ପ୍ରଦର୍ଶନୀ ପଡ଼ିଆ ଏବେ ଜନଜାତି ଗାଁ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଓଡ଼ିଆ ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଙ୍ଗୀତର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଆଦିବାସୀ ସଂସ୍କୃତିର ବିବିଧତା ଆମ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିଛି। ଜନଜାତିଙ୍କ ବିକାଶ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନ ଜୀବିକାର ଉନ୍ନତି ହେଉଛି ମୁଖ୍ୟ ଲକ୍ଷ୍ୟ। ଏ ଦିଗରେ ଆମର ଉଦ୍ୟମ ଜାରି ରହିଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୦କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ମେଳାରେ ଉପଲବ୍ଧ ଜୈବିକ ଦ୍ରବ୍ୟର ଚାହିଦା ବେଶ୍‌ ଅଧିକ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମେଳା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨ଟି ପୁସ୍ତିକା ‘ଆଦିବାସୀ’ ଓ ‘ବନଜା’ର ଉନ୍ମୋଚନ କରିଥିଲେ। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗ ଉପଦେଷ୍ଟା ସୁଜିତ୍‌ କୁମାର, ମୁନ୍ନା ଖାଁ, ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଏସ୍‌.ଆର୍‌. ଯାଦବ ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଯୋଗଦେଇଥିଲେ। ଚଳିତବର୍ଷ ମେଳା ପରିସରକୁ ୮ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ବିଭାଗ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣ ଏବଂ ଚଳିତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ଆଦିବାସୀ କଳାଗ୍ରାମ ରହିଛି। ଏଥର ୨୬୨ ଷ୍ଟଲ୍‌ ନିର୍ମାଣ କରାଯାଇଛି। ଆଦିବାସୀ ଗ୍ରାମରେ ୨୧ ଆଇଟିଡିଏ ଓ ୩ ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କ ୨୪ ପାରମ୍ପରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି। ଆଦିବାସୀ ହାଟର ୩୩ ପିଣ୍ଡିରେ ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ବିଭାଗରେ ୩୯ ଷ୍ଟଲ୍‌ରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯାଉଛି। ସେହିଭଳି ଆଦିବାସୀ ଚିତ୍ରକଳା, କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ୪୨ ଷ୍ଟଲ୍‌ ଖୋଲାଯାଇଛି। ଆଦିବାସୀ କାରିଗରମାନେ କଳାଗ୍ରାମର ୨୭ ଷ୍ଟଲ୍‌ରେ ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି। ୨୪ ଆଦିବାସୀ ଖାଦ୍ୟ ଷ୍ଟଲ୍‌ରେ ୧୪ ରାଜ୍ୟର ଖାଦ୍ୟସାମଗ୍ରୀ ବିକ୍ରି କରାଯାଉଛି। ପ୍ରତ୍ୟହ ସନ୍ଧ୍ୟାରେ ମେଳାରେ ପାରମ୍ପରିକ ନୃତ୍ୟ, ସଙ୍ଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି। ଜାନୁୟାରୀ ୩୧, ଫେବୃୟାରୀ ୧ ଓ ୨ରେ ବିଭିନ୍ନ ରାଜ୍ୟର ଆଦିବାସୀ ନୃତ୍ୟ, ଫେବୃୟାରୀ ୭ରେ ଜନଜାତିଙ୍କ ସମସ୍ୟା ଉପରେ ଆଧାରିତ ନାଟକ ପ୍ରଦର୍ଶିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫେବୃୟାରୀ ୯ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ମେଳା ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri