Posted inରାଜ୍ୟ

ପ୍ରବାସୀଙ୍କୁ ଫେରିବାକୁ ଦିଅ: ନଚେତ୍‌ ସୃଷ୍ଟି ହୋଇପାରେ ମାନବୀୟ ସଙ୍କଟ

ଭୁବନେଶ୍ୱର,୧୦।୫(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶନିବାର ଏହି ଲକ୍‌ଡାଉନ୍‌କୁ ୪୬ ଦିନ ପୂରିଛି। ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଅସହାୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କର ଜୀବିକା ଉଦ୍ଦେଶ୍ୟରେ ଯାଇଛନ୍ତି। ସେହିପରି ଅନ୍ୟ କେତେଜଣ ଛାତ୍ରୀଛାତ୍ର, ରୋଗୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୫ରୁ ୩୦ ପ୍ରତିଶତ ଲୋକ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ସେମାନଙ୍କୁ ଫେରିବାକୁ ଅନୁମତି ଦିଆ ନ ଗଲେ ଭୟଙ୍କର ମାନବୀୟ ସମସ୍ୟା ସୃଷ୍ଟି ହେବ। ଆବେଗିକ ଦୁର୍ବଳତା, କରୋନା ଭୟ ଏବଂ ଆତ୍ମୀୟସ୍ବଜନଙ୍କ ପାଖରେ ରହିବାର ଇଚ୍ଛା ନେଇ ସେମାନେ ଫେରିବାକୁ ଚାହୁଁଛନ୍ତି। ସେହି ଲୋକମାନେ ନିକଟ ଭବିଷ୍ୟତରେ ଆର୍ଥିକ ଅନିଶ୍ଚିତତା ଦେଇ ଗତି କରିବା ଆଶଙ୍କା ରହିଛି। ଯେଉଁମାନେ କିଛି ସମୟ ପାଇଁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆସିବାକୁ ଦିଆଯିବା ଉଚିତ। ସେମାନେ ହେଉଛନ୍ତି ଓଡ଼ିଆ ଲୋକ । ସରକାର ଏବଂ ସମାଜ ସେମାନଙ୍କୁ ଫେରିବାକୁ ଅନୁମତି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ କଳକାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅପେକ୍ଷା କରି ରହିଛନ୍ତି। ସେମାନେ ନିଜର ଜୀବିକାକୁ ବଞ୍ଚାଇ ପାରିବେ। ୨୦୨୦ ମେ ପହିଲାରୁ ଶ୍ରମିକ, ଛାତ୍ରୀଛାତ୍ରମାନଙ୍କୁ ଟ୍ରେନ୍‌ ଓ ବସ୍‌ରେ ଫେରିବାକୁ ଆଇନତଃ ଅନୁମତି ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ନିଜ ରାଜ୍ୟକୁ ଯିବା ପାଇଁ ଅଟକାଯାଇ ପାରିବ ନାହିଁ ବୋଲି ମେ ୮ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କାରଣରୁ ଆଇନଗତ ଓ ମାନସିକ ସ୍ତରରେ ସରକାର ସେମାନଙ୍କୁ ଗ୍ରହଣ କରିବାକୁ ବାଧ୍ୟ। ଯଦି ଏବେ ସେମାନଙ୍କୁ ଆସିବାକୁ ଦିଆ ନ ଯିବ ତେବେ ଏହା ଏକ ମାନବୀୟ ସମସ୍ୟାର ରୂପନେବ। ଲୋକମାନେ ରେଳଧାରଣା, ରାସ୍ତାରେ ଚାଲିଚାଲି ଓ ସାଇକେଲ ଯୋଗେ ଆସିବାକୁ ବାଧ୍ୟ ହେବେ। ବାହାର ରାଜ୍ୟରୁ ଲୋକମାନେ ଆସିବା ଆଶଙ୍କା କରି ରାଜ୍ୟ ସରକାର ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ୬୭୦୦ ପଞ୍ଚାୟତ ଏବଂ ୧୧୪ ପୌରାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ଏହାସହ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ୨୮ ଦିନିଆ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ବାଧ୍ୟମୂଳକ ପଞ୍ଜୀକରଣ ବ୍ୟବସ୍ଥା ହୋଇଛି। ଅନ୍ୟ ରାଜ୍ୟରୁ ଆସୁଥିବା ବସ୍‌, ଟ୍ରେନ୍‌ଗୁଡିକ ଉପରେ ଲଗାତର ନଜର ରଖାଯାଇଛି। ପହଞ୍ଚିବା ମାତ୍ରେ ସେମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଉଛି। ଯେଉଁମାନେ ରାଜ୍ୟର ସୀମା ଦେଇ ବସ୍‌ ଯୋଗେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ନିଜ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଫଠାଯାଉଛି। କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ଖାଇବା ପିଇବା ସହିତ ଯେଉଁମାନେ ସଫଳତାର ସହ ଅବଧି ଶେଷ କରିବେ ସେମାନଙ୍କୁ ୨ ହଜର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ସରକାର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ଆଦି ରାଜ୍ୟରୁ ସେହି ଲୋକମାନେ ଆସୁଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେମାନଙ୍କ ମଧ୍ୟରୁ କେତେକ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ଯୋଗୁ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବାରୁ ଏହା କୌଣସି ଚିନ୍ତାର କାରଣ ନୁହେଁ। ଲୋକମାନଙ୍କ ସହଯୋଗରେ ସରକାର ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ସମସ୍ତ ବାହାର ରାଜ୍ୟ ଫେରନ୍ତାଙ୍କୁ କଡାକଡି ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି । ରାଜ୍ୟ ସରକାର ପ୍ରଥମ ତିନୋଟି ପର୍ଯ୍ୟାୟକୁ ସଫଳତାର ମୁକାବିଲା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା ୭ ଜଣଙ୍କ ଠାରେ କରୋନା ପଜିଟିଭ ଠାବ କରାଯାଇଥିଲା। ସେହିପରି ଦିଲ୍ଲୀର ନିଜାମୁଦ୍ଦିନ ଫେରାନ୍ତଙ୍କ ମଧ୍ୟରୁ ୪୧ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ଫେରିଥିବା ଲୋକମାନଙ୍କ ମଧ୍ୟରୁ ୧୧୩ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ତେବେ ଏହି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରୁ ଓଡ଼ିଆମାନେ ଫେରୁଛନ୍ତି। ସରକାର ଏବଂ ସମାଜ ଦ୍ୱାରା ଏହାକୁ ମଧ୍ୟ ଖୁବ୍‌ ସଫଳତାର ସହ ପରିଚାଳନା କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri