Posted inଫୁରସତ

ପ୍ରଥମ ରୋଜଗାର ପ୍ରଥମ ଦରମାରେ ପୁସ୍ତକ କିଣିଥିଲି

କବି, ଗାଳ୍ପିକ ତଥା ସ୍ତମ୍ଭକାର ଶରତ କୁମାର ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଅବିଭକ୍ତ କଟକ ବର୍ତ୍ତମାନର ଯାଜପୁର ଜିଲା ଅନ୍ତର୍ଗତ ବାଇଁଶିରିଆ ଗ୍ରାମପଞ୍ଚାୟତର ବାଲିଆପାଳ ଗାଁରେ ମୋ ଜନ୍ମ। ବାପାଙ୍କର ବଦଳି ଚାକିରି ଥିବାରୁ ପିଲାଦିନେ ଭିନ୍ନ ଭିନ୍ନ ସହରରେ ରହି ମୁଁ ପାଠ ପଢୁଥିଲି। ତେବେ ଅଷ୍ଟମରୁ ଏକାଦଶ ଯାଏ ଜେଜେବାପା ଓ ଜେଜେମା’ଙ୍କ ପାଖରେ ରହି ଆମ ଗାଁ ହାଇସ୍କୁଲ୍‌ ବିଧାନଚନ୍ଦ୍ର ଏକାଡେମୀରେ ପଢିଥିଲି। ନବମ ଶ୍ରେଣୀରେ ପଢିବା ବେଳୁ କବିତା ଓ ନାଟକ ଲେଖିବା ଆରମ୍ଭ କରିଦେଇଥିଲି। ସେହି ସମୟରେ ମୋ ଲିଖିତ ଗୋଟିଏ ନାଟକ ‘ଅନୁତାପ’ ମୋ ସମବୟସ୍କଙ୍କ ସହ ମଞ୍ଚସ୍ଥ କରିଥିଲି। ଅବଶ୍ୟ ଗାଁର ପୁରୁଣା କଳାକାରମାନେ ମୋତେ ଏଥିରେ ସହଯୋଗ କରିଥିଲେ। ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ନାଟକଠୁ ଦୂରେଇ ଯାଇ ମୁଁ କବିତା ଓ ଗଳ୍ପ ମନସ୍କ ହୋଇ ଉଠିଲି। ମାଟ୍ରିକ୍‌ ପରେ ବ୍ରହ୍ମପୁରର ଖଲ୍ଲିକୋଟ୍‌ କଲେଜରେ ଆଇ.ଏ. ପଢିଥିଲି। ସେତେବେଳକୁ ରୀତିମତ ଭାବେ କବିତା ଲେଖା ଆରମ୍ଭ କରି ଦେଇଥିଲି ଓ କଲେଜ ମାଗାଜିନ୍‌ରେ ବରାବର ମୋ ଲେଖା ପ୍ରକାଶ ପାଉଥିଲା। ସେହି କଲେଜରେ ରାଜନୀତି ବିଜ୍ଞାନ ଅନର୍ସ ନେଇ ବି.ଏ. ପଢିଲା ବେଳକୁ ମୁଁ କବିତା କ୍ଷେତ୍ରରେ ସାମାନ୍ୟ ପରିପକ୍ୱ ହୋଇଯାଇଥିଲି। ସହରରେ ଅନୁଷ୍ଠିତ ବିଭିନ୍ନ ସାହିତ୍ୟ ଆସରରେ ଭାଗ ନେଇ କବିତା ଆବୃତ୍ତି ବି କରୁଥିଲି। ଧୀରେ ଧୀରେ ସାହିତ୍ୟର ବିଭିନ୍ନ ଦିଗ ପ୍ରତି ମୋର ରୁଚି ବଢି ଚାଲିଲା। ବି.ଏ. ପାସ୍‌ କଲାପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପିଜି କଲି। ଏହି ସମୟରେ ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାରରୁ ଅନେକ ଉପାଦେୟ ଓଡିଆ ପୁସ୍ତକ ପାଠ କରିବାର ସୁଯୋଗ ମୋତେ ମିଳିଲା। ଅନେକ ଓଡ଼ିଆ ସଂଭ୍ରାନ୍ତ ପତ୍ରପତ୍ରିକାରୁ ଘଣ୍ଟା ଘଣ୍ଟା ଧରି କବିତା, ଗଳ୍ପ ପଠନ କରୁଥିଲି, ଯାହା କି ପରବର୍ତ୍ତୀ ସମୟରେ ମୋ ଲେଖକୀୟ ଜୀବନରେ ଗଭୀର ରେଖାପାତ କରିଥିଲା। ବାସ୍ତବରେ ସେ ଦୁଇ ବର୍ଷର ଅନୁଭୂତି ଥିଲା ମୋ ପାଇଁ ଖୁବ୍‌ ନିଆରା। ଏମ୍‌.ଏ. ପାସ୍‌ କଲାପରେ ମୁଁ ଚାଲିଯାଇଥିଲି ଦିଲ୍ଲୀ ଏମ୍‌ବିଏ କରିବା ପାଇଁ। ଭାରତୀୟ ବିଦ୍ୟାଭବନ ଦ୍ୱାରା ପରିଚାଳିତ ଫରିଦାବାଦ୍‌ ପ୍ରଡକ୍ଟିଭ୍‌ କାଉନ୍‌ସିଲ୍‌ରେ ଏମ୍‌ବିଏ କରି ମୁଁ ଫେରିଥିଲି ବ୍ରହ୍ମପୁର। ବାସ୍ତବରେ ସେ ସମୟଟା ଥିଲା ମୋ ପାଇଁ ଘଡିସନ୍ଧିର ମୁହୂର୍ତ୍ତ। ରାଜନୀତି ବିଜ୍ଞାନରେ ଏମ୍‌.ଫିଲ୍‌ କରି କୌଣସି କଲେଜରେ ଅଧ୍ୟାପକ ହେବି ନା ଏମ୍‌ବିଏ କରିଥିବାରୁ କୌଣସି କର୍ପୋରେଟ୍‌ ସେକ୍ଟରରେ ଜଏନ୍‌ କରିବି, ଏ ନେଇ ଦ୍ୱନ୍ଦ୍ୱରେ ପଡିଯାଇଥିଲି। ତେବେ ସବୁ ଆଶାର ଅବସାନ ଘଟାଇ ଗଞ୍ଜାମ କଲେଜରେ ରାଜନୀତି ବିଜ୍ଞାନରେ ଅଧ୍ୟାପକ ଭାବେ ଯୋଗଦେଇଥିଲି। ଅଧ୍ୟାପକ ଜୀବନର ପ୍ରଥମ ମାସ ରୋଜଗାରରେ ମୁଁ ମୋର ସବୁଠୁ ପ୍ରିୟ ପୁସ୍ତକ ପରମହଂସ ଯୋଗାନନ୍ଦଙ୍କର ‘ଯୋଗୀର ଆତ୍ମଚରିତ’ ପୁସ୍ତକଟି କିଣିଥିଲି। ତା’ସହିତ ମୋର ପ୍ରିୟ କବି ସଚ୍ଚି ରାଉତରାୟଙ୍କର ‘ପାଣ୍ଡୁଲିପି’, ‘ମଶାଣିର ଫୁଲ’, ଗୁରୁପ୍ରସାଦ ମହାନ୍ତିଙ୍କର ‘ସମୁଦ୍ର ସ୍ନାନ’, ବାରିଷ୍ଟର ଗୋବିନ୍ଦ ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’, ରମାକାନ୍ତ ରଥଙ୍କର ‘ଶ୍ରୀରାଧା’ ଓ ଏମିତି ଆଉ କିଛି ଉପାଦେୟ ପୁସ୍ତକ ବି କିଣିଥିଲି। ବାକି ଯାହା ଟଙ୍କା ବଳିଥିଲା ତାକୁ ବାପାଙ୍କ ହାତକୁ ବଢେଇ ଦେଇଥିଲି। ଆଜି ବି ସେ ପୁସ୍ତକଗୁଡ଼ିକ ସାଇତା ସମ୍ପତ୍ତି ହିସାବରେ ମୋ ଆଲମିରାରେ ଶୋଭା ପାଉଛି। ଅଧ୍ୟାପକ ଜୀବନର ବର୍ଷକ ପରେ ମୁଁ ହଠାତ୍‌ ମନ ବଦଳେଇ ଚାକିରି ଛାଡି ବମ୍ବେ ଚାଲି ଯାଇଥିଲି। ସେଠାରେ ‘ଉଇମ୍ରା’ ନାମକ ଏକ କର୍ପୋରେଟ୍‌ ସେକ୍ଟରରେ ରିସର୍ଚ୍ଚ ଏକ୍‌ଜିକ୍ୟୁଟିଭ୍‌ ହିସାବରେ ମୋଟା ଅଙ୍କର ବେତନରେ ଜଏନ୍‌ କରିଥିଲି। ସେବେଠାରୁ ମାର୍କେଟିଂ ଲାଇନ୍‌ରେ ବିଭିନ୍ନ ପଦପଦବୀରେ ମୁଁ କାମ କରି ଆସୁଛି। କାର୍ଯ୍ୟବ୍ୟସ୍ତତା ଓ ପାରିବାରିକ ଜଞ୍ଜାଳ ଭିତରେ ବି ସାହିତ୍ୟ ପ୍ରତି ମୋର ଅନୁରାଗ ତିଳେମାତ୍ର କମି ନାହିଁ। ଯେଉଁଥିପାଇଁ ନିୟମିତ ଭାବେ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ମୋର କବିତା,ଗଳ୍ପ ଓ ସ୍ତମ୍ଭ ପ୍ରକାଶ ପାଉଛି। ତା’ସହିତ ୟା’ଭିତରେ ଗୋଟିଏ କବିତା ସଂକଳନ ‘ଚାରୁଲତା ଓ ଅନ୍ୟାନ୍ୟ କବିତା’ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁଦାନରେ ପ୍ରକାଶିତ ଏକ ଗଳ୍ପ ସଂକଳନ ‘ଭାଙ୍ଗି ପଡୁଥିବା ଆକାଶ’ ପ୍ରକାଶ ପାଇସାରିଛି। ଏପରି କି ତିନୋଟି ପୁସ୍ତକ ମଧ୍ୟ ପ୍ରକାଶ ଅପେକ୍ଷାରେ ଅଛି। ତେବେ ବର୍ତ୍ତମାନ ମୁଁ ବ୍ରହ୍ମପୁରଠାରେ ଅବସ୍ଥାନ କରି ଚାକିରି ଜୀବନ ସହ ମୋର ସାରସ୍ବତ ସାଧନା ଜାରି ରଖିଛି ଆଉ ଆଶା କରୁଛି ଆଗାମୀ ଦିନରେ ବି ଏହି ଧାରା ମୋର ଏମିତି ଚାଲିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri