ପ୍ରବାସୀଙ୍କୁ ନେଇ ଖବର ସଂଗ୍ରହ ବେଳେ କରୋନା ସତର୍କତାକୁ ମାନୁନାହାନ୍ତି ଗଣମାଧ୍ୟମ ପ୍ରତିନିଧି: ପରାମର୍ଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୯।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ବିଷୟରେ ଖବର ସଂଗ୍ରହ ବେଳେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବାକୁ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନାନାମା ଜାରି କରିଛନ୍ତି। କେତେକ ଗଣମାଧ୍ୟମ ପ୍ରତିନିଧି ପ୍ରବାସୀ ଫେରନ୍ତା ସମ୍ବନ୍ଧୀୟ ଖବର ସଂଗ୍ରହ କରିବାବେଳେ ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଏହା ସେ ନିଜେ ଦେଖିଥିବା ଜିଲାପାଳ କହିଛନ୍ତି। ଏଥିଲାଗି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ସୂଚନାନାମା ଜାରି ହୋଇଛି।

ଏଥିରେ ଜ଼ିଲାପାଳ କହିଛନ୍ତି, ବହୁ ସଂଖ୍ୟାରେ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟରେ ଅଛନ୍ତି। ଟ୍ରେନ, ବସ୍‌, ସାଇକେଲ କିମ୍ବା ଚାଲି ଚାଲି ସେମାନେ ଜ଼ିଲାକୁ ଫେରିବାରେ ଲାଗିଛନ୍ତି। ସେମାନେ ହଟସ୍ପଟ ଅଞ୍ଚଳରୁ ଆସୁଛନ୍ତି। ଏପରକି ଅନେକ ସନ୍ଦିଗ୍ଧ ମଧ୍ୟ ଅନ୍ୟ ରାଜ୍ୟରୁ ଗଞ୍ଜାମକୁ ଫେରିବା ମଧ୍ୟରେ ଅଛନ୍ତି। ଏଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଜେ ସାବଧାନତା ଓ ପ୍ରତିଷେଧକମୂଳକ ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା, ସାନିଟାଇଜର ଓ ଗ୍ଳୋବ୍ସ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଜ଼ିଲ୍ଲାପାଳ ଉକ୍ତ ସୂଚନାନାମାରେ ପରାମର୍ଶ ଦେଇଛନ୍ତି। କ୍ୱାରାଣ୍ଟାଇନ ସେଣ୍ଟର ୟକୁ ଯିବା ଏବଂ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମତାମତ ନେବାରୁ ଦୁରେଇ ରହିବାକୁ ଜ଼ିଲାପାଳ କହିଛନ୍ତି। ଏପରିକି କୌଣସି କୋଭିଡ୍‌ ହସ୍ପିଟାଲକୁ ଯାଆନ୍ତୁ ନାହିଁ । କୌଣସି ଭୟ ଓ ଆତଙ୍କକୁ ପ୍ରତ୍ୟାଖ୍ୟାନ କରିବାରେ ଗଣମାଧ୍ୟମର ବହୁଳ ଭାବରେ ଦାୟିତ୍ୱ ରହିଛି। ଭୟଙ୍କର କରୋନାଠାରୁ ନିଜେ, ନିଜ ପରିବାର ଏବଂ ସମାଜକୁ ମଧ୍ୟ ରକ୍ଷା କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri