Posted inରାଜ୍ୟ

‘ଫନୀ’ ପରେ ‘ଅମ୍ଫନ’ ମାଡ଼: କ୍ଷତିଗ୍ରସ୍ତ ହେବ ପରିବେଶ ପର୍ଯ୍ୟଟନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’କୁ ବର୍ଷେ ପୂରୁଣୁ ଏବେ ଆସିଛି ଆଉ ଏକ ମହାବାତ୍ୟା ‘ଅମ୍ଫନ’। ଫନୀ ଭଳି ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ୍‌ଫଲ୍‌ କରୁ ନଥିଲେ ମଧ୍ୟ ଏହାଦ୍ୱାରା ରାଜ୍ୟର ୪ଟି ଜିଲା ବିଶେଷଭାବେ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲା ଉପରେ ଅମ୍ଫନର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି। ତେବେ ଏହି ୪ଜିଲା ଉପକୂଳରେ ୧୫ରୁ ଊର୍ଦ୍ଧ୍ୱ ପରିବେଶ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ବାତ୍ୟା ଦ୍ୱାରା ଏଥର ରାଜ୍ୟର ଇକୋ-ଟୁରିଜିମ୍‌ ବିଶେଷଭାବେ କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଫନୀରେ ଓଡ଼ିଶା ପର୍ଯ୍ୟଟନର ମେରୁଦଣ୍ଡ କୁହାଯାଉଥିବା ଗୋଲ୍ଡେନ୍‌ ଟ୍ରାଏଙ୍ଗଲ ତଥା ପୁରୀ-ଭୁବନେଶ୍ୱର-କୋଣାର୍କ ସର୍କିଟ୍‌ ସର୍ବାଧିକ କ୍ଷତିଗସ୍ତ ହୋଇଥିବା ବେଳେ ଅମ୍ଫନ ରାଜ୍ୟ ପରିବେଶ ପର୍ଯ୍ୟଟନର ମେରୁଦଣ୍ଡ ଦୋହଲାଇ ଦେବ ବୋଲି ଆଶଙ୍କା କରାଯାଉଛି।
ପ୍ରଥମେ ଫନୀ, ତା’ପରେ କରୋନା ଆଉ ଏବେ ଅମ୍ଫନ। ରାଜ୍ୟ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକିବାକୁ ଯେତେ ସଂଘର୍ଷ କଲେ ମଧ୍ୟ ପ୍ରାକୃତିକ ବିପତ୍ତି ଏହାକୁ ଦୋହଲାଇ ଦେଉଛି। ଗତବର୍ଷ ବାତ୍ୟା ପୁରୀ, ଖୋର୍ଦ୍ଧା ଓ କଟକର ପର୍ଯ୍ୟଟନସ୍ଥଳୀକୁ ଛାରଖାର କରିଥିଲା। ୩ଟି ଯାକ ସହରରେ ଏକ ହଜାରରୁ ଊର୍ଦ୍ଧ୍ୱ ହୋଟେଲ ଫନୀରେ ଧ୍ୱଂସବିଧ୍ୱସ୍ତ ହୋଇଥିବା ବେଳେ କେବଳ ୫୦୦ କୋଟି ଟଙ୍କାର ଭିତ୍ତିଭୂମି ଏବଂ ୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟିକ କ୍ଷତି ଘଟିଥିଲା। ଏହାକୁ ବର୍ଷେ ପୂରୁଣୁ ଆଉଏକ ବାତ୍ୟା ଓଡ଼ିଶାର ଉତ୍ତର ଉପକୂଳ ପାଇଁ ଆଶଙ୍କା ସୃଷ୍ଟି କରିଛି। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ଅମ୍ଫନ ସର୍ବାଧିକ କ୍ଷତି ଘଟାଇବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏଠାରେ ରାଜ୍ୟର ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ବାଲେଶ୍ୱର ଜିଲାରେ ଚାନ୍ଦିପୁର ବେଳାଭୂମି ସହ ତାଳସାରୀ-ଉଦୟପୁର ବିଚ୍‌, ବିଚିତ୍ରପୁର ହେନ୍ତାଳ ବନ ଓ କୁଲ୍‌ଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି। ବିଚିତ୍ରପୁର ହେନ୍ତାଳ ବନରେ ବିଚିତ୍ରପୁର ନେଚର କ୍ୟାମ୍ପ୍‌ ରହିଥିବାବେଳେ ଚାନ୍ଦିପୁର ଓ ତାଳସାରୀ ବିଚ୍‌ ଏହାର ସ୍ବତନ୍ତ୍ରତା ପାଇଁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନରେ ରହିଛି। ବାତ୍ୟାର ପ୍ରଭାବରେ ଏହି ସ୍ଥାନରେ ବିପୁଳ ଭିତ୍ତିଭୂମି କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରାଯାଇଛି। ସେହିଭଳି କୁଲ୍‌ଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ପରିବେଶ ପର୍ଯ୍ୟଟନସ୍ଥଳୀ ମଧ୍ୟ କ୍ଷତିଗସ୍ତ ହେବା ସମ୍ଭାବନା ରହିଛି। କୁଲ୍‌ଡିହା, ତେଣ୍ଡା ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲ ଏହି ଅଭୟାରଣ୍ୟ ଅଧୀନରେ ଆସୁଥିବା ବେଳେ ଏଠାରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ରିଷିଆ ନେଚର କ୍ୟାମ୍ପ୍‌ ରହିଛି। ଯଦି ପବନର ବେଗ ଅଧିକ ରୁହେ ତା’ହେଲେ ପୁରୀକୁ ଫନୀ ଉଜାଡ଼ିଲା ଭଳି ଏହି ସ୍ଥାନକୁ ମଧ୍ୟ ଧ୍ୱଂସବିଧ୍ୱସ୍ତ କରିଦେବ। ସେହିଭଳି ଭଦ୍ରକ ଜିଲାର ଧାମରା, ଜଗତ୍‌ସିଂହପୁରର ସିଆଳି ବିଚ୍‌, ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ଷଣ୍ଢକୁଦ ମଧ୍ୟ ଅମ୍ଫନ ଦ୍ୱାରା ପ୍ରଭାବିତ ହେବାନେଇ ଆଶଙ୍କା କରାଯାଉଛି।
ଭିତରକନିକା ପ୍ରତି ବିପଦ
ଗତ ଫନୀରେ କେନ୍ଦ୍ରାପଡ଼ା ଜିଲାରେ ଥିବା ରାଜ୍ୟର ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀ ଭିତରକନିକା ଜାତୀୟ ଉଦ୍ୟାନ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ୧୦ଫୁଟ ଉଚ୍ଚରେ ଜୁଆର ଆସିବା ଯୋଗୁ ଏହାମଧ୍ୟରେ ଥିବା ୪ଟି ଗେଷ୍ଟ୍‌ ହାଉସ୍‌ ଏବଂ ଇକୋ-ଟୁରିଜିମ୍‌ କମ୍ପ୍ଲେକ୍ସ ଭାଙ୍ଗିରୁଜି ଯାଇଥିଲା। ବାର୍‌ହା, ବଣଭୂଆ, ହେଟାବାଘ, ଶମ୍ବର, ଗୋଧି ଭଳି ବହୁ ବିରଳ ଜୀବଜନ୍ତୁଙ୍କ ଘର ସାଜିଥିବା ଏହି ଉଦ୍ୟାନର ସବୁଜ ବନାନୀ ଧ୍ୱଂସବିଧ୍ୱସ୍ତ ହୋଇଯାଇଥିଲା। ବର୍ଷେ ମଧ୍ୟରେ ତାହା ଧୀରେ ଧୀରେ ଠିକ୍‌ ହୋଇଆସୁଥିବା ବାତ୍ୟା ଅମ୍ଫନ ପୁଣିଥରେ ସବୁକିଛି ଧ୍ୱଂସ କରିଦେବ ବୋଲି ଆଶଙ୍କା କରାଯାଉଛି। ଭିତରକନିକା ନେଚର କ୍ୟାମ୍ପ୍‌ ସହ କେନ୍ଦ୍ରାପଡ଼ାଠାରୁ ମାତ୍ର ୨୫ କି.ମି. ଦୂରରେ ଥିବା ସିଧାମୂଳା ନେଚର କ୍ୟାମ୍ପ୍‌ ଏବଂ ଗହୀରମଥା କଇଁଛ ଅଭୟାରଣ୍ୟ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହା ଅମ୍ଫନ ମାଡ଼ରେ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ିଲେନି ଗାଡ଼ି: ଫେରିଗଲେ ପୋଲିଂ କର୍ମଚାରୀ

ଭବାନୀପାଟଣା,୧୨।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳ ଦାବି ନେଇ...

ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର

ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର...

ମାଓବାଦୀ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ନୂଆପଡ଼ା,୧୨।୫(ମକାରୁ ବେମାଲ)- ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ...

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ ମାଝି

ଭୁବନେଶ୍ୱର,୧୨ା୫: ବିଜେଡିରୁ ନିଲମ୍ବିତ ହୋଇଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ...

ଚତୁର୍ଥ ପର୍ଯ୍ୟାୟରେ ୯୬ ଆସନରେ ହେବ ଭୋଟ ଗ୍ରହଣ: ଏହି ସବୁ ହେଭିୱେଟ କରିବେ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨।୫: ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର...

କାର୍‌ ଓଲଟି ୨ ମୃତ, ୨ ଗୁରୁତର

ଭଞ୍ଜନଗର,୧୨ା୫: ଗଞ୍ଜାମ ଜିଲା ମୁଜାଗଡ଼ଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ ଜଣଙ୍କ ଜୀବନ...

କାଳବୈଶାଖୀ ପ୍ରଭାବରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଝଡ଼ବର୍ଷା ଲାଗି ରହିବା ସମ୍ଭାବନା

ଭୁବନେଶ୍ୱର,୧୨।୫: କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା କାଳବୈଶାଖୀ ବର୍ଷା, ଝଡ଼ତୋଫାନ ଯୋଗୁଁ ତାପମାତ୍ରା...

୧୫ରେ ବଲାଙ୍ଗୀର ଆସିବେ ରାହୁଲ

ବଲାଙ୍ଗୀର,୧୨ା୫: ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri