Odisha Elections 2024
Posted inଫୁରସତ

ପ୍ରଥମ ପାରିଶ୍ରମିକ ଟଙ୍କା ବାପାଙ୍କୁ ଦେଇଥିଲି: ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର

କଟକରେ ମୋର ଜନ୍ମ ଓ ପାଠପଢା। ଆମେ ଛଅ ଭାଇଭଉଣୀ (୫ ଭଉଣୀ ଓ ଗୋଟେ ଭାଇ) ମଧ୍ୟରୁ ମୁଁ ସବା ସାନ। ୫ମରେ ପଢିବା ସମୟରେ ଆକାଶବାଣୀର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଗୀତ ଗାଉଥିଲି। ପରେ ‘ଯୁବବାଣୀ’ରେ ବି ଅଡିଶନ୍‌ ଦେଇ ସେଥିରେ ଗୀତ ଗାଇଲି। ବୟସ କମ୍‌ ଥିବାରୁ ଏଥିପାଇଁ ଯାହା ବି ପାରିଶ୍ରମିକ ମିଳୁଥିଲା ତାହା ବାପାଙ୍କ ନାଁରେ ଚେକ୍‌ରେ ଆସୁଥିଲା। ବାପା ସେ ସବୁ ଟଙ୍କାକୁ ମୋ ପାଇଁ ସଞ୍ଚୟ କରି ରଖୁଥିଲେ। ବେଶ୍‌ କିଛିଦିନ ଏମିତି ଚାଲିବା ପରେ ମାଟ୍ରିକ୍‌ ପରୀକ୍ଷା ପାଖେଇ ଆସିଲା। ପାଠପଢାର ପ୍ରେସର୍‌ ବଢିବାରୁ ଆଉ ଗୀତ ପ୍ରତି ଧ୍ୟାନ ଦେଇ ପାରିଲି ନାହିଁ। ଧୀରେ ଧୀରେ ଗୀତ ବୋଲିବା ମୋର ପୂରା ବନ୍ଦ ହୋଇଗଲା। କମଳାକାନ୍ତ ବିଦ୍ୟାପୀଠରୁ ୧୯୮୮ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍ସାରେ ଯୁକ୍ତ ୨ ଓ ଜେକେବିକେ କଲେଜରେ ଓଡିଆ ସମ୍ମାନ ରଖି ଯୁକ୍ତ ୩ ପଢିଲି। ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବାବେଳେ ‘ପଥର ଖସୁଛି ବଡ଼ ଦେଉଳୁ’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମୋତେ ମିଳିଲା। ଯେହେତୁ କଲେଜ ଡ୍ରାମାରେ ଅଭିନୟ କରୁଥିଲି ତେଣୁ ବଡ଼ ପରଦାରେ ଅଭିନୟର ସୁଯୋଗ ପାଇବାରୁ ମୁଁ ବହୁତ ଖୁସି ହୋଇଗଲି। ହେଲେ ବାପା ଏକଥା ଜାଣିବା ପରେ କହିଲେ- ‘ତୋ ଖୁସି ପାଇଁ ମୁଁ କେବଳ ଏଇ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ତୋତେ ଅନୁମତି ଦେଉଛି, ତା’ପରେ ଆଉ କରିବୁନି’। କିନ୍ତୁ ଉକ୍ତ ଚଳଚ୍ଚିତ୍ରରେ ମୋର ଅଭିନୟକୁ ଦର୍ଶକ ଏତେ ପ୍ରଶଂସା କଲେ ଯେ, ମୋ ପାଖକୁ ଅନେକ ଅଫର୍‌ ଆସିଲା। ଘରେ ସମସ୍ତେ ବାପାଙ୍କୁ ବହୁତ ବୁଝାଇବା ପରେ ବାପା ମୋତେ ପୁଣି ଅଭିନୟ କରିବାକୁ ଛାଡିଥିଲେ। ବାସ୍‌ ସେବେଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ତେବେ ପ୍ରଥମ ଚଳଚ୍ଚିତ୍ରରୁ ଯେଉଁ ପାରିଶ୍ରମିକ ପାଇଥିଲି ତାକୁ ନେଇ ବାପାଙ୍କ ହାତରେ ଦେଇ କହିଥିଲି ସମସ୍ତଙ୍କ ପାଇଁ କିଛି ନା କିଛି ଗିଫ୍ଟ କିଣିବାକୁ। ହେଲେ ବାପା ସେ ଟଙ୍କାରେ କାହା ପାଇଁ କିଛି ନ ଆଣି ମୋ ପାଇଁ ଗୋଟେ ହାତଘଣ୍ଟା କିଣି ଆଣି କହିଲେ- ‘ଏହି ଘଣ୍ଟାଟିକୁ ପାଖରେ ରଖ, ୟାକୁ ଦେଖିକି ତୁ ସମୟର ମୂଲ୍ୟ ବୁଝିପାରିବୁ’। ତାଙ୍କ କଥା ମାନି ମୁଁ ଆଜିଯାଏ ସମୟର ସଦୁପଯୋଗ କରିଆସିଛି ଆଉ ଅଭିନୟ କ୍ଷେତ୍ରରେ ଗୋଟେ ପରେ ଗୋଟେ ପାହାଚ ଚଢି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୁଅ ମୋର ଭୋଳା ଶଙ୍କର, ନୀଳ ମାଷ୍ଟରାଣୀ, ସୌଭାଗ୍ୟବତୀ, ଛାତି ଚିରିଦେଲେ ତୁ, କେହି ନୁହେଁ କାହାର ଭଳି ପାଖାପାଖି ୬୦ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଦୂରଦର୍ଶନ ତରଫରୁ ପ୍ରାୟ ୧୦ଟି ଧାରାବାହିକ ତଥା ଅନ୍ୟାନ୍ୟ ଘରୋଇ ଚ୍ୟାନେଲ୍‌ ତରଫରୁ ବି ଏକାଧିକ ଧାରାବାହିକରେ ମୁଁ ଅଭିନୟ କରିସାରିଛି। ଏପରିକି ‘କେହି ନୁହେଁ କାହାର’ ଚଳଚ୍ଚିତ୍ର ପାଇଁ ମୋତେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ମିଳିସାରିଛି। ହେଲେ ଏତେ ସବୁ ଖୁସି ଭିତରେ ମୋର ଗୋଟେ ଦୁଃଖ ରହିଯାଇଛି। ମୋ ଜୀବନ ଚଲାପଥର ଆଦର୍ଶ ସାଜିଥିବା ମୋ ବାପାଙ୍କୁ ମୁଁ ହରାଇ ସାରିଛି। ଆଉ ତାଙ୍କର ସେହି ସ୍ମୃତି ସବୁକୁ ମୁଁ ଏବେ ବି ଝୁରି ହେଉଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ...

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର...

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri