ପ୍ରିନ୍ସ ହ୍ୟାରି, ମେଘାନଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବନି ଆମେରିକା

ୱାଶିଂଟନ,୩୦ା୩: ଚଳିତବର୍ଷ ଆରମ୍ଭରେ ବ୍ରିଟେନ ରାଜ ପରିବାର ଛାଡ଼ିବାକୁ ଘୋଷଣା କରିଥିବା ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲ ଆମେରିକାରେ ରହିବା ପାଇଁ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌କୁ ସ୍ଥାନାନ୍ତର ହୋଇଛନ୍ତି। ହେଲେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ଖର୍ଚ୍ଚ ଆମେରିକା ବହନ କରିବ ନାହିଁ। ସେମାନେ ସେହି ଖର୍ଚ୍ଚ ନିଜେ ବହନ କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଟୁଇଟ୍‌ କରି ଏହା ଜଣାଇଛନ୍ତି। ଏହା ସହ ଉଲ୍ଲେଖ କରିଛନ୍ତି ଯେ, ସେ ବ୍ରିଟେନ ରାଣୀ ଏବଂ ସେହି ଦେଶର ଭଲ ବନ୍ଧୁ।
ତଥ୍ୟ ଅନୁଯାୟୀ, ଅନେକ ମାସ ଧରି କାନାଡାରେ ରହିଥିବା ପ୍ରିନ୍ସ ହ୍ୟାରି ଓ ମେଘାନ ବ୍ରିଟିଶ ରାଜତନ୍ତ୍ରର ପ୍ରତିନିଧିତ୍ୱ ନ କରିବା ଏବଂ ଏକ ନୂତନ ଓ ସ୍ବାଧୀନ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ। କାନାଡାରେ ସ୍ଥାୟୀ ଭାବେ ରହିବାକୁ ବ୍ରିଟେନ ଛାଡ଼ିଥିବା ଏହି ଦମ୍ପତି ଏବେ ଆମେରିକା ସ୍ଥାନାନ୍ତର ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦେଶର ସୀମା ବନ୍ଦ ହେବା ପୂର୍ବରୁ ସେମାନେ ଏକ ଘରୋଇ ଜେଟ୍‌ରେ କାନାଡାରୁ ଲସ୍‌ ଏଞ୍ଜେଲସ୍‌କୁ ଆସିଥିଲେ। ହେଲେ ସେମାନଙ୍କ ସୁରକ୍ଷା ଖର୍ଚ୍ଚ ଆମେରିକା ସରକାର ତୁଲାଇବେ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। କିନ୍ତୁ ଓ୍ବାଶିଂଟନରୁ ସାହାଯ୍ୟ ମାଗିବାର ସେମାନଙ୍କର ଉଦ୍ଦେଶ୍ୟ ନାହିଁ। ନିଜସ୍ବ ଖର୍ଚ୍ଚରେ ଘରୋଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଏହି ରାଜ ଦମ୍ପତିଙ୍କ ଜଣେ ମହିଳା ମୁଖପାତ୍ର ଏକ ବିବୃତିରେ ଜଣାଇଛନ୍ତି। ସୂଚନାଥାଉ କି, ମେଘାନ ଲସ୍‌ ଏଞ୍ଜେଲସ୍‌ରେ ପିଲାରୁ ବଡ଼ ହୋଇଛନ୍ତି ଏବଂ ତାଙ୍କ ମା’ ଡୋରିଆ ରାଗଲାଣ୍ଡ ଏବେ ବି ଏହି ସହରରେ ରହୁଛନ୍ତି। ୨୦୦୨ରୁ ୨୦୧୭ ଯାଏ ଆମେରିକାରେ ମଡେଲ ତଥା ଅଭିନେତ୍ରୀ ଜୀବନ ବିତାଇଥିବା ମେଘାନ ୨୦୧୧ରେ ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ଟ୍ରେଭର୍‌ ଏଙ୍ଗେଲସନ୍‌ଙ୍କୁ ବିବାହ କରିଥିଲେ। ୨୦୧୩ରେ ତାଙ୍କର ବିବାହ ବିଚ୍ଛେଦ ହେବାପରେ ୨୦୧୮ରେ ପ୍ରିନ୍ସ ହ୍ୟାରିଙ୍କ ହାତ ଧରିଥିଲେ। ଲସ୍‌ ଏଞ୍ଜେଲସ୍‌ରେ ମେଘାନଙ୍କ ବହୁ ବନ୍ଧୁ ରହିଛନ୍ତି। ନୂଆ ବୃତ୍ତି ଆପଣାଇବା ପାଇଁ ସେଠାରେ ତାଙ୍କର ବହୁ ଯୋଗାଯୋଗ ମଧ୍ୟ ରହିଛି, ଯେଉଁଥିରୁ ସେ ନିଜ କ୍ୟାରିୟର ପୁନଃ ଆରମ୍ଭ କରିପାରିବେ। ଅନ୍ୟପକ୍ଷରେ ଆଫ୍ରିକୀୟ ହାତୀ ଉପରେ ଆଧାରିତ ନୂଆ ଫିଲ୍ମରେ ମେଘାନ କାମ କରିବେ ବୋଲି ଡିଜ୍‌ନି ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri