ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନାରେ ଦର୍ଶକ ମନ୍ତ୍ରମୁଗ୍ଧ

କୋଣାର୍କ,୫ା୧୨(ଡି.ଏନ.ଏ.): ସୂର୍ଯ୍ୟମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ଚତୁର୍ଥ ସାରେ କଳାକାରମାନେ କୁଚିପୁଡ଼ି ଓ ଓଡ଼ିଶୀରେ ଦେଶଭକ୍ତି ଓ ପୁରାଣର ପ୍ରସଙ୍ଗ ନିଖୁଣ ଉପସ୍ଥାପନ କରିଥିଲେ। ସାର ପ୍ରଥମ ପ୍ରସ୍ତୁତି ଥିଲା କୁଚୁପୁଡ଼ି ଶାସ୍ତ୍ରୀୟ ନୃତ୍ୟରେ ଭାରତ-ଭାରତୀ। ସୁପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟଗୁରୁ ଦମ୍ପତି ରାଜା ଓ ରାଧା ରେଡ୍ଡୀ ନିଜ ସଂଯୋଜନାରେ ଭାରତ-ଭାରତୀରେ ଏକ ନୂତନ ଭାରତକୁ ପ୍ରତ୍ୟକ୍ଷ କରିଥିଲେ, ଯାହା କଳା, ସଂସ୍କୃତିର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ଥିଲା। ସାର ଦ୍ୱିତୀୟ ପ୍ରସ୍ତୁତି ଥିଲା, ଗଞ୍ଜାମ ଜିଲାର ଜଳନ୍ତର ରାଜ୍ୟରେ ଜନ୍ମ ନେଇଥିବା ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ରୂପାନ୍ତର। ପୁରାଣ ଆଧାରିତ ଶ୍ରୀବିଷ୍ଣୁଙ୍କ ନୃସିଂହ ଅବତାରକୁ ନେଇ ଉପସ୍ଥାପିତ ପ୍ରହଲ୍ଲାଦ ନାଟକର ଭାଷା, ବେଶଭୂଷା, ସଂଗୀତ, ଅଭିନୟ ଏକ ଶାସ୍ତ୍ରୀୟ ଲୀଳା ନାଟକ ଭାବେ ପରିବେଷିତ ହୋଇ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ଡ.ଶାନ୍ତୁନ କୁମାର ରଥଙ୍କ କଳାମତ୍କ ସଂରଚାନ ଓ ଗୁରୁ ରାମହରି ଦାସଙ୍କ ସଂଗୀତ ସଂଯୋଜନାକୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀଗଣ ମଂଚରେ ପରଶିଦେଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଏବଂ ଡ. ସାଧନା ଶ୍ରୀବାସ୍ତବଙ୍କ ମଞ୍ଚ ସଂଯୋଜନାକୁ ନେଇ ଚତୁର୍ଥ ସାଂ ଶୁଭାରମ୍ଭ ହୋଇଥିଲା। ଅତିଥିଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି କଳ୍ପେଶ ସତେନ୍ଦ୍ର ଝାଭେରୀ, ପୂର୍ବତଟ ରେଲଓ୍ବେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଡ. ସଂଗୀତା ଗୋସାଇଁ, ବିଜୟ କୁମାର ଜେନା, ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉପତ୍ଳ ପତି, ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗାଠାରେ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖିବାକୁ ବେଳାଭୂମି କୂଳରେ ପ୍ରବଳ ଭିଡ଼ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri