ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି ଘଟଣା ଶନିବାର ଦେଖିବାକୁ ମିଳିଛି ବ୍ରହ୍ମପୁର ବଡମେଡିକାଲରେ ।
ପ୍ରକାଶ ଯେ, ପାତ୍ରପୁର ବ୍ଲକ ବୁରତାଲ ପଞ୍ଚାୟତ ମଣ୍ଡାସିଙ୍ଗି ଗ୍ରାମର ନାରାୟଣ ରଇତଙ୍କ ସ୍ତ୍ରୀ ସବିତା ଗତ ୧୨ତାରିଖରେ ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୧୩ତାରିଖରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ସାଧାରଣ ପ୍ରସବ ବଦଳରେ ତାଙ୍କର ସିଜରିଆନ୍‌ କରାଯାଇଥିଲା। ଏଣୁ ଶରୀରରୁ ବହୁ ପରିମାଣର ରକ୍ତ ପ୍ରବାହ ହେବାରୁ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ନବଜାତ କନ୍ୟାଶିଶୁର ଓଜନ କମ୍‌ ମଧ୍ୟ ଥିଲା। ଏସ୍‌ଏନ୍‌ସିୟୁ(ସ୍ପେଶାଲ ନ୍ୟୁ ବର୍ନ କେୟାରେ ୟୁନିଟ୍‌)ରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ସବିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ରକ୍ତ ଆବଶ୍ୟକ ପଡ଼ିଥିଲା। ପରୀକ୍ଷା ବେଳେ ଏହା ‘ବମ୍ବେ ଓ-ପଜିଟିଭ୍‌’ ବୋଲି ଜଣାପଡ଼ିଥିଲା। ଏହି ବିରଳ ଗ୍ରୁପ୍‌ ଭାରତରେ ପ୍ରାୟ ୨ଲକ୍ଷ ୫୦ହଜାର ବ୍ୟକ୍ତିଙ୍କ ଭିତରୁ ଜଣଙ୍କ ପାଖରେ ଦେଖାଦେଇଥାଏ। ରକ୍ତ ଭଣ୍ଡାରର ଡା. ରଶ୍ମିତା ପାଣିଗ୍ରାହୀ ଏହି ଗ୍ରୁପ୍‌ ରକ୍ତ ଖୋଜିବା ଆରମ୍ଭ କରିଦେଇଥିଲେ। ରାଜ୍ୟବ୍ୟାପୀ ସମସ୍ତ ରକ୍ତଭଣ୍ଡାରକୁ ଏନେଇ ସୂଚନା ଦେଇଥିଲେ। ସେ ବିଭିନ୍ନ ଓ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମଧ୍ୟ ମେସେଜ୍‌ କରିଥିଲେ। ଭୁବନେଶ୍ୱରର ଏକ ଗ୍ରୁପ୍‌ରୁ ରାଉରକେଲାର ଦିଲୀପ ବାରିକ ନାମକ ଜଣେ ଯୁବକଙ୍କର ଗ୍ରୁପ୍‌ ‘ବମ୍ବେ ଓ-ପଜିଟିଭ୍‌’ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ଶନିବାର ଦିଲୀପ ରାଉରକେଲାରୁ ବ୍ରହ୍ମପୁର ଆସି ରକ୍ତ ଦେଇଛନ୍ତି। ରକ୍ତ ମିଳିବା ପରେ ସବିତାଙ୍କ ଚିକିତ୍ସା କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ସୂଚନା ମିଳିଛି। ଏଭଳି ଭାବରେ ଡା. ପାଣିଗ୍ରାହୀଙ୍କ ଉଦ୍ୟମ ଏବଂ ଦିଲୀପଙ୍କ ସେବା ମନୋଭାବ ଯୋଗୁ ସବିତାଙ୍କ ଜୀବନ ବଞ୍ଚିଯାଇଛି। ଦିଲୀପଙ୍କ କହିବାନୁଯାୟୀ, ସେ ପୂର୍ବରୁ ୪ଥର ରକ୍ତ ଦେଇଛନ୍ତି। କିନ୍ତୁ ତାଙ୍କ ରକ୍ତ ବିରଳ ବୋଲି ସେ ଜାଣି ନ ଥିଲେ। ଜଣେ ଡାକ୍ତର ତାଙ୍କୁ ବମ୍ବେ ଓ-ପଜିଟିଭ୍‌ ରକ୍ତ ବିଷୟରେ କହିଥିଲେ। ଏଣୁ ସେ ଆଉ ରକ୍ତ ଦେଉ ନ ଥିଲେ। କେବଳ ଏଭଳି ଆବଶ୍ୟକ ସ୍ଥଳେ ହିଁ ରକ୍ତ ଦିଅନ୍ତି ।
କ’ଣ ଏହି ବମ୍ବେ ଓ-ପଜିଟିଭ୍‌ ରକ୍ତ-ଭାରତରେ ଏହି ରକ୍ତ ଗ୍ରୁପ୍‌ ବିରଳ । ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କ ଭିତରୁ ଜଣକ ପାଖରେ ଏହି ରକ୍ତ ଦେଖିବାକୁ ମିଳିଥାଏ । ୧୯୫୨ରେ ବମ୍ବେରେ ଏହି ରକ୍ତ ପ୍ରଥମ ଥର ପାଇଁ ଦେଖାଦେଇଥିଲା । ଏଣୁ ‘ବମ୍ବେ ଓ-ପଜିଟିଭ୍‌’ ବୋଲି ଏହାର ନାମ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri