Posted inଫୁରସତ

ପ୍ଲାଷ୍ଟିକର ପଞ୍ଝାରେ ପାଣି, ପବନ ଓ ପ୍ରାଣୀ

ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକର ସଙ୍କଟ ଘନେଇ ଆସୁଛି। ତା’ ପୂର୍ବରୁ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। ହେଲେ ଯେଉଁ ହାରରେ ଏହାର ବ୍ୟବହାର ପୂର୍ବରୁ କରାଯାଇଛି ବା ଏବେ ହେଉଛିି ତାହା ଆମକୁ ତଥା ଆମ ପରପିଢିଙ୍କୁ ଭୋଗିବାକୁ ପଡିବ। ମାଟି, ପାଣି, ପବନ, ପ୍ରାଣୀ ତଥା ମଣିଷ ଏଥିରୁ ତ୍ରାହି ପାଇପାରିବେ ନାହିଁ। ଏହାକୁ ଥରେ ବ୍ୟବହାର କଲେ ତାହା ପରିବେଶରେ ଶହ ଶହ ବର୍ଷ (ଅତିକମ୍‌ରେ ୪୦୦ ବର୍ଷ)ଧରି ରହିଥାଏ। ଏହା ସହଜରେ ବିଘଟନ ହୋଇପାରେ ନାହିଁ। ଏଣୁ ପରିବେଶକୁ ଏହା ଏତେ ମାତ୍ରାରେ ପ୍ରଦୂଷିତ କରୁଛି ଯେ ତାହା ଗ୍ରୀନଗ୍ୟାସ ନିର୍ଗମନର ଭୟାବହତାଠାରୁ କିଛି କମ୍‌ ନୁହେଁ। ସିଙ୍ଗଲ ୟୁଜଡ ପ୍ଲାଷ୍ଟିକ ଏବେ ସାଗରକୁ କବଳିତ କରିଛି। ମାଛଠାରୁ ଆରମ୍ଭ କରି ଅନ୍ୟ ସାମୁଦ୍ରିକ ଜୀବ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି। ନଦୀ ଜଳରେ ଏହି ସବୁ ଜିନିଷ ଭାସିଯାଇ ସମୁଦ୍ରରେ ଠୁଳ ହେବାରେ ଲାଗିଛି ଓ ଶୈବାଳ ପାଚେରିକୁ କ୍ଷତି ପହଞ୍ଚାଇବାରେ ଲାଗିଛି। ଏହା ଦ୍ୱାରା ବିଭିନ୍ନ ପ୍ରଜାତିର ମାଛ ତଥା ଜଳଜୀବଙ୍କୁ ସେମାନଙ୍କ ଖାଦ୍ୟ ପାଇବାରେ ଘୋର ସଙ୍କଟ ଦେଖାଦେଇଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି। ତିମିଠାରୁ ଆରମ୍ଭ କରି ୭୦୦ ପ୍ରଜାତିର ସମୁଦ୍ରିକ ଜୀବ ଏହାକୁ ଖାଇବା ଦ୍ୱାରା ହେଉ କି ଏହା ସଂସ୍ପର୍ଶରେ ଆସିବା ଯୋଗୁ ସେମାନଙ୍କର ମୃତ୍ୟୁ ଘଟୁଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦୦ ମିଲିୟନ ପ୍ରାଣୀଙ୍କର ମୃତ୍ୟୁ ଘଟୁଛି। ଏବେ ସୁଦ୍ଧା ୫୧ ଟ୍ରିଲିୟନର ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସମୁଦ୍ରରେ ରହିଛି। ସବୁଠାରୁ ଯଦି ବେଶି ପ୍ରଭାବିତ ହେଉଥାନ୍ତି ତେବେ ସେମାନେ ହେଲେ ସାମୁଦ୍ରିକ କଇଁଚ୍ଛ। ପ୍ରାୟ ୫୦ ପ୍ରତିଶତ ସାମୁଦ୍ରିକ କଇଁଚ୍ଛ ପ୍ଲାଷ୍ଟିକ ଖାଇଥାନ୍ତି। ଦେଖାଯାଇଛି ଯେ, ମୃତ କଇଁଚ୍ଛଙ୍କ ମଧ୍ୟରୁ ୫୦-୮୦ଙ୍କ ପେଟରୁ ପ୍ଲାଷ୍ଟିକ ମିଳିଛି। ୫୪ ପ୍ରତିଶତ ତିମି, ଡଲଫିନ ଓ ଶିଲବି ପ୍ଲାଷ୍ଟିକ ଯୋଗୁ ପ୍ରଭାବିତ ହେଉଛନ୍ତି। ଏନଓଏଏ (ନ୍ୟାଶନାଲ ଓସେନଗ୍ରାଫି ଆଣ୍ଡ୍‌ ଅଟମୋସ୍ପିୟରିକ ଆଡମିନିଷ୍ଟ୍ରେଶନ)ର ଏକ ଆକଳନରୁ ଜଣାପଡିଛି ଯେ,୧ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ଜୀବଙ୍କ ପ୍ଲାଷ୍ଟିକ ଯୋଗୁ ମୃତ୍ୟୁ ଘଟୁଛି। ୨୧୦୯ରେ ଡଲଫିନ୍‌ଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଇଂଲଣ୍ଡ ନିକଟସ୍ଥ ସମୁଦ୍ରରେ ମୃତ ସବୁ ତିମି ଓ ଶିଲଙ୍କ ଠାରେ ପ୍ଲାଷ୍ଟିକ ମିଳିଛି। ଏହା ଗୋରୁଙ୍କ ଉପରେ ଭୀଷଣ ପ୍ରଭାବ ପକାଉଛି। ଭାରତରେ ବି ଗୃହପାଳିତ ପଶୁ ଓ ବୁଲା କୁକୁର ଏହାର ଶିକାର ହେବାରେ ଲାଗିଛନ୍ତି। ୨୦୧୮ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ କେବଳ ରାଜସ୍ଥାନରେ ପୂର୍ବ ୪ ବର୍ଷ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଗାଈଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri