ପ୍ୟାକ୍ସରେ ଦୁର୍ନୀତି, ପ୍ରିୟାପ୍ରୀତି ମାମଲା:୩ବର୍ଷ ହେବ ମହିଳା ଚାଷୀଙ୍କୁ ମିଳିନି ଋଣ

ଯାଜପୁର ଅଫିସ,୪-୯:ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଦୁର୍ନୀତି ଓ ପ୍ରିୟାପ୍ରୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। ଏବେ ପୁଣି ଚାଷୀଙ୍କୁ ୩ବର୍ଷ ହେଲା କୃଷି ଋଣ ମିଳୁ ନ ଥିବା ନେଇ ଅଭିଯୋଗ ହୋଇଛି। ଏହି ମର୍ମରେ ରାଜ୍ୟ ସେବାସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କ ପକ୍ଷରୁ ଯାଜପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହ(ଏଆର୍‌ସିଏସ୍‌)ଙ୍କୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖରିଫ ଚାଷ ସମୟରେ ଜଣେ ଗରିବ ଚାଷୀଙ୍କୁ ମିଛମିଛି କା ଅଭିଯୋଗର ଦ୍ୱାହି ଦେଇ କୃଷି ଋଣ ନ ଦେବା କୃଷକଙ୍କ ପ୍ରତି ଅବହେଳାର ଦୃଷ୍ଟାନ୍ତ ବୋଲି ମତପ୍ରକାଶ ପାଉଛି । ଅନ୍ୟପକ୍ଷେ ମାର୍କଣ୍ଡପୁର ପ୍ୟାକ୍ସ ଦୁର୍ନୀତି ମାମଲାର ଆବଶ୍ୟକ ତଥ୍ୟ ମିଳି ସାରିଥିବାବେଳେ ୧୯ ଲକ୍ଷ ୪୬ ହଜାର ବ୍ୟାଙ୍କରେ ଜମା ହୋଇଥିବା ସୂଚନା ମିଳିଛି। ଆସନ୍ତା ୭ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଆଶା କରାଯାଇଛି।
କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟରତ ଯାଜପୁର ଜିଲାର ସମୁଦାୟ ୧୨୨ ପାକ୍ସଗୁଡିକରେ ରାଜ୍ୟ ସରକାରଙ୍କ ୫-ଟି ଆଇନ କାର୍ଯ୍ୟକାରୀ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ା ପୂର୍ବରୁ ଚାଷୀଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଅଧିକ ଜମି ଦେଖାଇ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନଜିର ରହିଛି ା ଏବେ ପୁଣି ଜଣେ ମହିଳା ଚାଷୀଙ୍କୁ ହଇରାଣ କରି କୃଷି ଋଣ ନ ଦେବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି ା ଅଭିଯୋଗ ଅନୁସାରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପ୍ୟାକ୍ସର ବିପିଏଲ ଶ୍ରେଣୀଭୁକ୍ତ ନାଜେରୁନ ସୁଲତାନା ୩୦ା୮ା୨୦୧୦ରେ ସଭ୍ୟା(ଚାଷୀ ସଂଖ୍ୟା ୨୨୪୫) ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୫ରେ ପ୍ୟାକ୍ସରୁ ୨୦ହଜାର ଟଙ୍କା କୃଷି ଋଣ ଆଣିଥିଲେ। ପ୍ରତିବର୍ଷ ଋଣ ଆଦାନ ପ୍ରଦାନ ହେଉଥିଲା। ହେଲେ ୨୦୧୭ରେ ତତ୍କାଳୀନ ପ୍ୟାକ୍ସ ସମ୍ପାଦକ ତାଙ୍କ ଘରକୁ ଋଣ ଆଦାୟ କରିବାକୁ ଯାଇ କ୍ରେଡିଟ ଲିମିଟ ବିଚାର ଶେଷ ନ ହେବା ଯାଏ ଆଉ ଋଣ ମିଳିବ ନାହିଁ ବୋଲି କହିଥିଲେ। ସେହିଦିନଠାରୁ ତାଙ୍କୁ ଆଉ ଋଣ ମିଳୁନାହିଁ। ଏସଂକ୍ରାନ୍ତରେ ବହୁବାର ସମ୍ପାଦକଙ୍କ ସୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ। ବର୍ତ୍ତମାନ ଖରିଫ ଚାଷ ପାଇଁ ତାଙ୍କୁ ଋଣର ଆବଶ୍ୟକ ପଡୁଥିବାବେଳେ କ୍ରେଡିଟ ଲିମିଟ୍‌ ନାମରେ ଜଣେ ମହିଳାଚାଷୀଙ୍କୁ ହଇରାଣ କରାଯାଉଛି। ନିୟମ ଅନୁସାରେ ବର୍ଷକୁ ୨ଥର ସମିତିର ସାଧାରଣ ସଭା ଅନୁଷ୍ଠିତ ହେବାର ନିୟମ ରହିଛି। ହେଲେ ବ୍ରହ୍ମବରଦା ପ୍ୟାକ୍ସରେ ଗତ ୧ ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ବୈଠକ ହୋଇନାହିଁ। ଫଳରେ ସେ ବୈଠକରେ ଅଭିଯୋଗ କରିପାରି ନାହାନ୍ତି ା ତେଣୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଜଣାଇ ଋଣ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଅଭିଯୋଗ ଅନୁସାରେ ଆବଶ୍ୟକ ତଦନ୍ତ କରିବାକୁ ଡେପୁଟି ରେଜିଷ୍ଟ୍ରାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯାଜପୁର ଜିଲା ମାର୍କଣ୍ଡପୁର ପ୍ୟାକ୍ସରେ ଏକ ପରିବାରର ଆବଶ୍ୟକ ଜମି ନ ଥାଇ ୧୧୧୨ କୁଇଣ୍ଟାଲ ଧାନ କିଣି ଅର୍ଥ ହରିଲୁଟ ମାମଲାର ବିଚାର ହୋଇ ପାରୁ ନାହିଁ। ବ୍ୟାଙ୍କ, ଯୋଗାଣ ବିଭାଗ ପ୍ରମୁଖ ସମ୍ପୃକ୍ତ ଅଧିକାରୀଙ୍କ ଅସହଯୋଗ ଯୋଗୁ ଏହି ମାମଲା ପଡ଼ି ରହିଥିଲା। ତେବେ ଆସନ୍ତା ୭ ତାରିଖରେ ଏହାର ପୁଣି ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି ା ଇତିମଧ୍ୟରେ ଯୋଗାଣ ବିଭାଗ ଓ ବ୍ୟାଙ୍କରୁ ଆବଶ୍ୟକ ତଥ୍ୟ ମିଳିଯାଇଛି ା ଏହି ଦୁର୍ନୀତି ମାମଲାରେ ବ୍ୟାଙ୍କରେ ୧୯ ଲକ୍ଷ ୪୬ ହଜାର ଟଙ୍କା ଜମା ହୋଇଥିବା ସୂଚନା ମିଳିଛି ା ଏହାବାଦ ଯୋଗାଣ ବିଭାଗରେ ଆବଶ୍ୟକ ଜମି ନ ଥାଇ କିଭଳି ଭାବରେ ଏକ ପରିବାରର ୪ଜଣଙ୍କ ନାମରେ ପ୍ରାୟ ୯୨ ଏକର ଜମି ଦେଖାଇ କିଭଳି ଭାବରେ ଚାଷୀ ପଞ୍ଜିକରଣ ହୋଇଥିଲା ତାହାର ମଧ୍ୟ ରିପୋର୍ଟ ମିଳିଛି ା ତେଣୁ ଖୁବ୍‌ ଶୀଘ୍ର ପ୍ୟାକ୍ସ ଓ ଯୋଗାଣ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାର୍କଣ୍ଡପୁର ପ୍ୟାକ୍ସରେ ୨୦୧୫-୧୬ ଖରିଫ ଧାନକିଣାରେ ଏକ ପରିବାରର ୪ ଜଣ ଚାଷୀଙ୍କ ନାମରେ ୧୧୧୨ କ୍ବିଣ୍ଟାଲ ଧାନ କିଣା ହୋଇଥିଲା ା ଏହି ମହାଘୋଟାଲା ସମ୍ପର୍କରେ ହାଇକୋର୍ଟରେ ଡବ୍ଲ୍ୟୁପି(ସି)/୧୪୨୩୧/୨୦୧୮ ରେ ଏକ ମାମଲା ରୁଜୁ ହୋଇଥିଲା। ୧୫ା୪ା୨୦୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସେବା ସମବାୟ ସମିତିକୁ ଆବଶ୍ୟକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ଆସନ୍ତା ୭ ତାରିଖରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଆବଶ୍ୟକ ରିପୋର୍ଟ ମିଳିଯାଇ ଥିବାରୁ ଏଥର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଆଶା କରାଯାଉଛି । ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ଆବଶ୍ୟକ ରିପୋର୍ଟ ମିଳି ସାରିଛି। ଯୋଗାଣ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କୁ ଜେରା କରାଯାଇ ଶୁଣାଣି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri