Posted inଖେଳ

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ବିଶ୍ୱ ଚାମ୍ପିୟନ ବେଲଜିୟମଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଏଥିସହ ବିଶ୍ୱର ଏହି ନମ୍ବର ୱାନ ଦଳ ଶନିବାର ମ୍ୟାଚ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଉତ୍ତମ ପ୍ରଦର୍ଶନ ପାଇଁ ବେଲଜିୟମର ନିକୋଲାସ ଡି କେର୍ପେଲ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏହି ମ୍ୟାଚ ପରେ ୬ ମ୍ୟାଚରୁ ୧୪ ପଏଣ୍ଟ ସହିତ ବେଲଜିୟମ ଟେବୁଲର ଶୀର୍ଷରେ ଅପରିବର୍ତ୍ତିତ ରହିଛି। ଭାରତ ୪ ମ୍ୟାଚରୁ ୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରୋ ଲିଗ୍‌ରେ ଭାରତର ଏହା ପ୍ରଥମ ପରାଜୟ। ୨୦୧୯ରେ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଭାରତ ଅଂଶଗ୍ରହଣ କରି ନ ଥିଲା। ଶନିବାର ବେଲଜିୟମକୁ ୨-୧ ଗୋଲରେ ହରାଇଥିବା ଭାରତ ପୂର୍ବରୁ ପ୍ରଥମ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିଲା।
ମ୍ୟାଚରେ ପରାଜୟକୁ ସହଜରେ ହଜମ କରିପାରି ନ ଥିବା ବେଲଜିୟମ ଦ୍ୱିତୀୟ ମ୍ୟାଚରେ ଯୋଜନାବଦ୍ଧଭାବେ ଖେଳିଥିଲା। ଆକ୍ରମଣାତ୍ମକ ରଣନୀତିରେ ଦଳ ସଫଳ ହୋଇଥିଲା ଏବଂ ୩ୟ ମିନିଟରେ ଗୋଲ ଦେଇ ଭାରତ ଉପରେ ଚାପ ପକାଇଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ବେଲଜିୟମକୁ ଅଗ୍ରଣୀ କରାଇଥିଲେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ। ଭାରତ କିନ୍ତୁ ଚାପର ବଶବର୍ତ୍ତୀ ନ ହୋଇ ଆକ୍ରମଣକୁ ଜୋର୍‌ଦାର କରିଥିଲା। ୧୫ତମ ମିନିଟରେ ବିବେକ ସାଗର ପ୍ରସାଦଙ୍କ ଗୋଲ ଦେବାରୁ ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ମ୍ୟାଚ ୧-୧ସ୍ଥିତିକୁ ଚାଲି ଆସିଥିଲା। ଦ୍ୱିତୀୟ କ୍ବାର୍ଟରରେ ମ୍ୟାଚ ସ୍ବାଭାବିକ ଭାବେ ସଂଘର୍ଷ ବଢ଼ିଥିଲା। ୧୭ତମ ମିନିଟରେ ବେଲଜିୟମର ମାକ୍ସିମେ ପ୍ଲେନେଭକ୍ସ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ପୁଣି ଅଗ୍ରଣୀ କରାଇଥିଲେ। ତେବେ ଏହାର ଅଳ୍ପ କିଛି ସେକେଣ୍ଡ ପରେ ଭାରତ ଗୋଲଟିକୁ ପରିଶୋଧ କରି ଦେଇଥିଲା। ପେନାଲ୍ଟି କର୍ନର ଶଟ୍‌ ବେଲଜିୟମ ଗୋଲକିପର ଭାନ୍‌ ଡୋରେନ ଲୋଇକଙ୍କ ଦ୍ୱାରା ସଫଳତାର ସହ ଡିଫେଣ୍ଡ ହୋଇ ଫେରି ଆସୁଥିବାବେଳେ ଓଡ଼ିଆ ତାରକା ଅମିତ୍‌ ରୋହିଦାସଙ୍କ ରିବାଉଣ୍ଡ୍‌ ଶଟ୍‌ ଭାରତୀୟ ଶିବିରରେ ଖୁସି ଆଣି ଦେଇଥିଲା। ମ୍ୟାଚ ୨-୨ ସ୍ଥିତିକୁ ଆସିଯିବାପରେ ଅଗ୍ରଣୀ ନେବାପାଇଁ ଉଭୟ ଦଳ ଉଦ୍ୟମକୁ ଜୋରଦାର କରିଥିଲେ। ସମକକ୍ଷ ପ୍ରଦର୍ଶନ କରୁଥିବାରୁ ପ୍ରତିଟି ମିନିଟ ଓ ବଲ୍‌ର ମୁଭ୍‌ ଉଭୟ ଦଳପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏ ପରିସ୍ଥିତିରେ ୨୬ତମ ମିନିଟରେ ଭାରତୀୟ ଖେଳାଳିଙ୍କ ତ୍ରୁଟି ଦଳ ପାଇଁ ମହଙ୍ଗା ପଡ଼ିଥିଲା। ଗୋଲପୋଷ୍ଟର ଲେଫ୍ଟ କର୍ନରରୁ ଡି ଏରିଆ ମଧ୍ୟକୁ ଦିଆ ଯାଇଥିବା ପାସ୍‌ ଭାରତୀୟ ଖେଳାଳିଙ୍କ ପାଖକୁ ଯିବା ପୂର୍ବରୁ ବେଲଜିୟମର ମାକ୍ସିମେ ଚତୁରତାର ସହ ଆଗକୁ ଆସି ବଲ୍‌କୁ ନିୟନ୍ତ୍ରଣକୁ ନେଇ ଯାଇଥିଲେ। ଗୋଲକିପରଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ସମ୍ମୁଖରେ ନ ଥିବାରୁ ଏହାକୁ ପୋଷ୍ଟ ମଧ୍ୟକୁ ପଠାଇବାକୁ ମାକ୍ସିମେଙ୍କ ପାଇଁ କୌଣସି ଅସୁବିଧା ହୋଇ ନ ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ବେଲଜିୟମ ୩-୨ ଗୋଲରେ ଅଗ୍ରଣୀ ନେଇ ଯାଇଥିଲା।
ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ସୁଯୋଗ ପାଇଥିଲେ ହେଁ ପେନାଲ୍ଟି କର୍ନର ମିସ୍‌ ହୋଇଥିଲା। ୪୫ତମ ମିନିଟରେ ମଧ୍ୟ ଫଳ ସମାନ ହୋଇଥିଲା। ୫୦ତମ ମିନିଟରେ ବେଲଜିୟମ ଗୋଲପୋଷ୍ଟ ଫାଙ୍କା ଥିବାବେଳେ ଗୁରଜାନ୍ତ ସିଂ ବଲ୍‌ ପାଇଥିଲେ ହେଁ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ଶେଷ ୧୦ ମିନିଟରେ ଭାରତ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ବେଲଜିୟମ ଖେଳାଳିମାନେ ତାହା ହେବାକୁ ଦେଇ ନ ଥିଲେ। ଅର୍ଥାତ୍‌ ଦ୍ୱିତୀୟାର୍ଦ୍ଧରେ କୌଣସି ଗୋଲ ହୋଇ ନ ପାରିବାରୁ ବେଲଜିୟମ କଳିଙ୍ଗ ଷ୍ଟାଡିୟମରେ ପୁଣି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଏଠାରେ ୨୦୧୮ରେ ରେଡ୍‌ ଲାୟନ୍ସ ବିଶ୍ୱ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri