ପ୍ରାଥମିକ ସଦସ୍ୟ ପଦରୁ ଇତିଶଙ୍କୁ ନିଲମ୍ବନ କଲା ଏନ୍‌ଏସୟୁଆଇ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ) ପକ୍ଷରୁ ଇତିଶଙ୍କୁ ରବିବାର ଦଳରୁ ନିଲମ୍ବିତ କରିଦିଆଯାଇଛି। ସଙ୍ଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଏନ୍‌ଏସୟୁଆଇ ଜାତୀୟ ସମ୍ପାଦକ ମୋତହା ରୋହିତ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଗତ ୧୨ ତାରିଖରେ ଏକ ଖବରଦାତା ସମ୍ମିଳନୀ ଜରିଆରେ ଇତିଶ ସିଧାସଳଖ ନିରଞ୍ଜନଙ୍କୁ ଟାର୍ଗେଟ କରିଥିଲେ। ବହିଷ୍କୃତ ହେବାପରେ ଇତିଶ କହିଛନ୍ତି, ସତ କହିବାପରେ ଏଭଳି ପୁରସ୍କାର ମିଳିଛି। ସାଢ଼େ ୪ ବର୍ଷ ଛାତ୍ର କଂଗ୍ରେସ ସଭାପତି ରହିଛି। କଂଗ୍ରେସକୁ ଯିଏ କ୍ଷତି ପହଞ୍ଚାଇବ ତା ବିରୋଧରେ ଲଢିବି। ଏନ୍‌ଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି, କଂଗ୍ରେସରୁ ନୁହେଁ। ନିରଞ୍ଜନ ବାବୁଙ୍କୁ ୨୦୧୨ରେ ହଠାତ୍‌ ପିସିସି ସଭାପତି ପଦରୁ କାଢି ଦିଆଯାଇଥିଲା। ସେଥିଲାଗି ସେ ରାଗ ଶୁଝାଇବା ପାଇଁ ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଇତିଶ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଇତିଶ ଗତ ୧୨ତାରିଖରେ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ। ଏହାର ଦିନକ ପରେ ଇତିଶ ହତୋତ୍ସାହିତ ହୋଇ ପିଲାଳିଆମି କଥା କହୁଛନ୍ତି ବୋଲି ନିରଞ୍ଜନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri