ପ୍ରଶାସନର ହସ୍ତକ୍ଷେପ ପରେ ନ୍ୟାୟ ପାଇଲେ ବୃଦ୍ଧ ଦମ୍ପତି

ଆନନ୍ଦପୁର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିଛି। ଆନନ୍ଦପୁର ଥାନା ଅଧୀନ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ପରୀକ୍ଷିତ ବେହେରା(୭୮) ଏବଂ ସ୍ତ୍ରୀ ଶାନ୍ତିଲତାଙ୍କର ତିନି ଝିଅ ଓ ଗୋଟିଏ ପୁଅ। ଝିଅମାନଙ୍କର ବିବାହ ପରେ ପୁଅର ବିବାହ କରାଇଥିଲେ। ପୁଅ ରତିକାନ୍ତ ବିବାହ କରିବା ପରେ ସ୍ତ୍ରୀଙ୍କୁ ଧରି ଅଲଗା ରହୁଥିଲେ। ଫଳରେ ବୃଦ୍ଧ ମା’ବାପା ଅସହାୟ ଅବସ୍ଥାରେ ଦିନ କାଟୁଥିଲେ। ଏପରିକି ପୁଅ ରତିକାନ୍ତ ଭତ୍ତା କରାଇଦେବା ବାହାନାରେ ମା’ବାପାଙ୍କ ଦସ୍ତଖତ ନେଇ ସେମାନଙ୍କର ଭିଟାମାଟିକୁ ବିକ୍ରି କରିଦେଇଥିଲେ। ଅସହାୟ ମା’ ବାପା ଭିଟାମାଟି ଛାଡ଼ି ଏଣେତେଣେ ବୁଲିବା ସହିତ ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ପରେ ଦୁଇ ବର୍ଷ ହେବ ଅସହାୟ ମା’ ବାପା ଫକୀରପୁର ଠାରେ ଥିବା ଏକ ମଠରେ ଜୀବନ ଅତିବାହିତ କରିଆସୁଥିଲେ। ଘଟଣା ଜଣାପଡ଼ିବା ପରେ ଉପଖଣ୍ଡ ପ୍ରଶାସନ ହସ୍ତକ୍ଷେପ କରିଥିଲା। ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଓ ସାମାଜିକ ସୁରକ୍ଷା ଅଧିକାରୀ ଡ.ଶମ୍ଭୁନାଥ ରାଉତ ସରକାରୀସ୍ତରରେ ବୃଦ୍ଧଦମ୍ପତିଙ୍କ ପାଇଁ ଭତ୍ତା ଏବଂ ରାଶନକାର୍ଡ ମାଧ୍ୟମରେ ଆବଶ୍ୟକ ଚାଉଳ ଯୋଗାଇ ଦେବାକୁ ଉଦ୍ୟମ କରିଥିଲେ। ଏହା ସହିତ ଶିବନାରାୟଣପୁର ଗ୍ରାମବାସୀ ଉଭୟ ଅସହାୟ ବୃଦ୍ଧା ଓ ବୃଦ୍ଧଙ୍କୁ ଧରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କର ଝିଅ, ଜ୍ୱାଇଁ, ପୁଅ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ଏକ ବୈଠକରେ ଆଲୋଚନା କରାଯାଇ ପୁଅ ରତିକାନ୍ତ ବୃଦ୍ଧ ମା’ ବାପାଙ୍କ ଭରଣପୋଷଣ ନିମନ୍ତେ ମାସିକ ୨ ହଜାର ଟଙ୍କା ଦେବାକୁ ସହମତି ପ୍ରକାଶ କରିଥିଲେ। ଅବଶିଷ୍ଟ ଜୀବନ ଉଭୟ ବୃଦ୍ଧା ଦମ୍ପତି ସାନ ଜ୍ୱାଇଁଙ୍କ ନିକଟରେ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ଉପଜିଲାପାଳ ସାହୁ ସମସ୍ତଙ୍କୁ ବୁଝାସୁଝା କରିବା ସହିତ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri