Posted inରାଜ୍ୟ

ଫନୀ ଘରଭଙ୍ଗା କ୍ଷୟକ୍ଷତି ଆକଳନ: ତାଲିକା ପ୍ରସ୍ତୁତିରେ ତ୍ରୁଟି, ଦୁର୍ନୀତି ଅଭିଯୋଗ

କୃଷ୍ଣପ୍ରସାଦ,୨୭ା୬(ଡି.ଏନ୍‌.ଏ.): ଫନୀ ବାତ୍ୟା ଦ୍ୱାରା ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଅନେକ କ୍ଷୟକ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ଘରଭଙ୍ଗା ସହାୟତା ରାଶିକୁ ସ୍ବଚ୍ଛ ଏବଂ ସର୍ବ ଜନଗୋଚର କରିବା ନିମନ୍ତେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ତାଲିକା ଝୁଲାଇ ଦିଆଯାଇଛି। ତେବେ ଏହି ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛାତ ଘର ଥିବା ପରିବାରକୁ ସହାୟତା ରାଶି ପ୍ରଦାନ କରିବା ନିୟମ ନ ଥିବା ବେଳେ ସେମାନଙ୍କ ନାମ ଉକ୍ତ ତାଲିକାରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ଯେଉଁ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ଗୃହ ଭାଙ୍ଗିଯାଇଛି ସେମାନଙ୍କ ନାମ ଆଂଶିକ ଘରଭଙ୍ଗା ତାଲିକାରେ ରହିଛି। ଆଂଶିକ ଗୃହ ଭାଙ୍ଗିଥିବା ପରିବାରର ସମ୍ପୂର୍ଣ୍ଣ ଘରଭଙ୍ଗା ସହାୟତା ରାଶି ପ୍ରାପ୍ତ ତାଲିକାରେ ନାମ ରହିଛି। ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏହି ତାଲିକାରେ ଏଭଳି ବିପରୀତ ଓ ତ୍ରୁଟିପୂର୍ଣ୍ଣ ଭାବେ ସହାୟତା ରାଶି ପ୍ରଦାନ ଆଦି ସୂଚନାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମାଲୁଦ କରଣ ସାହିର କୌଣସି ହିତାଧିକାରୀଙ୍କ ନାମ ମଧ୍ୟ ତାଲିକାରେ ନ ଥିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଯେଉଁ କର୍ମଚାରୀମାନେ କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରିଛନ୍ତି ସେମାନେ ଲାଞ୍ଚ ନେଇ ଜାଣିଶୁଣି ଏଭଳି ତ୍ରୁଟି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଇପିଙ୍ଗ ଗ୍ରାମର ପୁରୁଷୋତ୍ତମ କରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଆଂଶିକ ଘରଭଙ୍ଗା ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ଉଲ୍ଲେଖ କରି ତାଙ୍କୁ ମାତ୍ର ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଭଳି ପ୍ରଶାସନିକ ତ୍ରୁଟି ଯୋଗୁ ପୁରୁଷୋତ୍ତମ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୌଣସି ହିତାଧିକାରୀଙ୍କ ନାମ ପ୍ରକାଶ କରି ନ ଥିଲେ ମଧ୍ୟ ଆଂଶିକ ଘର ଭାଙ୍ଗିଥିବା ଅନ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ମିଳିଥିବା ସେ କହିଛନ୍ତି।
ଏଭଳି ତ୍ରୁଟିପୂର୍ଣ୍ଣ ତାଲିକା ରଦ୍ଦ ସହ ସ୍ବଚ୍ଛତାପୂର୍ବକ ତଦନ୍ତ କରି ସହାୟତା ରାଶି ପ୍ରଦାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଯେଉଁ କର୍ମଚାରୀମାନେ ଲାଞ୍ଚ ନେଇ ଜାଣିଶୁଣି ହିତାଧିକାରୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚତ୍ତ କରିଛନ୍ତି ଓ ସହାୟତା ରାଶି ହରିଲୁଟ୍‌ କରିଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଭିନ୍ନ ମହଲରେ ଦାବି ହୋଇଛି।
କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝିଙ୍କୁ ଏ ନେଇ ପଚାରିବାରୁ ସେ କହିଥିଲେ, ଆମେ ସ୍ବଚ୍ଛତା ଆଣିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ନାମ ତାଲିକା ଝୁଲାଇଦେଇଛୁ। ଯଦି ତ୍ରୁଟିଯୁକ୍ତ ଭାବେ ଏଥିରୁ କିଛି ହିତାଧିକାରୀଙ୍କ ନାମ ବାଦ ପଡ଼ିଛି କିମ୍ବା ଉଲ୍ଲେଖ ରହିଛି ତେବେ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri