ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ) – ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ। ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୫ ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୭ ଏବଂ ମଙ୍ଗଳବାର ବ୍ରାହ୍ମଣୀଗଁ। ଅଞ୍ଚଳରେ ଏହି ଶିବିର କରାଯାଇ ୮ ପଞ୍ଚାୟତରେ ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ସୁନେତ୍ର ଯୋଜନାରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ରହିଥିଲା। ଜିଲା ସ୍ବାସ୍ଥ୍ୟକେନ୍ଦ୍ରରୁ ବିଶେଷଜ୍ଞ ଦଳ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଶିବିର ଆୟୋଜନ ହୋଇନଥିଲା। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ ଏବଂ ସହକାରୀ ଚକ୍ଷୁ ଚିକିତ୍ସକ ଭବାନୀ ଶଙ୍କର ମହାପାତ୍ର ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ବୁଲି ଛାତ୍ରୀଛାତ୍ରଙ୍କ ଚକ୍ଷୁ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସମସ୍ୟା ଥିବା ଛାତ୍ରୀଛାତ୍ରଙ୍କୁ ନେଇ ଅପରାହ୍ନରେ କାମଚଳା ଶିବିରର ଆୟୋଜନ କରାଯାଇ ଚକ୍ଷୁ ପରୀକ୍ଷା କରାଯାଇଥିଲା।
ଏହି ପରୀକ୍ଷା ଅପରାହ୍ନ ୩ଟା ପରେ ଆରମ୍ଭକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ପୂର୍ବ ସୂଚନା ନ ଥିବାରୁ ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ ଭୋକ ଉପାସରେ ହଇରାଣ ହୋଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରକୁ ଡକାଯାଇଥିବା ଛାତ୍ରୀଛାତ୍ରଙ୍କୁ ଅପରାହ୍ନ ସାଢ଼େ ୨ଟାରେ ହୋଟେଲରୁ ଖାଇବା ଆଣି ଦିଆଯାଇଥିଲା। ଅଞ୍ଚଳରେ ପ୍ରାୟ ୨୮୦ ବିଦ୍ୟାଳୟ ରହିଥିବାବେଳେ ମାତ୍ର ୩ ବିଦ୍ୟାଳୟରୁ ଛାତ୍ରୀଛାତ୍ରଙ୍କୁ ଯୋଗାଡ କରି କାମ ସାରିଦେଇଥିବାରୁ ଚଞ୍ଚକତା କରାଯାଇଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି।
ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ଶିବିର ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ପୂର୍ବବର୍ଷ ଏହି ଶିବିର ଗାଇଡ ଶିକ୍ଷକ ହାତରୁ ଖର୍ଚ୍ଚକରି ଛାତ୍ରୀଛାତ୍ରଙ୍କୁ ଆଣିଥିଲେ। ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ କୌଣସି ଅର୍ଥ ମିଳିନାହିଁ। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି କହିଛନ୍ତି ଯେ, ଜିଲାରୁ ଏଭଳି କାର୍ଯ୍ୟକ୍ରମ ପାଇଁ ହଠାତ୍‌ ଚିଠି ଆସୁଛି। ସମସ୍ତଙ୍କୁ ଯୋଗାଯୋଗ କରାଯିବା ଏବଂ ଶିବିର ଆୟୋଜନ କରିବା ସମ୍ଭବ ହେଉନାହିଁ। ଏନେଇ ସେ ଦାରିଙ୍ଗବାଡ଼ି ବିଇଓଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିବା କହିଛନ୍ତି। କିନ୍ତୁ ବିଇଓ ରାଉତ ଏହାକୁ ଖଣ୍ଡନ କରିବା ସହ ଶନିବାର ଅପରାହ୍ନରେ କେବଳ କୁହାଯାଇଛି। ରବିବାର ଛୁଟି ଯୋଗୁ ସମସ୍ତ ବିଦ୍ୟାଳୟକୁ ସୂଚନା ଦେବା ସମ୍ଭବ ହେଲାନାହିଁ ବୋଲି ସେ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଚକ୍ଷୁ ବିଶେଷଜ୍ଞ ଅରବିନ୍ଦ ଦାସ କହିଛନ୍ତି ଯେ, ଶିବିର ଆୟୋଜନ ହୋଇ ନ ଥିବାରୁ ସେ ବାଧ୍ୟ ହୋଇ ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାଙ୍କ ଚକ୍ଷୁ ସମସ୍ୟା ପଚାରି ବୁଝିବା ପରେ ଅପରାହ୍ନରେ ଶିବିରକୁ ଡକାଇ ଚକ୍ଷୁ ପରୀକ୍ଷା କରାଇଥିଲେ। ପ୍ରକ୍ରିୟା ଜାରି ରହିବା ସହ ଭ୍ରାମ୍ୟମାଣ ଗାଡ଼ିରେ ବୁଲି ସମସ୍ତ ବିଦ୍ୟାଳୟରେ ସେ ଏହି ପରୀକ୍ଷା କରାଇନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri