ପ୍ରବାସୀ ସାଜିବେ ଭୂତାଣୁ ବାହକ

ଓ୍ବାଶିଂଟନ,୧୩ା୪: ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନେ କରୋନା ଭାଇରସ୍‌ ବାହକ ହୋଇପାରନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ନ ଥିବା ନିଜ ଗ୍ରାମ ଓ ଅନ୍ୟ ସ୍ଥାନରେ ସେମାନେ ବାଣ୍ଟିପାରନ୍ତି ଘାତକ ଭୂତାଣୁ। ବିଶ୍ୱବ୍ୟା ପକ୍ଷରୁ ରବିବାର ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ସୂଚାଉଛି ଯେ, ପ୍ରବାସୀମାନେ ଯେଉଁ ଅଞ୍ଚଳକୁ ଫେରୁଛନ୍ତି ସେଠାରେ ପ୍ରଥମ କରି କୋଭିଡ୍‌-୧୯ ମାମଲା ଦେଖିବାକୁ ମିଳିଛି ଏବଂ ମିଳିବା ଆଶଙ୍କା ମଧ୍ୟ ରହିଛି। ସବୁଠାରୁ ଅସୁରକ୍ଷିତ ଲୋକ ତଥା ବସ୍ତିବାସିନ୍ଦା, ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ସହଜ ବୋଲି ଉକ୍ତ ରିପୋର୍ଟରେ ସତର୍କ କରିଦିଆଯାଇଛି।
ବିଶ୍ୱବ୍ୟାଙ୍କର ଦ୍ୱିବାର୍ଷିକ ଆଞ୍ଚଳିକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ଦକ୍ଷିଣ ଏସିଆ ବିଶେଷକରି ଏହାର ସହରାଞ୍ଚଳ ହେଉଛି ସର୍ବାଧିକ ଜନସଂଖ୍ୟା ସାନ୍ଧ୍ରତା ଅଞ୍ଚଳ। ଏହି ଅଞ୍ଚଳରେ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱବ୍ୟାଙ୍କ କହିଛି ଯେ, ଲକ୍‌ଡାଉନ ନୀତି ଉପମହାଦେଶରେ କୋଟି କୋଟି ପ୍ରବାସୀଙ୍କୁ ପ୍ରଭାବିତ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ। ଏବେ ସେମାନଙ୍କ ପାଇଁ ସହରାଞ୍ଚଳରେ କାମଧନ୍ଦା ନାହିଁ। ତେଣୁ ସହରରେ ଭୋକଉପାସରେ ରହିବା ଅପେକ୍ଷା ଶହ ଶହ କିଲୋମିଟର ଦୂରସ୍ଥ ନିଜ ଗ୍ରାମକୁ ଫେରିବାକୁ ସେମାନେ ପସନ୍ଦ କରୁଛନ୍ତି। ଭାରତ, ବାଂଲାଦେଶ ଏବଂ ପାକିସ୍ତାନରେ ଆଭ୍ୟନ୍ତରୀଣ ଯାତ୍ରୀ ପରିବହନକୁ ସ୍ଥଗିତ ରଖିବାକୁ ଘୋଷଣା ଏବଂ ଏହାର କାର୍ଯ୍ୟକାରିତା ମଧ୍ୟରେ ସମୟ ଗୋଟିଏ ଦିନରୁ କମ୍‌ ଥିଲା। ଫଳରେ ପ୍ରବାସୀମାନେ ନିଜ ଗ୍ରାମକୁ ଫେରିବା ନେଇ ବିଭ୍ରାଟ ସୃଷ୍ଟି ହୋଇଥିଲା। ଭିଡ଼କୁ ଏଡ଼ାଇବା ଏବଂ ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇପଡ଼ିଥିଲା। ବହୁଲୋକ କୌଣସି ଉପାୟ ନ ପାଇ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ହେଲେ ନିଜ ଗଁା ଅଭିମୁଖେ ଏଭଳି ଗଣପଳାୟନ କରୋନା ଭାଇରସ୍‌ର ବାହକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଆମେରିକା ଓ ଚାଇନା ତୁଳନାରେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଜନସଂଖ୍ୟା ଦକ୍ଷିଣ ଏସିଆରେ କମ୍‌, ଯାହାକି ସାମାନ୍ୟ ଆଶ୍ୱସ୍ତିର ବିଷୟ। ଏହାଦ୍ୱାରା ମୃତ୍ୟୁସଂଖ୍ୟା ସୀମିତ ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତଥାପି ପରିବାରର ସଦସ୍ୟ ସଂଖ୍ୟା ଅଧିକ। ସେହିପରି ଅନ୍ୟ ଦେଶଗୁଡ଼ିକ ପରି ଆବଶ୍ୟକ ଚିକିତ୍ସା ଉପକରଣ ତଥା ସାନିଟାଇଜର, ମାସ୍କ ଏବଂ ଭେଣ୍ଟିଲେଟର ନାହିଁ। ଆମଦାନୀ ହେଉଥିବା ମେଡିକାଲ ସାମଗ୍ରୀର ଅଭାବ ରହୁଥିବାରୁ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ଘରୋଇ ସାମଗ୍ରୀ ଗଚ୍ଛିତ ରଖିବାକୁ ପଡ଼ୁଛି। ଭାରତର ଯେଉଁ ଅଞ୍ଚଳକୁ ବହୁସଂଖ୍ୟାରେ ପ୍ରବାସୀ ସ୍ଥାନାନ୍ତର ହୋଇଛନ୍ତି ସେଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ। ଏହାକୁ ଦୃଷ୍ଟିରେ ରଖି ସରକାର ସେହି ଅଞ୍ଚଳ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri