ପ୍ରାଣୀ ପରିବାରରେ ଜେଜେମା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମେ ଛୋଟ ଥିବାବେଳେ ବର୍ଷରେ ଦୁଇମାସ ଭୋପାଳ ନିକଟବର୍ତ୍ତୀ ଅଜାଘର ଗାଁରେ ତାଙ୍କ ଫାର୍ମହାଉସ୍‌ରେ କଟାଉ। ବଗିଚାରେ ଆମେ ଖଟରେ ମଶାରି ଟାଙ୍ଗି ଶୋଉ। ଚଣା ଓ ମଟର ମଞ୍ଜିକୁ ନେଇ ଆମେ ବିଭିନ୍ନ ପ୍ରକାର ଖେଳ ଖେଳୁ। ସବୁବେଳେ ଆମେ ଖାଲି ଖାଉଥାଉ। ମୋ ଆଈକୁ ମୁଁ ଦୁଜାମା ବୋଲି ଡାକୁଥିଲି ଏବଂ ୨୦ ବର୍ଷ ପରେ ତାଙ୍କ ନାଁ କ’ଣ ଜାଣିଲି। କିନ୍ତୁ ମୁଁ ଅଜାଙ୍କ ସହ କଥାବାର୍ତ୍ତା କରିବାକୁ ଲାଜ ଓ ଭୟ କରୁଥିଲି।
ମୋ ନାତୁଣୀଟି ଭାରି ଲାଜକୁଳୀ। ଯେତେବେଳେ ଟିକେ ଖୋଲାହୃଦୟ ହୋଇଯାଏ, ମୋ ଆଗରେ ତା’ ଜଗତର କଥା କହେ। କିନ୍ତୁ ସେ ମୋ ପିଲାଦିନ ଭଳି, ମୁଁ ଯାହା ବା ମୋର ଯାହା ପ୍ରତି ଆଗ୍ରହ ଅଛି, ସେଥି ପ୍ରତି ସେ ଆଗ୍ରହ ଦେଖାଏ ନାହିଁ। ମୁଁ ତା’ର ଜେଜେମା, ସେତିକି ତା’ପାଇଁ ଯଥେଷ୍ଟ। ମୁଁ ମଲା ପରେ ମୋ ନାତୁଣୀ କ’ଣ ମୋତେ ମନେପକାଇବ? ସେ ଏବେ ବହୁତ ଛୋଟ କିନ୍ତୁ ମୁଁ ଯାହା ଜାଣିଛି- ମୋ ପରିବାର ଓ ଏ ଦୁନିଆ ବିଷୟରେ ଏବଂ ଦୁନିଆରେ କିପରି ବଞ୍ଚିବାକୁ ହୁଏ, ସେ ବିଷୟରେ ତାକୁ ଶିଖାଇବାକୁ ଚେଷ୍ଟା କରିବି।
କିନ୍ତୁ ଆମେ କ’ଣ ଏକମାତ୍ର ଅଜା, ଆଈ, ଜେଜେ ବା ଜେଜେମା? ମଣିଷଙ୍କ ପରି ପ୍ରାଣୀମାନେ କ’ଣ ତାଙ୍କ ଅଜା, ଆଈ, ଜେଜେ ବା ଜେଜେମାଙ୍କ ବିଷୟରେ ଜାଣନ୍ତି? ଅଧିକାଂଶ ପ୍ରଜାତି ପାଇଁ ଏହାର ଉତ୍ତର ହେଉଛି ‘ନା’। କୀଟପତଙ୍ଗମାନେ ଅଳ୍ପ ସମୟ ଭିତରେ ବ୍ୟାପିଯାନ୍ତି। କିନ୍ତୁ ଯେଉଁମାନେ ପିମ୍ପୁଡ଼ି ଓ ମହୁମାଛିଙ୍କ ପରି ଗୋଷ୍ଠୀ ଆବାସରେ ରହନ୍ତି, ସେମାନେ ଗୋଷ୍ଠୀଗତ ଭାବେ ଧାଈମାନଙ୍କ ତତ୍ତ୍ୱାବଧାନରେ ନର୍ସରୀଗୁଡ଼ିକରେ ବଢ଼ନ୍ତି। ୨୦୧୦ରେ ଗବେଷକମାନେ ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଆଫିଡ (ଜଉପୋକ) କଲୋନୀଗୁଡ଼ିକରେ ବୟସ୍କ ମାଈମାନେ ପ୍ରଜନନ କ୍ଷମତା ହରାଇଥିବା ମାଈ ଜଉପୋକଗୁଡ଼ିକୁ ପ୍ରତିରୋଧ କରନ୍ତି।
ଅଧିକାଂଶ ପକ୍ଷୀ ବର୍ଷକର ହୋଇଗଲା ପରେ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଚିହ୍ନିପାରନ୍ତି ନାହିଁ। ଏହାର ବ୍ୟତିକ୍ରମ ବି ଅଛି, ବିଶେଷତଃ ବଗ, କୁଆ, ନୀଳକଣ୍ଠ ପ୍ରଭୃତି ସାମାଜିକ ପକ୍ଷୀଙ୍କ କ୍ଷେତ୍ରରେ। ଇଭଲ୍ୟୁଶନ ପତ୍ରିକାରେ ପ୍ରକାଶିତ ୨୦୦୭ ମସିହାର ଏକ ଅନୁଧ୍ୟାନ ଅନୁସାରେ ସିଚେଲ୍‌ସ ଦ୍ୱୀପପୁଞ୍ଜରେ ଦେଖାଯାଉଥିବା ଓ୍ବାର୍ବଲର (ଗାୟକ ପକ୍ଷୀ ବିଶେଷ)ମାନଙ୍କ ଭିତରୁ ବୟସ୍କାମାନେ ମାଆ ପକ୍ଷୀମାନଙ୍କୁ ସେମାନଙ୍କ ଛୁଆ ପାଳିବାରେ ସାହାଯ୍ୟ କରନ୍ତି। କାନାଡ଼ା ରାଜହଂସୀ ମଧ୍ୟ ସେମାନଙ୍କ ଜେଜେବାପା ଓ ଜେଜେମାମାନଙ୍କୁ ମନେ ରଖିଥାନ୍ତି ଏବଂ ଶୀତଋତୁରେ ପରିବ୍ରାଜନ ସମୟରେ ସେମାନଙ୍କ ମାଆବାପା, ଜେଜେବାପା ଓ ଜେଜେମାଙ୍କ ସହ ଯୋଗ ଦିଅନ୍ତି। ସନ୍ତାନ ଜନ୍ମ ଓ ପାଳନରେ ପ୍ରାୟ ୨୦୦ ପକ୍ଷୀ ପ୍ରଜାତିରେ ସହଯୋଗ ଦେଖିବାକୁ ମିଳେ। କିନ୍ତୁ ସେମାନଙ୍କ ସହ ଆଈମାନେ ଅନ୍ତର୍ଭୁକ୍ତ ହେବା ଜରୁରୀ ନୁହେଁ।
କେତେକ କ୍ଷେତ୍ରରେ ବନ୍ୟ ସ୍ତନ୍ୟପାୟୀଙ୍କ ଜୀବନ ଏତେ ସଂକ୍ଷିପ୍ତ ଯେ, ନାତିନାତୁଣୀମାନେ ବଡ଼ ହୋଇ ଜେଜେ, ଜେଜେମାଙ୍କୁ ଚିହ୍ନିବା ବୟସର ହେଲା ବେଳକୁ ସେମାନେ ମରିଯାଇଥାନ୍ତି। ପୁଣି କେତେକ କ୍ଷେତ୍ରରେ ଖାଦ୍ୟ ଉତ୍ସକୁ ନେଇ ପ୍ରତିଯୋଗିତାର ସମ୍ମୁଖୀନ ନ ହେବା ଲାଗି ପିଲାମାନେ ଦୂରଦୂରାନ୍ତରେ ଯାଇ ବାସ କରନ୍ତି। ଉଦାହରଣସ୍ବରୂପ ଅଣ୍ଡିରା ବାଘ। ତେଣୁ ଜେଜେ ଜେଜେମାଙ୍କ ସଂସ୍ପର୍ଶରେ ସେମାନେ ଆସିବାର ସମ୍ଭାବନା କମିଯାଇଥାଏ। ଅନେକ ପ୍ରଜାତିରେ ଖାଦ୍ୟ ଉତ୍ସକୁ ନେଇ ମାଆ ଓ ଜେଜେମାଙ୍କ ଭିତରେ ଲଢ଼େଇ ହୁଏ, ଯଦି ସେମାନେ ଏକା ଅଞ୍ଚଳରେ ରହୁଥାନ୍ତି। କିନ୍ତୁ ଆହୁରି ବି ଅନେକ ପ୍ରଜାତି ଅଛନ୍ତି ଯେଉଁମାନେ ପାରିବାରିକ ଓ ସାମାଜିକ ବନ୍ଧନରେ ବାନ୍ଧି ହୋଇ ଚଳନ୍ତି। ମଣିଷ, ତିମି ଓ ଡଲ୍‌ଫିନ ସନ୍ତାନ ଜନ୍ମ କରିବା ସମୟ ଗଡ଼ିଗଲା ପରେ ମଧ୍ୟ ଏକତ୍ର ବାସ କରନ୍ତି। କାରଣ ଏହାଦ୍ୱାରା ଛୋଟ ପିଲାମାନଙ୍କୁ ବଞ୍ଚାଇବା ଓ ସେମାନଙ୍କ ଲାଳନପାଳନରେ ସୁବିଧା ହୁଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡ. ରୋନାଲ୍‌ଡ ଲି ପ୍ରୋସିଡିଙ୍ଗ୍‌ସ ଇନ୍‌ ଦ ନ୍ୟାଶ୍‌ନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପତ୍ରିକାରେ ଲେଖିଛନ୍ତି ଯେ କେତେକ ପ୍ରଜାତିରେ ଉତ୍ପାଦନକ୍ଷମ ବୟସ ଗଡ଼ିଗଲା ପରେ ମାଈମାନେ ମାଆ ପରି ବା ଜେଜେମା ପରି ସନ୍ତାନ ପାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ବୟସ୍କା ବଟଲନେକ୍‌ ଡଲ୍‌ଫିନ ଓ ପାଇଲଟ୍‌ ତିମିମାନେ ଧାଈ ପରି ଶିଶୁମାନଙ୍କର ଯତ୍ନ ନିଅନ୍ତି, ସେମାନଙ୍କୁ ସୁରକ୍ଷା ଦିଅନ୍ତି, ଏପରି କି ସ୍ତନ୍ୟପାନ ବି କରାନ୍ତି। ଅନେକ ତିମି ପ୍ରଜାତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବାର ସହ ପ୍ରବ୍ରଜ୍ୟା କରନ୍ତି, ଯେଉଁମାନଙ୍କ ଭିତରେ ନାତିନାତୁଣୀ, ଜେଜେବାପା ଓ ଜେଜେମା ବି ଥାନ୍ତି। ଓର୍କାସ ଏବଂ ଶର୍ଟ-ଫିନ୍‌ଡ ପାଇଲଟ୍‌ ହ୍ବେଲ, ବେଲୁଗା ଓ ନର୍‌ହ୍ବାଲମାନଙ୍କ ମଣଷ ପରି ଋତୁବିରତି ହୁଏ। ସନ୍ତାନ ଜନ୍ମ କରିବା କ୍ଷମତା ଚାଲିଗଲା ପରେ ଜେଜେମାମାନେ ଆଉ ମେଟିଂ ପାଇଁ ପ୍ରତିଯୋଗିତା କରନ୍ତି ନାହିଁ। ଫଳରେ ସେମାନେ ପରିବାରରେ ସମସ୍ତଙ୍କ ସହ ମିଳିମିଶି ଚଳନ୍ତି। ପରିବାରରେ ବୟସ୍କମାନଙ୍କର ମଧ୍ୟ ଉପଯୋଗିତା ରହିଛି କାରଣ କେଉଁଠି ଭଲ ଖାଦ୍ୟ ମିଳିବ ତାହା ସେମାନେ ଜାଣିଥାନ୍ତି।
ଗ୍ରେଟ୍‌ ଏପ୍‌ମାନେ ସେମାନଙ୍କ ନାତିନାତୁଣୀଙ୍କ ପ୍ରତି ସଚେତନ ଥାନ୍ତି। ଯଦି କୌଣସି କ୍ଷେତ୍ର ବାପାମା’ ମରିଯାଇଥାନ୍ତି ବା ଅକର୍ମଣ୍ୟ ହୋଇଯାଇଥାନ୍ତି, ତେବେ ସନ୍ତାନପାଳନ ଦାୟିତ୍ୱ ଜେଜେମା ଓ ଜେଜେବାପାଙ୍କ ଉପରେ ପଡ଼େ, ଠିକ୍‌ ମଣିଷଙ୍କ ପରି। ରେସସ ମାଙ୍କଡ଼ ଓ ଲଙ୍ଗୁରମାନେ ସେମାନଙ୍କ ପୁଅଝିଅ ଓ ନାତିନାତୁଣୀଙ୍କ ସହ ବାସକରନ୍ତି। ଜେଜେମା ହିଁ ସେମାନଙ୍କ ମୁରବି। ମଣିଷ, କୁକୁର ବା ଅନ୍ୟ ମାଙ୍କଡ଼ଙ୍କ ଆକ୍ରମଣରୁ ଜେଜେମା ପିଲାମାନଙ୍କୁ ରକ୍ଷା କରନ୍ତି। ଜେଜେମା ନାତିନାତୁଣୀଙ୍କୁ ଶୃଙ୍ଖଳା ଓ ବିଭିନ୍ନ କୌଶଳ ଶିଖାନ୍ତି। ହାତୀ ପରିବାରରେ ବୁଢ଼ା, ବୁଢ଼ୀ, ଛୁଆ, ଯୁବକ ଓ ମାଆମାନେ ଥାନ୍ତି। ସେମାନଙ୍କ କ୍ଷେତ୍ରରେ ବି ଜେଜେମା ହେଉଛି ମୁରବି। ଛୁଆମାନଙ୍କ ଲାଳନପାଳନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଜେଜେମା ପାଖରେ ଥିଲେ ଛୁଆମାନଙ୍କର ବଞ୍ଚିବା ସମ୍ଭାବନା ଆଠଗୁଣ ବଢ଼ିଯାଏ। ବିପଦ ସମୟରେ କିପରି ବଞ୍ଚିବାକୁ ହେବ ସେ ବିଷୟରେ ମାଆମାନଙ୍କ ଅପେକ୍ଷା ଜେଜେମାମାନେ ନିଜ ଅଭିଜ୍ଞତାରୁ ଅଧିକ ଜାଣିଥାନ୍ତି। ସେମାନେ ଖାଦ୍ୟ ଓ ପାନୀୟ ପାଇଁ ପରିବାରକୁ ଉପଯୁକ୍ତ ସ୍ଥାନକୁ ନେଇଯାନ୍ତି। ବଣ ବିରାଡ଼ିମାନଙ୍କ କ୍ଷେତ୍ରରେ ମାଆ ଓ ଜେଜେମାମାନେ ହିଁ ସନ୍ତାନ ପାଳନ ଦାୟିତ୍ୱ ନିଅନ୍ତି। ଅଣ୍ଡିରା ବଣବିରାଡ଼ିଙ୍କର ଏଥିରେ କିଛି ଭୂମିକା ନ ଥାଏ। ଗୃହପାଳିତ ବିରାଡ଼ିମାନଙ୍କ କ୍ଷେତ୍ରରେ ବି ସେଇଆ ଘଟେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri