ଖପ୍ରାଖୋଲ, ୧୦ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରିବା ଲାଗି ରହିଛି। ବ୍ଲକରୁ ୧୪ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରିବା ଆଶା କରାଯାଉଥିବାବେଳେ ଏଯାଏ ପ୍ରାୟ ୯ହଜାର ପଞ୍ଜୀକରଣ କରିଥିବା ଜଣାପଡିଛି। ହେଲେ ପ୍ରବାସୀମାନେ ଫେରିଲା ପରେ ସେମାନଙ୍କ ସଙ୍ଗରୋଧକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି। ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ହେଲେ ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଗଞ୍ଜାମ, କଟକ, ପୁରୀ, ରାୟଗଡା ପ୍ରଭୃତି ଜିଲାରୁ ବହୁ ସଂଖ୍ୟାରେ ଶ୍ରମିକ ବିଭିନ୍ନ ଗାଡିରେ ଫେରୁଛନ୍ତି। ପ୍ରଶାସନ ତରଫରୁ ଗାଡି ଯୋଗେ ଛକମାନଙ୍କରୁ ନିଜ ଘରକୁ ସେମାନଙ୍କୁ ଛଡାଯାଉଛି। ହେଲେ ରାଜ୍ୟ ଭିତରୁ ଫେରୁଥିବା ପ୍ରବାସୀଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ କହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। ପଞ୍ଚାୟତମାନଙ୍କରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରମାନ ଖୋଲା ଯାଇଥିବାବେଳେ ସେଠାରେ କାହିଁକି ରଖା ଯାଉ ନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଏପରିକି ଗାଁରେ ସଂକ୍ରମଣ ଭୟରେ ସ୍ଥାନବିଶେଷରେ ପ୍ରବାସୀଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନ ନାକେଦମ୍ ହେଲାଣି। ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କୁଲିହାମୁଣ୍ଡା ଗାଁରେ ପ୍ରବାସୀଙ୍କ ଘରେ ସଙ୍ଗରୋଧକୁ ନେଇ ସରପଞ୍ଚ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପରେ ଏହାର ସମାଧାନ ହୋଇଥିଲା। ସେହିପରି ସାନଉଡେନ, ଅନକାମରା, ଛିନ୍ଦବାହାଲି ପ୍ରଭୃତି ଗାଁରେ ମଧ୍ୟ ପ୍ରବାସୀଙ୍କୁ ସ୍କୁଲ ଘରେ ରହିବାକୁ କୁହାଯାଉଥିବା ଜଣାଯାଇଛି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ରାଜ୍ୟ ଭିତରର ପ୍ରବାସୀ ଶ୍ରମିକଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିବା ବ୍ୟବସ୍ଥା କରାଯାଉଛି। କେତେକ ସ୍ଥାନରେ ଲୋକେ ସମସ୍ତଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିବା ପାଇଁ ଦାବି କରଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ବୁଝାସୁଝା ଚାଲିଛି ବୋଲି ସେ କହିଛନ୍ତି।
ପ୍ରବାସୀ ଫେରନ୍ତା ସଙ୍ଗରୋଧକୁ ନେଇ ଦ୍ୱନ୍ଦ୍ୱ, ଲୋକଙ୍କୁ ବୁଝାଇବାରେ ପ୍ରଶାସନ ନାକେଦମ୍
Posted inଆମ ଜିଲା ଖବର, ବଲାଙ୍ଗୀର View All
ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ
ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...
ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…
ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...
ପିକ୍ନିକ୍ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…
ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍ନିକ୍ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...
୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ
ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...
ହାତୀକୁ ଖାଦ୍ୟରେ ବିସ୍ଫୋରକ
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...
କ୍ରିକେଟ କପ୍: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
Archives


