Posted inଫୁରସତ

ପ୍ରଥମ ପାରିଶ୍ରମିକ ଟଙ୍କା ବାପାଙ୍କୁ ଦେଇଥିଲି: ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର

କଟକରେ ମୋର ଜନ୍ମ ଓ ପାଠପଢା। ଆମେ ଛଅ ଭାଇଭଉଣୀ (୫ ଭଉଣୀ ଓ ଗୋଟେ ଭାଇ) ମଧ୍ୟରୁ ମୁଁ ସବା ସାନ। ୫ମରେ ପଢିବା ସମୟରେ ଆକାଶବାଣୀର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଗୀତ ଗାଉଥିଲି। ପରେ ‘ଯୁବବାଣୀ’ରେ ବି ଅଡିଶନ୍‌ ଦେଇ ସେଥିରେ ଗୀତ ଗାଇଲି। ବୟସ କମ୍‌ ଥିବାରୁ ଏଥିପାଇଁ ଯାହା ବି ପାରିଶ୍ରମିକ ମିଳୁଥିଲା ତାହା ବାପାଙ୍କ ନାଁରେ ଚେକ୍‌ରେ ଆସୁଥିଲା। ବାପା ସେ ସବୁ ଟଙ୍କାକୁ ମୋ ପାଇଁ ସଞ୍ଚୟ କରି ରଖୁଥିଲେ। ବେଶ୍‌ କିଛିଦିନ ଏମିତି ଚାଲିବା ପରେ ମାଟ୍ରିକ୍‌ ପରୀକ୍ଷା ପାଖେଇ ଆସିଲା। ପାଠପଢାର ପ୍ରେସର୍‌ ବଢିବାରୁ ଆଉ ଗୀତ ପ୍ରତି ଧ୍ୟାନ ଦେଇ ପାରିଲି ନାହିଁ। ଧୀରେ ଧୀରେ ଗୀତ ବୋଲିବା ମୋର ପୂରା ବନ୍ଦ ହୋଇଗଲା। କମଳାକାନ୍ତ ବିଦ୍ୟାପୀଠରୁ ୧୯୮୮ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍ସାରେ ଯୁକ୍ତ ୨ ଓ ଜେକେବିକେ କଲେଜରେ ଓଡିଆ ସମ୍ମାନ ରଖି ଯୁକ୍ତ ୩ ପଢିଲି। ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବାବେଳେ ‘ପଥର ଖସୁଛି ବଡ଼ ଦେଉଳୁ’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମୋତେ ମିଳିଲା। ଯେହେତୁ କଲେଜ ଡ୍ରାମାରେ ଅଭିନୟ କରୁଥିଲି ତେଣୁ ବଡ଼ ପରଦାରେ ଅଭିନୟର ସୁଯୋଗ ପାଇବାରୁ ମୁଁ ବହୁତ ଖୁସି ହୋଇଗଲି। ହେଲେ ବାପା ଏକଥା ଜାଣିବା ପରେ କହିଲେ- ‘ତୋ ଖୁସି ପାଇଁ ମୁଁ କେବଳ ଏଇ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ତୋତେ ଅନୁମତି ଦେଉଛି, ତା’ପରେ ଆଉ କରିବୁନି’। କିନ୍ତୁ ଉକ୍ତ ଚଳଚ୍ଚିତ୍ରରେ ମୋର ଅଭିନୟକୁ ଦର୍ଶକ ଏତେ ପ୍ରଶଂସା କଲେ ଯେ, ମୋ ପାଖକୁ ଅନେକ ଅଫର୍‌ ଆସିଲା। ଘରେ ସମସ୍ତେ ବାପାଙ୍କୁ ବହୁତ ବୁଝାଇବା ପରେ ବାପା ମୋତେ ପୁଣି ଅଭିନୟ କରିବାକୁ ଛାଡିଥିଲେ। ବାସ୍‌ ସେବେଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ତେବେ ପ୍ରଥମ ଚଳଚ୍ଚିତ୍ରରୁ ଯେଉଁ ପାରିଶ୍ରମିକ ପାଇଥିଲି ତାକୁ ନେଇ ବାପାଙ୍କ ହାତରେ ଦେଇ କହିଥିଲି ସମସ୍ତଙ୍କ ପାଇଁ କିଛି ନା କିଛି ଗିଫ୍ଟ କିଣିବାକୁ। ହେଲେ ବାପା ସେ ଟଙ୍କାରେ କାହା ପାଇଁ କିଛି ନ ଆଣି ମୋ ପାଇଁ ଗୋଟେ ହାତଘଣ୍ଟା କିଣି ଆଣି କହିଲେ- ‘ଏହି ଘଣ୍ଟାଟିକୁ ପାଖରେ ରଖ, ୟାକୁ ଦେଖିକି ତୁ ସମୟର ମୂଲ୍ୟ ବୁଝିପାରିବୁ’। ତାଙ୍କ କଥା ମାନି ମୁଁ ଆଜିଯାଏ ସମୟର ସଦୁପଯୋଗ କରିଆସିଛି ଆଉ ଅଭିନୟ କ୍ଷେତ୍ରରେ ଗୋଟେ ପରେ ଗୋଟେ ପାହାଚ ଚଢି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୁଅ ମୋର ଭୋଳା ଶଙ୍କର, ନୀଳ ମାଷ୍ଟରାଣୀ, ସୌଭାଗ୍ୟବତୀ, ଛାତି ଚିରିଦେଲେ ତୁ, କେହି ନୁହେଁ କାହାର ଭଳି ପାଖାପାଖି ୬୦ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଦୂରଦର୍ଶନ ତରଫରୁ ପ୍ରାୟ ୧୦ଟି ଧାରାବାହିକ ତଥା ଅନ୍ୟାନ୍ୟ ଘରୋଇ ଚ୍ୟାନେଲ୍‌ ତରଫରୁ ବି ଏକାଧିକ ଧାରାବାହିକରେ ମୁଁ ଅଭିନୟ କରିସାରିଛି। ଏପରିକି ‘କେହି ନୁହେଁ କାହାର’ ଚଳଚ୍ଚିତ୍ର ପାଇଁ ମୋତେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ମିଳିସାରିଛି। ହେଲେ ଏତେ ସବୁ ଖୁସି ଭିତରେ ମୋର ଗୋଟେ ଦୁଃଖ ରହିଯାଇଛି। ମୋ ଜୀବନ ଚଲାପଥର ଆଦର୍ଶ ସାଜିଥିବା ମୋ ବାପାଙ୍କୁ ମୁଁ ହରାଇ ସାରିଛି। ଆଉ ତାଙ୍କର ସେହି ସ୍ମୃତି ସବୁକୁ ମୁଁ ଏବେ ବି ଝୁରି ହେଉଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?