Posted inପୁରୀ

ଫନୀ କ୍ଷୟକ୍ଷତି : ସହାୟତା ଦାବି କଲା ମତ୍ସ୍ୟଜୀବୀ ମହାସଂଘ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସାମୁଦ୍ରିକ ଝଡ଼ ଫନୀ ତାଣ୍ଡବ କରିବା ଇତି ମଧ୍ୟରେ ଏକ ମାସ ବିତିଯାଇଛି। ରିଲିଫ୍‌ ବାବଦରେ ୩ ହଜାର ଟଙ୍କା, ୫୦ କେଜି ଚାଉଳ ଓ ଖଣ୍ଡିଏ ପଲିଥିନ୍‌ ପରେ ଆଉ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ଚିଲିକା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ଡଙ୍ଗା, ଜାଲ ହରାଇ ସାରିବା ପରେ ଅର୍ଥ ଉପାର୍ଜନ କରିବାର ଅନ୍ୟ ସାହା ଓ ଭରସା ନ ପାଇ ଏବେ ଭୋକ ଉପବାସରେ ଦିନ କାଟୁଛନ୍ତିି । ସହାୟତା ତ ଦୂରର କଥା ପ୍ରଶାସନ ଏ ଯାଏ କ୍ଷୟକ୍ଷତି ଆକଳନ କରିବା ପାଇଁ ବିପନ୍ନଙ୍କ ନିକଟରେ ପହଞ୍ଚତ୍ନାହାନ୍ତି । କୃଷ୍ଣପ୍ରସାଦ ବ୍ଲକର କୁମାରପୁର, ବାଲିନାସୀ, ମଲେଶ୍ୱରୀ, ପାଟନାସୀ, ଶ୍ରୀରାମପୁର, ରସକୁଦି ଏବଂ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲାର ୧୨୦ ଗ୍ରାମର ହଜାର ହଜାର ଡଙ୍ଗା ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ବାତ୍ୟାରେ କୋଟି କୋଟି ଟଙ୍କାର ଜାଲ ନଷ୍ଟ ହୋଇଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀ ଚିଲିକାକୁ ଗଲେ ମାଛ ଧରି ଜୀବିକା ନିର୍ବାହ କରୁଥାନ୍ତି । ଏବେ ଜାଲ, ଡଙ୍ଗା ମରାମତି କରିବା କିମ୍ବା କ୍ରୟ ନିମନ୍ତେ ଉପଯୁକ୍ତ ସହାୟତା ନ ପାଇ ଭୋକ ଉପବାସରେ ଦିନ କାଟୁଛନ୍ତି । ତେଣୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପ୍ରତି ୧ ଲକ୍ଷ ଟଙ୍କା, ଆଂଶିକ ଭାଙ୍ଗିଥିବା ଡଙ୍ଗା ପ୍ରତି ୪୦ ହଜାର ଟଙ୍କା, ଜାଲ କୁଇଣ୍ଟାଲ ପ୍ରତି ୩୦ ହଜାର ଟଙ୍କା ଦାବି କରିଛି ମତ୍ସ୍ୟଜୀବୀ ସଂଘ । ଏ ନେଇ ଖୁବ୍‌ ଶୀଘ୍ର ସହାୟତା ପାଇଁ ନିର୍ଦ୍ଦେଶକ ମତ୍ସ୍ୟ ସମ୍ପଦ(କଟକ), ମତ୍ସ୍ୟ ସଚିବ(ଓଡ଼ିଶା), ରାଜସ୍ବ ସଚିବ (ଓଡ଼ିଶା), ରାଜ୍ୟପାଳ (ଓଡ଼ିଶା) ଏବଂ ଗଞ୍ଜାମ, ପୁରୀ, ଖୋର୍ଦ୍ଧାର ଜିଲାପାଳ, ବାଲୁଙ୍ଗା ମତ୍ସ୍ୟ ଅଧିକାରୀ (ଖୋର୍ଦ୍ଧା)ଙ୍କୁ ସଂଘ ଏକ ଲିଖିତ ଅଭିଯୋଗ ଦେଇଥିବା ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ସଭାପତି ହଳଧର ବେହେରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri