Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଅତିରିକ୍ତ ଜିଲାପାଳ ନିରଞ୍ଜନ ଦାସ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡାପାଟଣା ଗାଁରେ ମୋର ଜନ୍ମ। ବାଣପୁର ଗୋଦାବରୀଶ ବିଦ୍ୟାପୀଠରୁ ୧୯୬୭ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଆଇ.ଏ. ଓ ରାଜନୀତି ବିଜ୍ଞାନ ସମ୍ମାନ ରଖି ବି.ଏ. ପଢିଥିଲି। ତା’ପରେ ବାଣୀବିହାରରେ ଏମ୍‌.ଏ. କଲି। ଏମ୍‌.ଏ. ରେଜଲ୍ଟ ବାହାରିବା ପରେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ୧୯୭୫ ମସିହାରେ ଯୋଗ ଦେଇଥିଲି। ଆମେ ୮ ଭାଇଭଉଣୀ (୫ ଭାଇ ଓ ୩ ଭଉଣୀ) ମଧ୍ୟରେ ମୁଁ ଥିଲି ବଡ଼। ଅର୍ଥାତ୍‌ ବାପାବୋଉଙ୍କର ବଡ଼ ପୁଅ ଭାବେ ଘରର ସବୁ ଦାୟିତ୍ୱ ଥିଲା ମୋ ଉପରେ। ତେଣୁ ଅଧ୍ୟାପକ ଚାକିରି ପାଇବା ପରେ ଯେଉଁ ଦରମା ପାଉଥିଲି, ସେଥିରୁ କିଛି ହାତଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ତେବେ କଲେଜରେ ଅଧ୍ୟାପନା କରିବା ସହ ସେତେବେଳେ ଓଏଏସ୍‌ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲି। ଆଉ ୧୯୮୦ ମସିହାରେ ମୁଁ ଯେତେବେଳେ ଓଏଏସ୍‌ ପାଇଗଲି ଘରେ ଖୁସିରେ ଯାଇ କହିଲି- ମୁଁ ଆଉ ଅଧ୍ୟାପକ ଚାକିରି କରିବିନି ଚାକିରି ଛାଡିଦେବି। ମୋ କଥା ଶୁଣି ବାପାବୋଉ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ମୋତେ ପଚାରିଲେ-‘ତୁ ଚାକିରି ଛାଡିଦେବୁ, କିନ୍ତୁ କାହିଁକି’! ତା’ପରେ ମୁଁ ତାଙ୍କୁ କହିଲି, ଆମ ଅଞ୍ଚଳରେ ଯେଉଁ ତହସିଲ୍‌ଦାର ବାବୁ ଆଉ ସବ୍‌ କଲେକ୍ଟର ବାବୁଙ୍କୁ ତମେ ଦେଖୁନ ମୁଁ ସେହି ଭଳିଆ ଗୋଟେ ବାବୁ ଚାକିରି କରିବି ପରା। ଏକଥା ଶୁଣିଲା ପରେ ସେମାନେ ସେଦିନ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ ବି କରିଥିଲେ। ଏହାପରେ ମୁଁ ଅଧ୍ୟାପକ ଚାକିରି ଛାଡି ନିଜାରତ୍‌ ଅଫିସର୍‌ ଭାବେ ବୌଦ୍ଧରେ ଯାଇ ଯୋଗ ଦେଇଥିଲି। କିଛିଦିନ ପରେ ଫୁଲବାଣୀକୁ ରେଭେନ୍ୟୁ ଅଫିସର୍‌ ଭାବେ ମୋର ବଦଳି ହୋଇଥିଲା। ତା’ପରେ କେନ୍ଦ୍ରାପଡାରେ ସହକାରୀ ଚକବନ୍ଦୀ ଅଫିସର୍‌ ଏବଂ ପରେ ଚକବନ୍ଦୀ ଅଫିସର୍‌ ଭାବେ କିଛିଦିନ କାମ କରି ବଡମ୍ବାରେ ତହସିଲ୍‌ଦାର୍‌ ଭାବେ ଯୋଗ ଦେଇଥିଲି। କିଛିଦିନ ପରେ ସେଠୁ ପ୍ରମୋଶନ ପାଇ ସବ୍‌-କଲେକ୍ଟର ଭାବେ ସୁନ୍ଦରଗଡ଼ ଯାଇଥିଲି। ତା’ପରେ ବୋର୍ଡ ଅଫ୍‌ ରେଭେନ୍ୟୁରେ କିଛିଦିନ ଅଣ୍ଡର ସେକ୍ରେଟାରୀ ଏବଂ ପରେ ପ୍ରମୋଶନ ପାଇ ସେକ୍ରେଟାରିଏଟ୍‌ର ଏଜୁକେଶନ୍‌ ଡିପାର୍ଟମେଣ୍ଟରେ ଡେପୁଟି ସେକ୍ରେଟାରୀ ଭାବେ ବି କାମ କରିଥିଲି। ଏହାପରେ ସୁନ୍ଦରଗଡ଼ ଇଣ୍ଟିଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନି୍ସର ପ୍ରୋଜେକ୍ଟ ଆଡ୍‌ମିନିଷ୍ଟ୍ରେଟର୍‌ ଭାବେ କିଛିଦିନ କାମ କରି ବରଗଡ଼ରେ ଡିଷ୍ଟ୍ରିକ୍ଟ ରୁରାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସିର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଯୋଗ ଦେଇଥିଲି। ତା’ପରେ ପୁଣି ସେକ୍ରେଟାରିଏଟ୍‌ରେ ଡେପୁଟି ସେକ୍ରେଟାରୀ ଭାବେ କିଛିଦିନ କାମ କରି ବଲାଙ୍ଗୀରରେ ଅତିରିକ୍ତ ଜିଲାପାଳ ଭାବେ ଯୋଗ ଦେଇଥିଲି। ୪ ବର୍ଷ ପରେ ଖୋର୍ଦ୍ଧାକୁ ମୋର ବଦଳି ହୋଇଥିଲା। ଆଉ ଶେଷରେ ଖୋର୍ଦ୍ଧାରୁ ହିଁ ୨୦୦୮ରେ ଅତିରିକ୍ତ ଜିଲାପାଳ ଭାବେ ମୁଁ ଚାକିରି କ୍ଷେତ୍ରରୁ ଅବସର ନେଇଥିଲି। ଅବସର ପରେ ଏବେ ପରିବାରବର୍ଗଙ୍କ ସହ ମୋର ସମୟ ବିତୁଛି। ତେବେ ସ୍କୁଲ୍‌ରେ ପଢିଲାବେଳେ ମୁଁ କିଛି ଗପ ଲେଖିଥିଲି। ତା’ସହିତ ଫୁଟ୍‌ବଲ୍‌, ହକି, ବ୍ୟାଡ୍‌ମିଟନ୍‌ ଖେଳିବାରେ ମଧ୍ୟ ବେଶ୍‌ ଆଗରେ ଥିଲି। ଏପରିକି ଇଣ୍ଟର କଲେଜ କମ୍ପିଟିଶନ୍‌ରେ ଫୁଟ୍‌ବଲ୍‌ ଓ ହକି ଖେଳରେ ମୁଁ ଆମ କଲେଜକୁ ରିପ୍ରେଜେଣ୍ଟ ବି କରୁଥିଲି। ଏବେ ପୁରୁଣା ଦିନର ସେହି ସବୁ ଘଟଣାଗୁଡ଼ିକ ମୋ ପାଇଁ କେବଳ ସ୍ମୃତି ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri