୋଇଥିବା ଫନୀ ବାତ୍ୟାରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଓଡିଶା ସରକାରଙ୍କର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଯୁଗୋପଯୋଗୀ ହୋଇଥିବାରୁ ମୃତ୍ୟୁସଂଖ୍ୟା ବହୁ ମାତ୍ରାରେ ହ୍ରାସ କରାଯାଇ ପାରିଛି ବୋଲି ଶାହା କହିଛନ୍ତି। ଓଡିଶା ସରକାରଙ୍କ ପ୍ରସ୍ତୁତି ଯୋଗୁ ୧.୬ ନିୟୁତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିଥିଲା। ରାଜ୍ୟ ସରକାରଙ୍କ ବାତ୍ୟା ପୂର୍ବ ପ୍ରସ୍ତୁତି ଉଚ୍ଚମାନର ଥିବା ଯୋଗୁ ମୃତ୍ୟୁ ସଂଖ୍ୟାକୁ ବହୁମାତ୍ରାରେ ରୋକାଯାଇ ପାରିଥିଲା। ଏଥିପାଇଁ ପୂର୍ବରୁ ବହୁ ପ୍ରସ୍ତୁତି ଓଡିଶା ସରକାରଙ୍କୁ କରିବାକୁ ପଡିଛି । ଏଥିଯୋଗୁ ଗତ ଦଶନ୍ଧି ମଧ୍ୟରେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ହାର ୧ ପ୍ରତିଶତରୁ କମ୍‌ ରହିଛି ବୋଲି ଶାହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

ସରକାରୀ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ! ଲଞ୍ଚ ପାଇଁ ଘରକୁ ଯିବା ମନା, ୬ ମାସ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩।୬: ଇନ୍ଧନ, ବିଜୁଳି ଏବଂ ଅତ୍ୟାବଶ୍ୟକ ସମ୍ପଦର ସୀମିତ ତଥା ମିତବ୍ୟୟୀ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ମାର୍ଗଦର୍ଶିକା…

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…

ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି…

ମୁଁ ଅସୁନ୍ଦରୀ…କାହିଁକି ଏମିତି କହିଲେ ଶାହରୁଖଙ୍କ ଝିଅ

ଅଭିନେତା ଶାହରୁଖ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସୁହାନା ଖାନ ଏବେ ଚର୍ଚ୍ଚାରେ। ସେ ଖୁବ୍‌ଶୀଘ୍ର ବାପାଙ୍କ ସହ ପରଦାରେ ଧୂମ୍‌ ମଚାଇବାକୁ ଯାଉଛନ୍ତି। ଆଜିକାଲି ସୁହାନା…

ଇନଷ୍ଟାଗ୍ରାମରେ କାହିଁକି କୌଣସି ଝିଅକୁ ଫଲୋ କରନ୍ତିନି ବୈଭବ? ପଛରେ ରହିଛି ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ, ୩।୬: ୨୦୨୬ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରି ଖବର ଶିରୋନାମାରେ ସ୍ଥାନ ପାଇଥିବା ରାଜସ୍ଥାନ ରୟାଲ୍ସର ଯୁବ ଷ୍ଟାର ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ କେବଳ…

ବଡ଼ ଝଟକା: ମମତାଙ୍କ ହାତରୁ ଚାଲିଯିବ ଟିଏମସି! ହଠାତ୍‌ ୫୦ରୁ ଅଧିକ ବିଧାୟକ ବାଚସ୍ପତିଙ୍କ ନିକଟରେ ପହଞ୍ଚି…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ, ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଭିତରେ ଥିବା ବିବାଦ ଏବେ ସାମ୍ନାକୁ ଆସିଛି। ରାଜ୍ୟର ରାଜନୈତିକ…

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ପରିବାରକୁ ମିଳିବ…

ନୂଆଦିଲ୍ଲୀ,୩ା୬: ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ପ୍ରଧାନମନ୍ତ୍ରୀ ଆହତମାନଙ୍କର ଆଶୁ ଆରୋଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri