ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରି ଅପମୃତ୍ୟୁର ରୂପ ଦେଇଥିଲେ। ଘଟଣାରେ ପୋଲିସ ଉଭୟ ହତ୍ୟାକାରୀଙ୍କୁ ବୁଧବାର ଗିରଫ କରିଥିଲା। ସେମାନେ ହେଲେ ମିତା କୁମାରୀ ସାହୁ (୨୫) ଓ ତାଙ୍କ ପ୍ରେମିକ ଭବାନୀପାଟଣାର ସରୋଜ ମହାରଣା (୨୯)। ଉଭୟ ଅଭିଯୁକ୍ତଙ୍କୁ ଜେରା ବେଳେ ସେମାନେ ପ୍ରଫୁଲ୍ଲଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ମାମଲା ନମ୍ବର ୧୯/୨୦ ରେ ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରଫଲ୍ଲଙ୍କୁ ହତ୍ୟା ବେଳେ ଉଭୟ ଅଭିଯୁକ୍ତ ଘଟଣା ପରେ ଲୁଚାଇ ରଖିଥିବା ରକ୍ତଭିଜା ଲୁଗାପଟା ଗୁରୁବାର ପୋଲିସ ଜବତ କରିଛିି। ସେହି ରକ୍ତଭିଜା କପଡାଗୁଡିକୁ କ୍ଲିନିକାଲ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ ପଠାଯିବ ବୋଲି ପୋଲିସ କହିଛିି।
ପ୍ରକାଶ, ପ୍ରଫୁଲ୍ଲ ଠିକାଦାର ଭାବେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ମିତା ଲାଞ୍ଜିପଲ୍ଲୀସ୍ଥିତ ଏକ ସଂସ୍ଥାରେ କାମ କରୁଥିଲେ। ମିତା କୌଣସି କାମରେ ଭୁବନେଶ୍ୱର ବସ୍‌ରେ ଯାଉଥିବା ବେଳେ ସେଥିରେ କଣ୍ଡକ୍ଟର କାମ କରୁଥିବା ସରୋଜଙ୍କ ସହ ତାଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସରୋଜ ସୁକୁଣ୍ଡା ଆସି ପ୍ରଫୁଲ୍ଲଙ୍କ ଘରେ ଅଧିକାଂଶ ଦିନ ରହୁଥିଲେ। ମିତା ତାଙ୍କ ସ୍ବାମୀଙ୍କୁ ସରୋଜ ମୋର ଧରମଭାଇ ବୋଲି ପରିଚୟ ଦେଇଥିଲେ। ହେଲେ ପ୍ରଫୁଲ୍ଲଙ୍କ ଉପସ୍ଥିତିରେ ସରୋଜ ତାଙ୍କ ଘରେ ମିତାଙ୍କ ସହ ରହୁଥିବା ଯୋଗୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା। ମିତା ଓ ସରୋଜଙ୍କ ଏହି ସମ୍ପର୍କକୁ ସହଜରେ ପ୍ରଫୁଲ୍ଲ ଗ୍ରହଣ କରିପାରୁ ନ ଥିଲେ। ମଙ୍ଗଳବାର ଅପରାହ୍ନରେ ପ୍ରଫୁଲ୍ଲ ତାଙ୍କ ମା’ଙ୍କୁ ଚିକିଟିରେ ରହୁଥିବା ଭଉଣୀ ଘରେ ଛାଡ଼ିି ବ୍ରହ୍ମପୁର ଫେରିଥିଲେ। ରାତି ପ୍ରାୟ ୯ଟା ବେଳେ ପ୍ରଫୁଲ୍ଲ ଘରକୁ ଫେରିବା ବେଳେ ଘର ଭିତରେ ସରୋଜ ଓ ମିତା ଥିବା ଦେଖି ସେ ଝଗଡା କରିଥିଲେ। ଏଥିରେ ମିତା ଉତ୍‌କ୍ଷିପ୍ତ ହୋଇ ସରୋଜଙ୍କ ସହାୟତାରେ ପ୍ରଫୁଲ୍ଲଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ତଳେ ପକାଇ ଦେଇଥିଲେ। ପରେ ଉଭୟ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।
ଭିତରେ ପ୍ରଚୁର ରକ୍ତ ପଡିଥିବା ଦେଖି ମିତା ଏକ ଚୁନି ସାହାଯ୍ୟରେ ତାକୁ ପୋଛିଥିଲେ। ପରେ ରକ୍ତ ଭିଜା ଚୁନି ଓ ଉଭୟଙ୍କ ରକ୍ତଭିଜା ପୋଷାକକୁ ଘର ପଛପଟେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲଙ୍କ ଦେହ ଖରାପ ଅଛି ବୋଲି ମିତା ତାଙ୍କ ଭାଇଙ୍କୁ ଡାକିଥିଲେ। ତାଙ୍କ ଭାଇ ଗାଡି ଧରି ପହଞ୍ଚିବା ପରେ ସେହି ଗାଡ଼ିରେ ପ୍ରଫୁଲ୍ଲଙ୍କୁ ମଝିରେ ବସାଇ ପଛରେ ସରୋଜ ବସି ତାଙ୍କୁ ଏମ୍‌କେସିଜି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମିତା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ଘରେ ଖାଦ୍ୟ ଖାଇବା ପରେ ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମିତାଙ୍କ ଅଭିଯୋଗ କ୍ରମେ ପୋଲିସ ୪/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ହେଲେ ପ୍ରଫୁଲ୍ଲ ଭାଇଙ୍କ ଅଭିଯୋଗ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ୧୯/୨୦ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପରେ ଉଭୟ ମିତା ଓ ତାଙ୍କ ପ୍ରେମିକ ସରୋଜଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ଏହି କାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri