ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ବିରୋଧ

ବାଲିଆପାଳ, ୧୯।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ୬ଟି ପଞ୍ଚାୟତରେ ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ସମ୍ପୃକ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଏବଂ ସମିତିସଦସ୍ୟମାନେ ବିରୋଧ କରିବା ସହିତ ତୁରନ୍ତ ଏହାକୁ ବନ୍ଦ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ା ବାଲିଆପାଳରେ ଚଉମୁଖଠାରେ ସୁବର୍ଣ୍ଣରେଖା ବନ୍ଦର ପାଇଁ ଟାଟା କମ୍ପାନୀ ଏବଂ ଚେନ୍ନାଇର କ୍ରିଏଟିଭ ପୋର୍ଟ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏହାପରେ ଏବେ ରାଜ୍ୟ ସରକାର ଏହି ବ୍ଲକର ବେତଗଡ଼ିଆ, ଅଁଳାଡ଼ିହା, ନୂଆଗାଁ, ଜଗତିପୁର, ଜମ୍ଭିରାଇ, ପଞ୍ଚୁପାଲି ଆଦି ପଞ୍ଚାୟତର ୩୫ଶହ ଏକର ଜାଗାରେ ହଳଦିଆ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ନିର୍ମାଣ ପାଇଁ କମ୍ପାନୀଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ସରକାରଙ୍କ ପକ୍ଷରୁ ଇଡ଼କୋ ସରକାରୀ ଏବଂ ଘରୋଇ ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟ କରୁଛି ା ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବାଲିଆପାଳ ତହସିଲଦାର ଜନଅଭିଯୋଗ ଶୁଣାଣି କରୁଛନ୍ତି। ମାତ୍ର ଏହାକୁ ସମ୍ପୃକ୍ତ ପଞ୍ଚାୟତବାସୀ ବିରୋଧ କରୁଛନ୍ତି।
ଏସବୁ ପଞ୍ଚାୟତରେ ଜନସାଧାରଣ ୭୦ରୁ ୮୦ ବର୍ଷ ଧରି ସରକାରୀ ଜାଗାରେ ବସବାସ କରିଆସୁଛନ୍ତି। ସେଠାରେ ସେମାନେ ଘର କରି ସ୍ଥାୟୀ ଭାବେ ବାସ କରୁଛନ୍ତି। ଏସବୁ ଅଞ୍ଚଳ ଅତି ଉର୍ବର ହୋଇଥିବାରୁ ସେମାନେ ଧାନ, ପାନ, ଚିନାବାଦାମ, କାଜୁ ଆଦି ଚାଷ କରି ସ୍ବଛଳରେ ଜୀବନ କଟାଉଛନ୍ତି। ଏପରି ଏକ ଉର୍ବର ଜମିକୁ ସରକାର କମ୍ପାନୀକୁ ଦେବା ପାଇଁ କରିଥିବା ଚୁକ୍ତିକୁ ବାତିଲ୍‌ ପାଇଁ ବେତଗଡ଼ିଆ ସରପଞ୍ଚ ବାଦଲ ବାଡ଼ି, ସମିତି ସଦସ୍ୟ ସନ୍ତୋଷ ଗିରି, ଆଳାଡ଼ିହା ପଞ୍ଚାୟତର ନିରଞ୍ଜନ କୁହ୍ଲାରୀ, ପୂର୍ଣ୍ଣଚନ୍ଦ୍ର ଜେନା, କମଳଲୋଚନ କର, ଜମ୍ଭିରାଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ନାୟକ, ସଦସ୍ୟ ପ୍ରତିନିଧି କମଳାକାନ୍ତ ମାଝି, ଉପେନ୍ଦ୍ର ଜେନା, ତପନ ଜେନା, ଗଣେଶ ପାତ୍ର, ଶିବ ଜେନା, ଅନନ୍ତ ସାମନ୍ତରାୟ ପ୍ରମୁଖ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି। ସରକାର ଏହାର ପୁନଃ ବିଚାର ନ କଲେ ଆଗାମୀ ଦିନରେ ନିଜ ଜନ୍ମମାଟିର ସୁରକ୍ଷା ପାଇଁ ଅଶୀଦଶକର କ୍ଷେପଣାସ୍ତ୍ର ବିରୋଧୀ ଆନ୍ଦୋଳନର ପୁନରାବୃତ୍ତି ଘଟିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିପରି ନୂଆଗାଁଠାରେ ଏହି ପ୍ରକଳ୍ପକୁ ବିରୋଧ କରି ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧର ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ସୁଷମା ଦଳାଇ, ସମିତି ସଦସ୍ୟ ସବିତା ପାତ୍ର, ଚକ୍ରଧର ଗିରି, ମନ୍ମଥ ଗିରି ପ୍ରମୁଖ ଯୋଗଦେଇ ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri