ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଗଛ ତଳେ ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୯।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରାୟ ଦେଢ଼ମାସ ହେଲା ଲକ୍‌ଡାଉନ କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଏଥିରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି। ଶନିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୧୩ ଜଣ ଶ୍ରମିକ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଫେରଥିବା ଦେଖିବାକୁ ମିଳିଥିଲା। ବାଟରେ ସେମାନେ ବରଗଡ଼ ସହର ଉପକଣ୍ଠ ସରସରା ଛକ ନିକଟ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ଶ୍ରମିକମାନେ ବିଶାଖାପାଟଣାରେ ରହି ସେଠାରେ ପାଣି ଟ୍ୟାଙ୍କର କାରଖାନାରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ସେଠାରେ କାମ ବନ୍ଦ ହୋଇ ଯାଇଥିଲା। ଅନ୍ୟପକ୍ଷେ କାରଖାନା କର୍ତ୍ତୃପକ୍ଷ ମଧ୍ୟ ସେଠାରେ ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରି ନ ଥିଲେ । ଫଳରେ ସେମାନେ ୯ଦିନ ତଳୁ ସେଠାରୁ ଚାଲି ଚାଲି ଆସୁଛନ୍ତି ଏବଂ କ୍ଲାନ୍ତ ଅନୁଭବ କରିବାରୁ ସେହି ଗଛମୂଳେ ଆଶ୍ରୟ ନେଇଥିବା କହିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ରାଜେଶ ପ୍ରଧାନଙ୍କ ନଜରରେ ସେମାନେ ଆସିବାରୁ ସେ ନିଜ ସାଙ୍ଗସାଥୀଙ୍କ ସହିତ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।
ଏଭଳି ପଥଚାରୀ ପ୍ରବାସୀ ଶ୍ରମିକଙ୍କ ପ୍ରତି କେତେକ ପ୍ରଶାସନିକ ଅଧିକାରୀ ମଧ୍ୟ ଚେଇଁ ଶୋଇ ରହିଥିବା ପରିଲକ୍ଷିତ ହୋଇଛି। ସେମାନଙ୍କ ଉପରେ ସୂଚନା ଦେଲେ ସୁଦ୍ଧା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରରେ ଆଶାନୁରୂପ ତତ୍ପରତା ପ୍ରକାଶ ପାଉନାହିଁ। ଅପରପକ୍ଷେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ପ୍ରବାସୀ ଶ୍ରମିକଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ବିଜେପୁର ଅଞ୍ଚଳରେ ଜିଲାର ପାଇକମାଳ ଅଞ୍ଚଳକୁ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ସେଠାକାର ବିଡ଼ିଓ ଏକ ସରକାରୀ ବସ୍‌ରେ ପଠାଇଥିଲେ । ସେହିପରି ଗାଇସିଲେଟ ବ୍ଲକ ତାଲପାଲି ଅଞ୍ଚଳରୁ ମଧ୍ୟ ଗାଡ଼ି ଯୋଗେ ଅନ୍ୟ କିଛି ଶ୍ରମିକଙ୍କୁ ଛତିଶଗଡ଼ ପଠାଯାଇଥିଲା। ହେଲେ ଢ଼େଙ୍କାନାଳରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ ଶ୍ରମିକ ବରଗଡ଼ ଜିଲା ହେଡ଼କ୍ବାର୍ଟର୍ସ ଦେଇ ଯାଇଥିଲେ ସୁଦ୍ଧା ସେମାନଙ୍କ ପାଇଁ କେହି ଗାଡ଼ି ବ୍ୟବସ୍ଥା କରି ନ ଥିଲେ। ଶେଷରେ ଭଟଲିରେ ସେଠାକାର ସ୍ବେଚ୍ଛାସେବୀମାନେ ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri