ପ୍ରସ୍ତୁତ ରୁହ : ବାତ୍ରା

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- ପରିସ୍ଥିତିରେ ସୁଧାର ଆସିଲେ କୋଭିଡ୍‌-୧୯ ଯୋଗୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ଇଭେଣ୍ଟଗୁଡ଼ିକ ଅନୁଷ୍ଠିତ ହେବ। ହେବାକୁଥିବା ଟୁର୍ନାମେଣ୍ଟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ସମ୍ପୃକ୍ତ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା କହିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଟୋକିଓ ଗେମ୍ସ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ଖେଳସୂଚୀ ନେଇ ପରସ୍ପର ମଧ୍ୟରେ ଆଲୋଚନା କରିବା ଉଚିତ। ଏହାଦ୍ୱାରା ଆଥଲେଟ୍‌ମାନଙ୍କ ପ୍ରସ୍ତୁତ କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବ ନାହିଁ। କରୋନା ଭାଇରସ୍‌ ଜନିତ ଭୟ ଦୂର ହେବା ପରେ ସ୍ଥଗିତ ହୋଇଥିବା ଇଭେଣ୍ଟଗୁଡ଼ିକ ନେଇ ନୂଆ ତାରିଖ ଘୋଷଣା ହେବ ବୋଲି ବାତ୍ରା କହିଛନ୍ତି। ବାତ୍ରା ଏହି ମର୍ମରେ ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ସଭାପତି ଓ ସମ୍ପାଦକଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଅଲିମ୍ପିିକ୍ସ ସ୍ଥଗିତ ନିଷ୍ପତ୍ତି ପରେ ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ ଏହାର ସଦସ୍ୟମାନଙ୍କୁ ଗୁରୁବାର ଏକ ଟେଲି କନଫରେନ୍ସ କଲ୍‌ କରିଥିଲେ। ବାତ୍ରା କେବଳ ଆଇଓସିର ଜଣେ ସଦସ୍ୟ ନୁହଁନ୍ତି, ଅନ୍ତର୍ଜାତୀୟ ହକି ମହାସଂଘ (ଆଇଏଫ୍‌ଏଚ୍‌)ର ଜଣେ ସଦସ୍ୟ ମଧ୍ୟ। ଚଳିତ ବର୍ଷ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି ପାଇଁ ଆଇଓଏ ଓ ଏନ୍‌ଏସ୍‌ଏଫ୍‌ଗୁଡ଼ିକ ଯୋଜନା ପ୍ରସ୍ତୁତ କରିବା ଉଚିତ ବୋଲି ବାତ୍ରା କହିଥିଲେ। ଟୋକିଓ ଗେମ୍ସ ଶେଷ ହେବା ପରେ ଅଗଷ୍ଟ ସୁଦ୍ଧା ଅଧିକାଂଶ କୋଚ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ମାତ୍ର ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚତ୍ୟାଇଛି। ତେଣୁ ସେମାନଙ୍କ ଚୁକ୍ତି ମିଆଦକୁ ବୃଦ୍ଧି କରିବା ଜରୁରୀ ହୋଇ ପଡ଼ିଛି। କୋଚ୍‌ଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫ୍‌ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ଉଚିତ। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଆଇଓଏ ମୁଖ୍ୟ କହିଛନ୍ତି। ୨୦୨୧ ଅଲିମ୍ପିକ୍ସ ଲାଗି ଆଥଲେଟ୍‌ଙ୍କ ପ୍ରସ୍ତୁତି ପାଇଁ ଏକ ଟ୍ରେନିଂ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉ। ବର୍ତ୍ତମାନ ଆଥଲେଟମାନଙ୍କ ଅବସ୍ଥିତି ଏବଂ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସମୟକୁ ସମୟ ରିପୋର୍ଟ ପ୍ରଦାନ କରିବାକୁ ପଡ଼ିବ ବୋଲି ବାତ୍ରା କହିଛନ୍ତି। ଏହି ଚିଠିର ଏକ ନକଲ ସେ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ନିକଟକୁ ପଠାଇ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ, ଆର୍ଚେରୀ, ବକ୍ସିଂ, ଅଶ୍ୱଚାଳନା, ହକି, ଶୁଟିଂ ଏବଂ ରେସ୍‌ଲିଂ ଆଦି ୭ଟି ଖେଳ ପାଇଁ ପାଖାପାଖି ୮୦ ଭାରତୀୟ ଆଥଲେଟ୍‌ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଏହି ସଂଖ୍ୟା ୧୨୦କୁ ଅତିକ୍ରମ କରିଯିବ ବୋଲି ଆଇଓଏ ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri