Posted inଜାତୀୟ

ପ୍ରଲୋଭନ ନଚେତ୍‌ ଜେଲ ଭୟ

କୋଲକାତା,୨୨ା୭(ପି.ଟି.): ଭାଜପା କର୍ନାଟକ ସୂତ୍ର ପ୍ରୟୋଗ କରି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଶୈଳୀରେ ଘୋଡ଼ାବେପାର ଉଦ୍ୟମ ଚଳାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକମାନଙ୍କୁ ଅର୍ଥ ଓ ଅନ୍ୟ ପ୍ରଲୋଭନ ଦେଖାଇ କିଣିବାକୁ ଉଦ୍ୟମ ଚଳାଇଛି। ଯେଉଁ ବିଧାୟକମାନେ ଭାଜପାରେ ଯୋଗଦେବାକୁ ମଙ୍ଗୁନାହାନ୍ତି, ସେମାନଙ୍କୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଜରିଆରେ ବ୍ଲାକ୍‌ମେଲିଂ କରାଯାଉଛି। ଟିଏମ୍‌ସି ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫସାଇ ଜେଲ୍‌ରେ ପୂରାଇବାକୁ ଧମକ ଦିଆଯାଉଛି ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ଶହୀଦ ଦିବସ ପାଳନ ଅବସରରେ ଟିଏମ୍‌ସି ସୁପ୍ରିମୋ ମମତା ଭାଜପା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କ୍ଷମତା ଅକ୍ତିଆର ପାଇଁ ଗୈରିକ ଦଳ ସବୁଠି ଘୋଡ଼ାବେପାର କରୁଛି। କର୍ନାଟକର ଘୋଡ଼ାବେପାର ମଡେଲ ପଶ୍ଚିମବଙ୍ଗରେ ମଧ୍ୟ ଆପଣେଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଟିଏମ୍‌ସି ନେତାମାନଙ୍କୁ ସମନ କରୁଛନ୍ତି। ଭାଜପାରେ ମିଶ, ନଚେତ ଜେଲ୍‌ ଯାଅ ବୋଲି ତଦନ୍ତକାରୀ ଅଧିକାରୀମାନେ ଭୟ ଦେଖାଉଛନ୍ତି। ଭାଜପା ପକ୍ଷରୁ ଟିଏମ୍‌ସି ବିଧାୟକମାନଙ୍କୁ ଜଣପିଛା ୨ କୋଟି ଟଙ୍କା ଓ ଗୋଟିଏ ଲେଖାଏ ପେଟ୍ରୋଲ ପମ୍ପ୍‌ର ପ୍ରଲୋଭନ ଦେଖାଯାଉଛି। ଗ୍ରାମସଭା ସ୍ତରରେ ୨୦ ଲକ୍ଷ ଟଙ୍କାର ଲୋଭ ଦେଖାଯାଉଛି। କର୍ନାଟକ ଭଳି ସବୁଠି ଘୋଡ଼ାବେପାର କରି କ୍ଷମତା ହାସଲର ଉଦ୍ୟମ ଚାଲିଛି। ଭାଜପା ସବୁକିଛି କିଣିପାରିବ ବୋଲି ମନେକରୁଛି। ଗରିବଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବାବେଳେ ଭାଜପା ନେତାମାନେ ବିପୁଳ କମିଶନ ଖାଇଛନ୍ତି। ଭାଜପା ଯେତିକି କଳାଧନ ହଡ଼ପ କରିଛି ତାହା ଫେରସ୍ତ କରିବା ଦାବିରେ ଟିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମମତା ଚେତାବନୀ ଦେଇଛନ୍ତି। ତେବେ ଘଣ୍ଟାଏ ଧରି ଦେଇଥିବା ଭାଷଣରେ ମମତା କୌଣସି ଭାଜପା ନେତାଙ୍କ ନାମ ଧରି ନ ଥିଲେ। ଭାଜପା ଇଭିଏମ୍‌ ଜାଲିଆତି କରି ୨୦୧୯ ସାଧାରଣ ନିର୍ବାଚନ ଜିତିଛି। ଏହି ନିର୍ବାଚନ ଇତିହାସ ନୁହେଁ, ବରଂ ଏକ ରହସ୍ୟ। ନିର୍ବାଚନ କମିଶନ (ଇସି) ଇଭିଏମ୍‌ ବଦଳରେ ବାଲଟ୍‌ ପେପର ଜରିଆରେ ନିର୍ବାଚନ କରାନ୍ତୁ। କେନ୍ଦ୍ରରେ ଭାଜପା ସରକାର ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ତିଷ୍ଠିପାରିବ ନାହିଁ। ସୁରୁଖୁରୁରେ ପାର୍ଲାମେଣ୍ଟ ଚାଲିବା କ୍ଷମତାସୀନ ଦଳର ନୁହେଁ, ବରଂ ବିରୋଧୀ ଦଳଗୁଡ଼ିକର ଶ୍ରେୟ। ଲୋକ ସଭାର ୪୨ ଆସନରୁ ମାତ୍ର ୧୮ଟି ଦଖଲ କରି ଭାଜପା ଏପରି ବ୍ୟବହାର କରୁଛି ଯେମିତିକି ଏହି ଦଳ ସମଗ୍ର ପଶ୍ଚିମବଙ୍ଗକୁ ଜିତିଯାଇଛି। ସିପିଆଇଏମ୍‌ ଏବଂ କଂଗ୍ରେସର ପ୍ରତ୍ୟାଖ୍ୟାତ ନେତା ଓ ଗୁଣ୍ଡାଙ୍କୁ ନେଇ ଚଳୁଥିବା ଭାଜପା ଏକ ପରଜୀବୀ ବୋଲି ମମତା କଡ଼ା ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୧୯୯୩ ଜୁଲାଇ ୨୧ରେ ବାମ ସାମ୍ମୁଖ୍ୟ ସରକାର ବିରୋଧରେ ବିକ୍ଷୋଭ କରୁଥିବାବେଳେ ପୋଲିସ ଗୁଳିରେ ଯୁବକଂଗ୍ରେସର ୧୩ କର୍ମୀ ପ୍ରାଣ ହରାଇଥିଲେ। ମମତା ସେତେବେଳେ ଯୁବକଂଗ୍ରେସ ନେତା ଥିବାରୁ ଟିଏମ୍‌ସି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଲୋକେ ଯେପରି ଯୋଗଦେଇ ନ ପାରିବେ ସେଥିଲାଗି ରେଲଓ୍ବେ ପକ୍ଷରୁ ଅନେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିଦିଆଯାଇଛି ବୋଲି ମମତା ସମାଲୋଚନା କରିଛନ୍ତି। ଲୋକ ସଭା ନିର୍ବାଚନ ପରେ ଏହା ହେଉଛି ମମତାଙ୍କ ପ୍ରଥମ ବଡ଼ଧରଣର ରାଲି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri